ଯୁକ୍ତ ଦୁଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ: ଜାନୁୟାରୀ ୨ ରୁ ପ୍ରାକ୍ଟିକାଲ ପରୀକ୍ଷା

Published: Dec 15, 2023, 2:12 pm IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏବଂ ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ଫେବୃୟାରୀ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି। ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ଫ୍ରେବୃୟାରୀ ୧୯ ତାରିଖରେ ସମସ୍ତ ବିଭାଗର ଇଂରାଜୀ ପରୀକ୍ଷା ରହିଛି।

ଏହାସହିତ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ। ଏନେଇ ପୂର୍ବରୁ କାଉନସିଲ ତରଫରୁ ସୂଚନା ଦିଆଯାଇଛି।

Related posts