ମହିଳାଙ୍କ ଠାରୁ ଅଳଙ୍କାର ଲୁଟ

Published: May 26, 2023, 2:36 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳର ପୁଷ୍ପାଞ୍ଜଳି ସାବତ ନାମ୍ନୀ ଜଣେ ମହିଳାଙ୍କୁ ଦୁଇ ଜଣ ମହିଳା ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାର ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଆକ୍ରମଣର ଶୀକାର ମହିଳାଙ୍କ ସ୍ବାମୀ ଗୋଟିଏ ଫାଷ୍ଟ୍ ଫୁଡ୍ ଦୋକାନ ରେ କାମ କରୁଥିବା ବେଳେ ଆକ୍ରମଣକାରୀ ଦୁଇ ମହିଳା ମଧ୍ୟ ସେହି ଦୋକାନରେ କାମ କରୁଛନ୍ତି। କିନ୍ତୁ କୌଣସି କଥାକୁ ନେଇ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ସେମାନେ ପୁଷ୍ପାଞ୍ଜଳିଙ୍କ ଘରକୁ ଯାଇ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିଥିଲେ। ସେ ଆପତ୍ତି କରିବାରୁ ଉକ୍ତ ଦୁଇ ମହିଳା ପୁଷ୍ପାଞ୍ଜଳିଙ୍କୁ ଘୋଷାଡି ଆଣି ତଳେ ପକାଇ ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାରକୁ ଛିଣ୍ଡାଇ ନେଇଥିଲେ ଓ ଏତିକି ବେଳେ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ଯୁବକ ସେଠାରେ ପହଞ୍ଚି ଉଭୟ ସ୍ବାମୀ ଓ ସ୍ତ୍ରୀ କୁ ହତ୍ୟାର ଧମକ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Related posts