Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

May 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି।

ଭୁବନେଶ୍ୱର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପିଲାମାନେ ଯୋଗଦାନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବୁଣାବୁଣି, ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ଯୋଗ୍ୟ ତାଲିମପ୍ରାପ୍ତ ପ୍ରସିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଯୋଗଦାନ କରି ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ।  ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଯୋଡ଼ିହେବା ପାଇଁ ଏକ ବିଶେଷ ସମୟ ପାଇଛନ୍ତି ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିଛନ୍ତି। ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଅନେକ ଆମୋଦ ବିନୋଦନ କାର୍ଯ୍ୟ ଶିଖିପାରିଛନ୍ତି ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ବିକଶିତ କରିପାରିଛନ୍ତି।

ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଏହି ସମାବର୍ତ୍ତନ ଉତ୍ସବକୁ ପରିଚାଳନା କରିଥିବାବେଳେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରିଥିଲେ।

ଗ୍ରୀଷ୍ମକାଳୀନ ଶିବିର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.