
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ତୁର୍କୀ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ, ଆଗାମୀ ଦିନରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବୈଶ୍ୱିକ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇବ।’