ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଯୋଗାଇ ଦେବାକୁ ଦାବି

Published: Jul 30, 2021, 9:13 pm IST

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବର୍ଦ୍ଧିତ ୧୧% ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନେ ସମସ୍ତେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାରୁ ସେମାନଙ୍କୁ ବରିଷ୍ଠ ନାଗରିକ ଭାବରେ ବିବେଚନା କରାଯାଏ। ପ୍ରାୟ ସମସ୍ତେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ତଥା ମହାମାରୀ କରୋନା ରୋଗରେ ସଂକ୍ରମିତ ହୋଇ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି।

ଏପରିକି ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଦରଦାମ ବୃଦ୍ଧି ହେତୁ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିସାରିଛନ୍ତି। ତେଣୁ ଆମ୍ଭମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ ପୂର୍ବକ ଓଡ଼ିଶା ସରକାର ଆମ୍ଭର ଦାବିବୁ ବିଚାରକୁ ନେଇ ଆମ୍ଭଙ୍କୁ ୧୧% ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସଂଘ ତରଫରୁ ସଭାପତି ବିଶ୍ୱନାଥ ମହାନ୍ତି ନିବେଦନ କରାଯାଇଛି।

Related posts