Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦ ଗୃହକୁ ଶବାଧାର ସହିତ ତୁଳନା କଲା ଆରଜେଡ଼ି: କଡା ସମାଲୋଚନା କଲେ ଅସଦୁଦ୍ଦିନ ଓୱାଇସି
ଆଜିର ଖବର

ସଂସଦ ଗୃହକୁ ଶବାଧାର ସହିତ ତୁଳନା କଲା ଆରଜେଡ଼ି: କଡା ସମାଲୋଚନା କଲେ ଅସଦୁଦ୍ଦିନ ଓୱାଇସି

May 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। କଂଗ୍ରେସ ସମେତ ଦେଶର ୨୦ ବିରୋଧୀ ଦଳ ନୂତନ ସଂସଦର ଉଦଘାଟନୀ ଉତ୍ସବକୁ ବର୍ଜନ କରିଛନ୍ତି। କିନ୍ତୁ ସଂସଦ ଗୃହକୁ ଏକ ଶବାଧାର ସହିତ ତୁଳନା କରିଥିବାରୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଆରଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ନୂତନ ସଂସଦ ଗୃହ ସଂପର୍କରେ ଆରଜେଡି ଦ୍ୱାରା କରାଯାଇଥିବା ଟୁଇଟ୍ ବିରୋଧରେ ଅସଦୁଦ୍ଦିନ୍ ଓୱାଇସି କହିଛନ୍ତି ଯେ, ସେ କାହିଁକି ସଂସଦକୁ ଶବାଧାର ବୋଲି କହୁଛନ୍ତି, ସେମାନେ ଅନ୍ୟ କିଛି କହିପାରିଥାନ୍ତେ।

ଅସଦୁଦ୍ଦିନ ଓୱାଇସି ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, “ଆରଜେଡିର କୌଣସି ଷ୍ଟାଣ୍ଡ ନାହିଁ। ନୂତନ ସଂସଦ ଗୃହର ଆବଶ୍ୟକତା ଥିଲା। ସବୁ ଜିନିଷରେ ବିରୋଧ ଠିକ୍ ନୁହେଁ। ପୁରୁଣା ସଂସଦ ଗୃହକୁ ଦିଲ୍ଲୀ ଅଗ୍ନିଶମ ସେବା ଅନୁମୋଦନ ମଧ୍ୟ ଦେଇ ନାହିଁ। ସେମାନେ (ଆରଜେଡି) କାହିଁକି ଶବଧାର କହୁଛନ୍ତି? ସେମାନେ ଅନ୍ୟ କିଛି କହିପାରିଥାନ୍ତେ।”

AIMIM ସାଂସଦ ଜୋର କରି କହିଥିଲେ ଯେ, ପ୍ରକୃତରେ ଏକ ନୂତନ କୋଠାର ଆବଶ୍ୟକତା ଥିଲା। ପୁରୁଣା ସଂସଦ ଗୃହରେ ଛାତର ଏକ ଅଂଶ ସ୍ୱର୍ଗତ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଉପରେ ପଡ଼ିଥିଲା। ସେତେବେଳେ ବହୁତ ସମାଲୋଚନା କରାଯାଇଥିଲା।

ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ, ଲୋକସଭା ବାଚସ୍ପତି ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ଲୋକସଭାର ରକ୍ଷକ ଅଟନ୍ତି ଏବଂ ଲୋକସଭା ଲୋକଙ୍କ ପାଇଁ ଉତ୍ତରଦାୟୀ ବୋଲି ସେ କହିଛନ୍ତି। ଯଦି ବାଚସ୍ପତି ଏହାକୁ ଉଦ୍ଘାଟନ କରିଥାନ୍ତେ ତେବେ ଭଲ ହୋଇଥାନ୍ତା। କିନ୍ତୁ ପ୍ରଧାନମନ୍ତ୍ରୀ ଦର୍ଶାଇବାକୁ ଚାହୁଁଛନ୍ତି ଯେ ସେ ସବୁକିଛି କରୁଛନ୍ତି ଏବଂ ଅନ୍ୟ କେହି କରିପାରିବେ ନାହିଁ। ଯେପରି ୨୦୧୪ ପୂର୍ବରୁ ଭାରତରେ କିଛି ହୋଇ ନଥିଲା, ଏବଂ ବର୍ତ୍ତମାନ ସବୁକିଛି ଘଟୁଛି।

ପ୍ରକାଶ ଥାଉ କି ଆଜି ନୂତନ ସଂସଦ ଗୃହର ଆକାରକୁ ଏକ କଫିନ୍ ସହିତ ତୁଳନା କରିଥିବାରୁ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) କୁ ଭାରତୀୟ ଜନତା ଦଳ (ବିଜେପି) ଟାର୍ଗେଟ କରିଛି। ଦଳ କହିଛି ଯେ, ଯେଉଁମାନେ ଏହି ଟ୍ୱିଟର ପୋଷ୍ଟ କରିଛନ୍ତି ସେମାନେ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ।

ଅସଦୁଦ୍ଦିନ ଓୱାଇସି
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026
Latest News

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.