ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

Published: May 29, 2023, 11:08 am IST

ଭୁବନେଶ୍ୱର: ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଇଁ ଆଜିଠୁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ଜୁନ୍ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥର ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇପାରିବେ।

ସେହିପରି ଜୁଲାଇ ୧୩ ତାରିଖ ଅପରାହ୍ଣ ୩ଟାରେ ୨ୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୪ ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଏହା ପରେ ସ୍ପଟ୍ ନାମଲେଖା ତାଲିକା ଜୁଲାଇ ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ।

Related posts