Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ତହସିଲ କର୍ମଚାରୀ ଆହତ

ରଣପୁର: ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଉପରେ ରଣପୁର ତହସିଲ ପକ୍ଷରୁ ଚଢାଉ ବେଳେ ୪ ରାଜସ୍ବ ନିରୀକ୍ଷକଙ୍କ ଉପରେ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଫିଆଙ୍କ ଆକ୍ରମଣରେ ୪ ଗୁରୁତର ହୋଇଥିବା ମଧ୍ୟ ଜଣା ପଡିଛି।

ରଣପୁର ତହସିଲଦାର ରବିନ ଚର୍ଚିଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ଟି ଟିମ ଗଠନ କରାଯାଇ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଗତ କାଲି ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝାଲିଆ ନିକଟସ୍ଥ ବୋକାଖାଇ ଅଞ୍ଚଳର ବେଆଇନ ଖଣି ଖନନ ଚାଲିଥିବାବେଳେ କାଲି ରାତିରେ ସେହି ଖଣି ଉପରେ ଗୋଟିଏ ଟିମ ଚଢ଼ାଉ କରିଥିଲା। ସେହି ଟିମରେ ଥିଲେ ଝାଡପଡ଼ା ରାଜସ୍ବ ନିରୀକ୍ଷକ ରମାକାନ୍ତ ବେହେରା, ରାଇପଡା ରାଜସ୍ବ ନିରୀକ୍ଷକ ରାକେଶ ରଞ୍ଜନ ସେଠୀ, ଚାନ୍ଦପୁର ରାଜସ୍ବ ନିରୀକ୍ଷକ ସରୋଜ କୁମାର ସାହୁ ଏବଂ ରାଜସୁନଖଳା ରାଜସ୍ବ ନିରୀକ୍ଷକ ସୁକାନ୍ତ ମାଝି।

ଏହି ବେଆଇନ ଖଣି ଉପରେ ଚଢ଼ାଉ ବେଳେ ହଠାତ ୨୦ ରୁ ୨୫ ଜଣ ଖଣି ମାଫିଆମାନେ ସାମିଲ ହୋଇ କର୍ମଚାରୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ତହସିଲଦାର ପୋଲିସ ସହାୟତାରେ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏହି ଆକ୍ରମଣରେ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କ ଅବସ୍ଥା ଗୁରୁତ୍ଵ ହେବାପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦପୁର ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ତହସିଲଦାରଙ୍କ ସହ ସମସ୍ତ କର୍ମଚାରୀ ମାନେ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଭେଟି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଥରଖଣି ମାଫିଆଙ୍କ ଘରେ GST ବିଭାଗର ରେଡ୍

ରଣପୁର: ରଣପୁର ମୟୁରଝୁଲିଆ ଖଣି ମାମଲାରେ ଖଣି ଲିଜଧାରୀ ସୁଶାନ୍ତ ବରାଡଙ୍କ ଘରେ ଭୁବନେଶ୍ୱର ସହିଦନଗର ସ୍ଥିତ ଡାଇରେକ୍ଟ ଜେନେରାଲ ଓଫ.ଜି.ଏସ.ଟି ଏଣ୍ଟେଲିଜେନ୍ସର ଚଢାଉ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ତହସିଲ କାର୍ଯ୍ୟାଳୟ ମଧ୍ୟରୁ କିଛି ନଥିପତ୍ର ସଂଗ୍ରହ କରିବା ପରେ ପଥର ଖଣି ମାଫିଆ ତଥା ସୁଶାନ୍ତ ବରାଡଙ୍କ ଘରେ ରେଡ୍ କରିଥିଲା GST ବିଭାଗ।

ଭୁବନେଶ୍ୱର GST ଟିମ୍ ( ଇଣ୍ଟେଲିଜଣ୍ଟ୍ ) ଙ୍କ ସୂଚନା ଅନୁସାରେ ୪ ଜଣ ଖଣି ମାଫିଆଙ୍କ ଘରେ ରେଡ୍ କରାଯାଇଛି। ରଣପୁର ତହସିଲ ଅଧିନସ୍ଥ ମୟୁରଝାଲିଆ ଗ୍ରାମରେ ବେଆଇନ ପଥରଖଣି କୁ ନେଇ NGT ମାମଲା ଘଟଣାରେ ଚର୍ଚ୍ଚିତ ଖଣି ମାଫିଆ ସୁଶାନ୍ତ ବରାଡଙ୍କ ଘରେ GST ବିଭାଗ ପକ୍ଷରୁ ରେଡ୍ କରାଯାଇ କିଛି ଦରକାରୀ କାଗଜପତ୍ର ଜବତ କରାଯାଇଛି ବୋଲି GST ଟିମ୍ ର ଆଡସିନାଲ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଶଶାଙ୍କ ଭୁଷଣ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ରଣପୁର ତହସିଲ: ଖଣି ମାଫିଆଙ୍କ ଆଡ୍ଡା ସ୍ଥଳୀରେ ବୁଲିଲା ଜେସିବି

ରଣପୁର: ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି। ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି।

ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ। ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ। ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ ଆସୁଥିଲେ। ମାଙ୍କଡା ପଥର କାଟି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ। ଫଳରେ ସରକାରୀ ରାଜସ୍ୱ ହାନି ହେଉଥିଲା।  କୁଶପଲ୍ଲାରେ ଚଢାଉ ବେଳେ ଏନଫୋର୍ସମେଣ୍ଟ ଟିମ୍ କୁ ଖଣି ମାଫିଆଙ୍କ ଆକ୍ରମଣ ପରେ ଏଭଳି ଆକ୍ସନ ମୋଡ୍ କୁ ଆସିଛି ରଣପୁର ତହସିଲ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣିରେ ଚଢ଼ାଉ ବେଳେ ଏନଫୋର୍ସମେଣ୍ଟ ଟିମକୁ ଗାଡି ଚଢାଇ ମାରିଦେବା ଉଦ୍ୟମ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।  ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସୁଦାମ ଚରଣ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ଗାଡି ଚଢାଇ ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯିବା ନେଇ ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର।

ଆଜିର ଏହି ଚଢ଼ାଉ କାର୍ଯ୍ୟରେ ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାୟପଡା ଆରଆଇ ରାକେଶ ରଞ୍ଜନ ସେଠି ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ତହସିଲରେ ଜିଲ୍ଲାପାଳଙ୍କ କାଗଜପତ୍ର ଯାଞ୍ଚ

ରଣପୁର: ଆଜି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ରଣପୁର ତହସିଲରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ରଣପୁର ତହସିଲ ଅଞ୍ଚଳରେ ବେଆଇନ ଭାବେ ଅନେକ ମାଙ୍କଡା ପଥର ଖଣି ଚାଲୁଥିବା ଅଭିଯୋଗ ହେଉଥିଲା। ଏପରିକି ଅନେକ ମାଙ୍କଡା ପଥର ଖଣି ଚାଲୁଥିବା ଅଭିଯୋଗ ହେଉଥିଲା। ଏପରିକି ଅନେକ ମାଙ୍କଡା ଖଣି ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଏବେ ଖନନ କରି ମାଙ୍କଡା ପଥର ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିବା ଜଣାପଡିଛି। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଖୋଳ ତାଡ଼ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ।