Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ: ଜାନୁୟାରୀ ୨ ରୁ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏବଂ ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ଫେବୃୟାରୀ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି। ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ଫ୍ରେବୃୟାରୀ ୧୯ ତାରିଖରେ ସମସ୍ତ ବିଭାଗର ଇଂରାଜୀ ପରୀକ୍ଷା ରହିଛି।

ଏହାସହିତ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ। ଏନେଇ ପୂର୍ବରୁ କାଉନସିଲ ତରଫରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସ୍‌ଇ ପ୍ରାକ୍ଟିକାଲ ପରୀକ୍ଷା ଲାଗି ଜାରି ହେଲା ଗାଇଡ ଲାଇନ: ମାର୍ଚ୍ଚ ୧୧ ରୁ ଜୁନ ୧୧ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୧ରୁ ଆରମ୍ଭ ଜୁନ ୧୧ରେ ଶେଷ ହେବ। ସିବିଏସ୍‌ଇ ପକ୍ଷରୁ ଏନେଇ ଗାଇଡଲାନ୍‌ ଜାରି କରାଯାଇଛି। ଏହି ଗାଇଡଲାଇନ ନମାନିଲେ ଜରିମାନା ଦେବାକୁ ପଡିବ। ଏଥିପାଇଁ ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ.ସାନ୍ୟମ ଭରଦ୍ୱାଜ୍‌ ଚେତାବନୀ ଦେଇଛନ୍ତି। ଗାଇଡ଼ ଲାଇନ ଅବମାନନା କଲେ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ନିଜ ସ୍କୁଲରେ ପିଲାମାନେ ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବେ। ଏନେଇ ସିବିଏସ୍‌ଇ ପକ୍ଷରୁ ସମସ୍ତ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି।

ଚିଠିରେ ଅନୁଯାୟୀ, ସମସ୍ତ ପ୍ରାକ୍ଟିକାଲ୍‌ ପରୀକ୍ଷା ଏକ୍ସଟରନାଲ୍‌ଙ୍କ ଉପସ୍ଥିତିରେ ହେବ। ନିଜ ସ୍କୁଲର ଶିକ୍ଷକଙ୍କ ଦ୍ଵାରା ପ୍ରାକ୍ଟିକାଲ ପରୀକ୍ଷା କରାଇଲେ, ସେହି ପରୀକ୍ଷାକୁ ବାତିଲ କରାଯିବ। ପରୀକ୍ଷା ଶେଷ ହେବା ପରେ ତୁରନ୍ତ ପିଲାଙ୍କ ସଠିକ ମାର୍କ, ପରୀକ୍ଷା ହଲ୍‌ର ଫଟୋ ଏବଂ ଉପସ୍ଥିତିକୁ ଦିଆଯାଇଥିବା ୱେବସାଇଟ୍‌ରେ ସେହିଦିନ ହିଁ ଅପ୍‌ଲୋଡ କରିବାକୁ ପଡ଼ିବ। ଯେଉଁମାନେ ପରୀକ୍ଷା ଦେବାରେ ସକ୍ଷମ ହୋଇପାରିବେ ନାହିଁ, ସେମାନଙ୍କ ପାଇଁ ଆଉ ଥରେ ପରୀକ୍ଷା ଦେବା ପାଇଁ ସମୟ ଧାର୍ଯ୍ୟ କାରାଯିବ। ହେଲେ ଜୁନ ୧୧ ପୂର୍ବରୁ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ସମାପ୍ତ କରାଯିବ। ଏହା ପରେ ଆଉ କୌଣସି ପରୀକ୍ଷା କରାଯାଇପାରିବ ନାହିଁ।

ସବୁ ସ୍କୁଲକୁ ପରୀକ୍ଷା ପୂର୍ବରୁ ସାନିଟାଇଜ୍‌ କରାଯିବ। ପ୍ରତ୍ୟେକ ବ୍ୟାଚ୍‌ରେ ୨୫ ଜଣ ପିଲା ପରୀକ୍ଷା ଦେଇପାରିବେ। ଗୋଟିଏ ବ୍ୟାଚ ପରୀକ୍ଷା ସମାପ୍ତ ହେଲା ପରେ ଲ୍ୟାବକୁ ପୁନଶ୍ଚ ସାନିଟାଇଜ୍‌ କରାଯିବ। ପରୀକ୍ଷା ସରିବା ପରେ ସମସ୍ତେ ସ୍କୁଲ ଛାଡ଼ିବାକୁ ବାଧ୍ୟତାମୂଳକ ନିୟମ ରହିବ ବୋଲି ଡ. ଭରଦ୍ୱାଜ କହିଛନ୍ତି।