ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର ସାଂସଦ ଧାନୋରକରଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ଖଡଗେ

Published: May 30, 2023, 3:38 pm IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକମାତ୍ର ଲୋକସଭା ସଦସ୍ୟ ଧାନୋରକର ଆଜି ସକାଳେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଧାନୋରକରଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଆଜି ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଲୋକସଭା ସଦସ୍ୟ ସୁରେଶ ନାରାୟଣ ଧାନକୋରଙ୍କ ମୃତ୍ୟୁ ଖବର ଶୁଣି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ କେତେକ ଦଳର ନେତା ସମବେଦନା ଜଣାଇଛନ୍ତି।

ଖଡଗେ ଟ୍ୱିଟ୍ କରି କହିଛନ୍ତି ଯେ, “ସୁରେଶ ନାରାୟଣ ଧାନୋରକରଙ୍କ ଅକାଳ ବିୟୋଗ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ସେ ଜଣେ ତୃଣମୂଳ ସ୍ତରର ନେତା ଥିଲେ।” ସେ ଧାନୋରକରଙ୍କ ପରିବାର, ତାଙ୍କ ବନ୍ଧୁ ଏବଂ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ ଟ୍ୱିଟ କରି କହିଛନ୍ତି ଯେ, ଦୁଇ ଦିନ ମଧ୍ୟରେ ଧାନୋରକରଙ୍କ ଅସୁସ୍ଥ ହେବା, ତାଙ୍କ ଅବସ୍ଥା ଗୁରୁତର ହେବା ଏବଂ ହଠାତ ମୃତ୍ୟୁ ହେବା ଅକଳ୍ପନୀୟ। ସେ ଜଣେ ଦକ୍ଷ, ଶକ୍ତିଶାଳୀ ଏବଂ ସମ୍ବେଦନଶୀଳ ନେତା ଥିଲେ। ଏହା ମଧ୍ୟ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି କଂଗ୍ରେସ ସାଂସଦଙ୍କ ଦେହାନ୍ତରେ ଦଳର ଅନ୍ୟ କେତେକ ନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Related posts