Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ: ଜାନୁୟାରୀ ୨ ରୁ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏବଂ ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ଫେବୃୟାରୀ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି। ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ଫ୍ରେବୃୟାରୀ ୧୯ ତାରିଖରେ ସମସ୍ତ ବିଭାଗର ଇଂରାଜୀ ପରୀକ୍ଷା ରହିଛି।

ଏହାସହିତ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ। ଏନେଇ ପୂର୍ବରୁ କାଉନସିଲ ତରଫରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ: ଏହି ଲିଙ୍କରେ କ୍ଲିକ କରି ଦେଖିପାରିବେ ରେଜଲ୍ଟ

ଭୁବନେଶ୍ୱର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ ଟାରେ ଏହି ପରୀକ୍ଷା ଫଳ ଘୋଷଣା କରାଯିବ।

ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ବୁକଲେଟ୍ ଜାରି କରିବା ପରେ ୱେବସାଇଟରେ ମାର୍କ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ orissaresults.nic.in କିମ୍ବା chseodisha.nic.in ୱେବସାଇଟ୍ ରେ ପରୀକ୍ଷା ଫଳ ଜାଣିପାରିବେ।

ଉଲ୍ଲେଖ ଥାଉ କି ଗତ ମାସ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ୮୧.୧୨% ପାସ ହାର ରହିଥିଲା।

Categories
ଆଜିର ଖବର ରାଜ୍ୟ ଖବର

କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ?: ଆସନ୍ତା ୨୮ରେ ହେବ ଘୋଷଣା

ଭୁବନେଶ୍ଵର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ମିଳିଛି। ଖୁବ ଶୀଘ୍ର ପରୀକ୍ଷା ଫଳ ଘୋଷଣା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରେ ଏନେଇ ସ୍ପଷ୍ଟ ହୋଇପାରେ। ଏହି ଦିନ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ତାହା ଉପରେ ତାରିଖ ଘୋଷଣା କରାଯାଇପାରେ।

ତେବେ ଆସନ୍ତା ୩୦ କିମ୍ବା ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏବଂ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଘୁଞ୍ଚିଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ଵର: ଚଳିତ ବର୍ଷ ପାଇଁ ଚାଲିଥିବା ଯୁକ୍ତ ୨ ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି। ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାରୁ ଏହି ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି। ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଥିବା ବେଳେ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷାକୁ ୪ ତାରିଖରେ ଧାର୍ଯ୍ୟ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଦିଆଯାଇଛି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଉଚ୍ଚ ମାଧ୍ୟମିକର ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖରେ ହେଲା ପରିବର୍ତ୍ତନ

ଭୁବନେଶ୍ବର: ପୁଣିଥରେ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ କେତେକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ଏହି ପରିବର୍ତ୍ତନ କରାଯାଇଛି। ତେବେ ଏଥିରେ ତିନୋଟି ବିଷୟରେ ପରିବର୍ତ୍ତନ କରାଯାଇଛି। ସେହି ତିନୋଟି ହେଲା ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି। ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି।

ମୁଖ୍ୟତଃ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହିଥିବାରୁ ଏହି ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି । ସେହିପରି ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପେପର ପରୀକ୍ଷା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନେ ସମସ୍ତେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାରୁ ସେମାନଙ୍କୁ ବରିଷ୍ଠ ନାଗରିକ ଭାବରେ ବିବେଚନା କରାଯାଏ। ପ୍ରାୟ ସମସ୍ତେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ତଥା ମହାମାରୀ କରୋନା ରୋଗରେ ସଂକ୍ରମିତ ହୋଇ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି।

ଏପରିକି ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଦରଦାମ ବୃଦ୍ଧି ହେତୁ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିସାରିଛନ୍ତି। ତେଣୁ ଆମ୍ଭମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ ପୂର୍ବକ ଓଡ଼ିଶା ସରକାର ଆମ୍ଭର ଦାବିବୁ ବିଚାରକୁ ନେଇ ଆମ୍ଭଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସଂଘ ତରଫରୁ ସଭାପତି ବିଶ୍ୱନାଥ ମହାନ୍ତି ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଯୁକ୍ତ ୨ ର ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ।

କିନ୍ତୁ ବର୍ତ୍ତମାନ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ କେବେ ପ୍ରକାଶ ପାଇଁ ତାହା ଘୋଷଣା ହୋଇନାହିଁ। ଏହାର ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

Categories
ଆଞ୍ଚଳିକ

ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ସଫଳତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମିନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳରେ ୧୫ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ଓଡିଶାରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଥିଲେ। କିନ୍ତୁ ସେହି ଅନୁଷ୍ଠାନର ସରୋଜ କୁମାର ପଣ୍ଡା ନାମକ ଏକ ମେଧାବୀ ଛାତ୍ର କୌଣସି କାରଣରୁ ୯୦% କମ୍ ରଖିଥିଲେ। ପୁନଃ ଯାଞ୍ଜ ହେବାପରେ ଶ୍ରୀମାନ୍ ସରୋଜ କୁମାର ପଣ୍ଡା ବର୍ତ୍ତମାନ ରସାୟନ ବିଜ୍ଞାନରେ ୫୬ ନମ୍ବର ପରିବର୍ତ୍ତ ୬୯ ନମ୍ବର ପାଇଛନ୍ତି। ଏହା ଦ୍ୱାରା ୯୧.୩୩% ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।

ପ୍ରକାଶ ଥାଉକି ବିଦ୍ୟାଳୟରେ ୧୬ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ମାନ ଅଭିବୃଦ୍ଧି କରାଇବାରେ ସମର୍ଥ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସମେତେ ପରିଚାଳନା ସମିତି ତର‘ରୁ ଶ୍ରୀମାନ୍ ସରୋଜ କୁମାର ପଣ୍ଡାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରାଯାଇଛି।