ତିହାର ଜେଲର ବାଥରୁମରେ ପଡ଼ି ଗୁରୁତର ହେଲେ ସତ୍ୟେନ୍ଦ୍ର ଜୈନ: ଡାକ୍ତରଖାନାରେ ଭର୍ତ୍ତି

Published: May 25, 2023, 10:40 am IST

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗୁରୁବାର ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା ଅଭିଯୋଗ ପାଇବା ପରେ ତାଙ୍କୁ ପଶ୍ଚିମ ଦିଲ୍ଲୀର ଦୀନ୍ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ତାଙ୍କ ମୁଣ୍ଡ ବୁଲାଇବା ପରେ ତିହାର ଜେଲର ବାଥରୁମରେ ପଡ଼ିଯାଇଥିଲେ। ଏହି ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନ ବାଥରୁମରେ ପଡ଼ି ମେରୁଦଣ୍ଡରେ ଗଭୀର ଆଘାତ ପାଇଥିଲେ। ଗତ ଏକ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସତ୍ୟେନ୍ଦ୍ର ଜେନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ବର୍ତ୍ତମାନ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲ ସାତ ନମ୍ବରରେ ରହିଛନ୍ତି। ଗୁରୁବାର ସକାଳ ୬ ଟାରେ ସେ ବାଥରୁମରେ ପଡ଼ିଯାଇଥିଲେ। ବାଥରୁମରେ ପଡ଼ିଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ଦୀନ୍ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସମସ୍ତ ପରୀକ୍ଷା ସତର୍କତା ଭାବରେ କରାଯାଇଛି।

Related posts