Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍
ରାଜ୍ୟ ଖବର

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Form fill-up for Plus II examinees begins on October 26.
Form fill-up for Plus II examinees begins on October 26.

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୭ ମସିହାର ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ବାର୍ଷିକ ପରୀକ୍ଷା ନିମନ୍ତେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆବେଦନ ପତ୍ର ପୂରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଆଦି ବିଭାଗର ନିୟମିତ ଏବଂ ପୂର୍ବତନ ପରୀକ୍ଷାର୍ଥୀମାନେ ନିଜ ନିଜର ପରୀକ୍ଷା ଫର୍ମ ପୂରଣ କରିପାରିବେ।

ନିୟମିତ ପରୀକ୍ଷାର୍ଥୀମାନଙ୍କ ପାଇଁ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିନା କୌଣସି ବିଳମ୍ବ ଜରିମାନାରେ ଫର୍ମ ପୂରଣ କରିବାର ବ୍ୟବସ୍ଥା କରାଯାଇଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରି ନ ଥିବା ଛାତ୍ରଛାତ୍ରୀମାନେ ୨୦୦ ଟଙ୍କା ଅତିରିକ୍ତ ଜରିମାନା ସହ ନଭେମ୍ବର ୧୭ ରୁ ୧୯ ତାରିଖ ମଧ୍ୟରେ ଏବଂ ୬୦୦ ଟଙ୍କା ଜରିମାନା ସହ ନଭେମ୍ବର ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଫି ଦାଖଲ ପାଇଁ ବିନା ଜରିମାନାରେ ଅକ୍ଟୋବର ୨୭ ରୁ ନଭେମ୍ବର ୧୨, ୨୦୦ ଟଙ୍କା ଜରିମାନା ସହ ନଭେମ୍ବର ୧୮ ରୁ ୨୧ ଏବଂ ୬୦୦ ଟଙ୍କା ଜରିମାନା ସହ ନଭେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ସମସ୍ତ ଫର୍ମ ପୂରଣ ତାଲିକା ନଭେମ୍ବର ୩୦ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଦାଖଲ କରିବାକୁ ପଡ଼ିବ।

ଅନ୍ୟପଟେ ପୂର୍ବତନ ବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଅକ୍ଟୋବର ୧ ରୁ ୯ ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମ ପୂରଣ ସୁବିଧା ରହିଛି। ସେହିପରି ୨୦୦ ଟଙ୍କା ଜରିମାନା ସହ ନଭେମ୍ବର ୧୭ ରୁ ୧୯ ଏବଂ ୬୦୦ ଟଙ୍କା ଜରିମାନା ସହ ନଭେମ୍ବର ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ସେମାନେ ଆବେଦନ କରିପାରିବେ। ଏହି ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଫି ଦାଖଲ ସମୟ ଅକ୍ଟୋବର ୩ ରୁ ୧୫ ତାରିଖ (ବିନା ଜରିମାନା), ନଭେମ୍ବର ୧୮ ରୁ ୨୧ ତାରିଖ (୨୦୦ ଟଙ୍କା ଜରିମାନା) ଏବଂ ନଭେମ୍ବର ୨୨ ରୁ ୨୭ ତାରିଖ (୬୦୦ ଟଙ୍କା ଜରିମାନା) ନିର୍ଦ୍ଧାରଣ କରାଯାଇଛି। ପରିଷଦ ନିୟମ ଅନୁଯାୟୀ, ୨୦୨୪ କିମ୍ବା ତାହା ପୂର୍ବରୁ ପଞ୍ଜୀକୃତ ହୋଇ ଫେଲ ହୋଇଥିବା କିମ୍ବା ପରୀକ୍ଷା ଦେବାକୁ ଯୋଗ୍ୟ ହୋଇ ବି ଫର୍ମ ପୂରଣ କରିନଥିବା ବିଦ୍ୟାର୍ଥୀମାନେ ପୂର୍ବତନ ଆବେଦନକାରୀ ଭାବେ ଆବେଦନ କରିପାରିବେ। ତେବେ ଅସଦୁପାୟ ଅବଲମ୍ବନ କାରଣରୁ ଫଳାଫଳ ବାତିଲ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ନିୟମାବଳୀ ରହିଛି।

ଏହି ପରୀକ୍ଷା ପାଇଁ ମୂଳ ଫର୍ମ ଫି ୫୦୦ ଟଙ୍କା, ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଏବଂ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ମିଶାଇ ମୋଟ ୭୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହା ସହିତ ବାଣିଜ୍ୟ ବିଭାଗର ପ୍ରୋଜେକ୍ଟ ପେପର, ପ୍ରାକ୍ଟିକାଲ ପରୀକ୍ଷା ଏବଂ ଅଭ୍ୟନ୍ତରୀଣ ପରୀକ୍ଷା ପାଇଁ ପ୍ରତି ପେପର ପିଛା ୪୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜୀବବିଜ୍ଞାନ ବିଷୟର ଦୁଇଟି ପ୍ରାକ୍ଟିକାଲ ପାର୍ଟ ଥିବାରୁ ଏହାର ଫି ୮୦ ଟଙ୍କା ରହିଛି। ନୂତନ ଭାବେ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କଠାରୁ ୪୦ ଟଙ୍କା ଅତିରିକ୍ତ ସେସନ୍ ଚାର୍ଜ ଏବଂ ସେସନ୍ ବଦଳ ପାଇଁ ୪୦୦ ଟଙ୍କା ଦେବାକୁ ହେବ।

ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସ୍ପଷ୍ଟ କରିଛନ୍ତି ଯେ, ୬୦୦ ଟଙ୍କା ବିଳମ୍ବ ଜରିମାନା ସହ ନଭେମ୍ବର ୨୭ ତାରିଖ ହେଉଛି ଆବେଦନର ଚୂଡ଼ାନ୍ତ ଦିନ ଏବଂ ଏହା ପରେ ଆଉ କୌଣସି ପରିସ୍ଥିତିରେ ସମୟସୀମା ବୃଦ୍ଧି କରାଯିବ ନାହିଁ। ଶେଷ ତାରିଖ ଦିନ ସରକାରୀ ଛୁଟି କିମ୍ବା ରବିବାର ପଡ଼ିଲେ, ତାହାର ପରବର୍ତ୍ତୀ କାର୍ଯ୍ୟଦିବସରେ ଫର୍ମ ଓ ଫି ଦାଖଲ କରାଯାଇପାରିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିଛି ବିଦେଶୀ ଉଡ଼ାଣ

September 25, 2026

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

September 25, 2026
Latest News

ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲଅପ୍

September 25, 2026

ଜମୁଇ ଘଟଣା: ପୋଲିସର ଏନକାଉଣ୍ଟରରେ ଖୁସିବ୍ୟକ୍ତ କଲେ ପୀଡ଼ିତାଙ୍କ ମା’

September 25, 2026

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିଛି ବିଦେଶୀ ଉଡ଼ାଣ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.