ଏଣିକି ଚକଭୁକ୍ତ ଜମିକୁ ଖଣ୍ଡଖଣ୍ଡ କରି ହୋଇପାରିବ ବିକ୍ରି, ଆସିଲା ନୂଆ ନିୟମ

Published: May 30, 2023, 7:31 am IST

ଭୁବନେଶ୍ବର: ଏଣିକି ଚକ ଭାଙ୍ଗି ତାହାକୁ ଖଣ୍ଡଖଣ୍ଡ କରି ବିକ୍ରୀ କରି ହେବ। ଏ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ। ଏହି ନିୟମକୁ ସୋମବାରରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି। ପୂର୍ବର ନିୟମ ଅନୁସାରେ ଯେଉଁ ଜମିଗୁଡିକ ଚକଭୁକ୍ତ ହୋଇଥିବା ତାହାକୁ ବିକ୍ରି କରିବା ନିଷେଧ ଥିଲା।

ଏହାଦ୍ବାରା ସାଧାରଣ ଲୋକେ ଅସୁବିଧା ହେବା ସହିତ ରାଜସ୍ବ ହାନୀ ମଧ୍ୟ ପରିଲକ୍ଷିତ ହେଲା। କାରଣ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ରହିଛି । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା।

ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ଧାରା ୩୫ ଏବଂ ଧାରା ୩୪ କୁ ଉଚ୍ଛେଦ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

Related posts