
ଭୁବନେଶ୍ଵର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ମିଳିଛି। ଖୁବ ଶୀଘ୍ର ପରୀକ୍ଷା ଫଳ ଘୋଷଣା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରେ ଏନେଇ ସ୍ପଷ୍ଟ ହୋଇପାରେ। ଏହି ଦିନ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ତାହା ଉପରେ ତାରିଖ ଘୋଷଣା କରାଯାଇପାରେ।
ତେବେ ଆସନ୍ତା ୩୦ କିମ୍ବା ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏବଂ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।