Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ
ଆଜିର ଖବର

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

May 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ପି ଅନ୍ଵେଷା ରେଡିଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଦକ୍ଷତା ପରିଷଦର ଆବାହକ ଅଜିତ କୁମାର ଉତ୍ତରାୟ ବୈଠକର ଆଭିମୁଖ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ। ଏଥିରେ ଆଇ ଟି ଆଇଓ ପଲିଟେକ୍ନିକ ରେ ବାଳିକାଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗ ଓ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଜିଲ୍ଲା ନିୟୋଜନ ଅଧିକାରୀ ଓ ଆଇ ଟି ଆଇ ,ପଲିଟେକ୍ନିକ ର ଅଧ୍ୟକ୍ଷ ମାନଙ୍କୁ ଅଧିକ ରୁ ଅଧିକ ପରାମର୍ଶ ଶିବିର ଏବଂ ସ୍ପଟ ରେଜିଷ୍ଟ୍ରସନ ପାଇଁ ପରାମର୍ଶ ଦେଇ ଥିଲେ। ଜିଲ୍ଲାପାଳ ଜିଲ୍ଲାରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ମେଳା/ନିଯୁକ୍ତି ଅଭିଯାନ ର ସମୀକ୍ଷା କରିଥିଲେ ଓ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ ହୋଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନବାକୁ ପରାମର୍ଶ ଦେଇଥିଲେ।ସୂଚନା ଅନୁସାରେ ୨୦୨୨-୨୩ ବର୍ଷରେ ଜିଲ୍ଲା ନିୟୋଜନ କାର୍ଯ୍ୟଳୟ ଦ୍ଵାରା ଅନୁଷ୍ଠିତ ନିଯୁକ୍ତି ମେଳା ରେ ୬୦ ଟି ବିଭିନ୍ନ ନିଯୁକ୍ତିଦାତା କମ୍ପାନୀ ଯୋଗ ଦେଇ ଜିଲ୍ଳାର ମୋଟ ୭୧୯ ଜଣ ପାର୍ଥିଙ୍କୁ ନିଯୁକ୍ତି ଦେଇଛନ୍ତି।

ଆତ୍ମ ନିର୍ଭରଶୀଳ ଦକ୍ଷତା ବିକାଶ ରେ ପ୍ଲମ୍ବିଂ, ବିଉଟି କେଆର୍, ବାମ୍ବୁ କ୍ରାଫ୍ଟ, ଟେଲରିଂ, ୱେଲ୍ଡିଙ୍ଗ, ମୋଟର ସାଇକେଲ ମରାମତି, ଇଲେକ୍ଟ୍ରିସୀଅନ, ସେଲ ଫୋନ ମରାମତି ଇତ୍ୟାଦି ର ବ୍ୟବସ୍ଥା ରହିଛି।ସେଭଳି ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରୁ ଉତିର୍ଣ୍ଣ ପରେ ପ୍ରାର୍ଥୀ ମାନଙ୍କ ପାଇଁ କେନ୍ଦ୍ର ସରକାରଂକ ସି ଟି ଟି ସି ଦ୍ଵାରା ସ୍ୱଳ୍ପ ଅବଧି ଏଡଭାନ୍ସଡ ଟ୍ରେନିଂ ଦିଆଯାଉଛି।

ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳ ସଚିବ ପିତାମ୍ବର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା ର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ଆଇ ଟି ଆଇ ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ଓର୍ମାସ ଅଧିକାରୀ ଜର୍ଜ କେର୍କେଟା, ଡି ପି ସି,ମିଶନ ଶକ୍ତି ଅମୃତ ପାଢୀ, ଡି ପି ଏମ, ଓ ଏଲ ଏମ ପ୍ରଶାନ୍ତ ମିଶ୍ର, ବେଦାନ୍ତ ଆଲୁମିନା ରୁ ଅଭିନୟ ପ୍ରତାପ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଉଦୟନ ମହାପାତ୍ର ଓ ଅମ୍ବୁଜ ତିୱାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ସଦଭାବନା ସଭା ଗୃହ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026
Latest News

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.