ଉଚ୍ଚ ମାଧ୍ୟମିକର ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖରେ ହେଲା ପରିବର୍ତ୍ତନ

Published: Apr 12, 2022, 1:22 pm IST

ଭୁବନେଶ୍ବର: ପୁଣିଥରେ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ କେତେକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ଏହି ପରିବର୍ତ୍ତନ କରାଯାଇଛି। ତେବେ ଏଥିରେ ତିନୋଟି ବିଷୟରେ ପରିବର୍ତ୍ତନ କରାଯାଇଛି। ସେହି ତିନୋଟି ହେଲା ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି। ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି।

ମୁଖ୍ୟତଃ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହିଥିବାରୁ ଏହି ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି । ସେହିପରି ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପେପର ପରୀକ୍ଷା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Related posts