
ରଣପୁର: ରଣପୁର ମୟୁରଝୁଲିଆ ଖଣି ମାମଲାରେ ଖଣି ଲିଜଧାରୀ ସୁଶାନ୍ତ ବରାଡଙ୍କ ଘରେ ଭୁବନେଶ୍ୱର ସହିଦନଗର ସ୍ଥିତ ଡାଇରେକ୍ଟ ଜେନେରାଲ ଓଫ.ଜି.ଏସ.ଟି ଏଣ୍ଟେଲିଜେନ୍ସର ଚଢାଉ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ତହସିଲ କାର୍ଯ୍ୟାଳୟ ମଧ୍ୟରୁ କିଛି ନଥିପତ୍ର ସଂଗ୍ରହ କରିବା ପରେ ପଥର ଖଣି ମାଫିଆ ତଥା ସୁଶାନ୍ତ ବରାଡଙ୍କ ଘରେ ରେଡ୍ କରିଥିଲା GST ବିଭାଗ।
ଭୁବନେଶ୍ୱର GST ଟିମ୍ ( ଇଣ୍ଟେଲିଜଣ୍ଟ୍ ) ଙ୍କ ସୂଚନା ଅନୁସାରେ ୪ ଜଣ ଖଣି ମାଫିଆଙ୍କ ଘରେ ରେଡ୍ କରାଯାଇଛି। ରଣପୁର ତହସିଲ ଅଧିନସ୍ଥ ମୟୁରଝାଲିଆ ଗ୍ରାମରେ ବେଆଇନ ପଥରଖଣି କୁ ନେଇ NGT ମାମଲା ଘଟଣାରେ ଚର୍ଚ୍ଚିତ ଖଣି ମାଫିଆ ସୁଶାନ୍ତ ବରାଡଙ୍କ ଘରେ GST ବିଭାଗ ପକ୍ଷରୁ ରେଡ୍ କରାଯାଇ କିଛି ଦରକାରୀ କାଗଜପତ୍ର ଜବତ କରାଯାଇଛି ବୋଲି GST ଟିମ୍ ର ଆଡସିନାଲ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଶଶାଙ୍କ ଭୁଷଣ ବାରିକ ସୂଚନା ଦେଇଛନ୍ତି।