ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ଵାରା ଓଡିଶାର ପ୍ରଥମ ସ୍କିଲ ମେଗାଜିନ “ପ୍ରାରମ୍ଭ” ଲୋକାର୍ପିତ

Published: May 31, 2023, 7:14 am IST

ଭୁବନେଶ୍ୱର: ମଙ୍ଗଳବାର ଦିନ “ପ୍ରାରମ୍ଭ” “PRARAMBH”- The Start Up For Skill ନାମକ ଓଡିଶାର ପ୍ରଥମ ସ୍କିଲ ମେଗାଜିନ ସମ୍ମାନୀୟ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଶୁଭ କରକମଳରେ ତାଙ୍କ ବାସଭବନରେ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ଉତ୍ସବରେ ଭୋକେଶନାଲ ଟିଚର ଆସୋସିଏସନର ସଭାପତି ତଥା ଚିଫ ଏଡିଟର ବନଜା ମହାନ୍ତି, ସେକ୍ରେଟେରୀ ତଥା ମେନେଜିଙ୍ଗ ଏଡିଟର ମିସ ଦେବସ୍ମିତା ରାଉତ, ଉକ୍ତ ଏଡିଟୋରିଆଲ ବୋର୍ଡ ର ସଦସ୍ୟ/ସାଦସ୍ୟାଙ୍କ ମଧ୍ୟରୁ ରୋଜାଲିନ ମିଶ୍ର, ରୋଜାଲିନ ମହାନ୍ତି, ଯୋଗେଶ ଚନ୍ଦ୍ର ସାହୁ, ଗ୍ରାସିୟସ ଦାସ, ଗୋପୀନାଥ ଓଝା, ସତ୍ୟ ନାରାୟଣ ନାୟକ, ଅସ୍ମିତା ପ୍ରିୟଦର୍ଶିନୀ, ସୋନୁମୁନ ଦଣ୍ଡସେନା, ମଧୁମିତା ମହାନ୍ତି, ବିଶ୍ୱମ୍ବର ପ୍ରଧାନ ତଥା ଓଷ୍ଟା ର ପ୍ରେସିଡେଣ୍ଟ  ଅକ୍ଷୟ କୁମାର ମିଶ୍ର, ଜେନେରାଲ ସେକ୍ରେଟେରୀ ରଞ୍ଜନ କୁମାର ଦାସ, କୋଷାଧକ୍ଷ ରମାକାନ୍ତ ମହାପାତ୍ର ତାଥା ସହକାରୀ ସଦଶ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଉକ୍ତ ଉଦ୍ଘାଟନୀ ଉତ୍ସବରେ ସାନମାନୀୟ ମନ୍ତ୍ରୀ ଭୋକେଶନାଲ ଏଜୁକେସନ ତଥା ଓଡିଶାରେ ଏହାର ମହତ୍ୱ ଉପରେ ଦୃଷ୍ଟି ଆକର୍ଷଣ କରି ପ୍ରାରମ୍ଭ ନାମକ ପ୍ରଥମ ସ୍କିଲ ପତ୍ରିକା କୁ “ମିରର ଅଫ ଭୋକେସନାଲ ଏଜୁକେସନ ଇନ ସେକେଣ୍ଡାରୀ ଆଣ୍ଡ ହଇୟର ସେକେଣ୍ଡରୀ ସ୍କୁଲ”ବୋଲି ଆଖ୍ୟା ଦେଇ ଭୋକେସାନଲ ଟିଚର ଆସୋସିଏସନର ଏହି ଅଭିନବ ପ୍ରୟାସ କୁ ସ୍ଵାଗତ ଯୋଗ୍ୟ ବୋଲି କହିଥିଲେ। ସେ NSQF ତଥା STAR Project କୁ ଆତ୍ମନିର୍ଭର ଓଡିଶାର ମେରୁଦଣ୍ଡ ରୂପେ ବିବେଚନା କରି ଭୋକେଶନାଲ ଏଜୁକେସନ ନବୀନ ଓଡିଶାର ଭବିଷ୍ୟତ ବୋଲି ଦର୍ଶାଇଥିଲେ।

ଶେଷରେ ଭୋକେଶନାଲ ଟିଚର ଆସୋସିଏସନ ର ସଭାନେତ୍ରୀ ମନ୍ତ୍ରୀ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରି ଉଦ୍ଘାଟନୀ ଉତ୍ସବ ସଫଳତାର ସହ ସମାପନ ହେଲା ବୋଲି କହି ମନ୍ତବ୍ୟ ପ୍ରଦାନ କରିଥିଲେ।

Related posts