ଏସିଆ କପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ଜୁନ୍ ୧୭ ରେ ପାକିସ୍ତାନ ବିରୋଧରେ ହେବ ଲଢେଇ

Published: Jun 3, 2023, 10:50 am IST

ନୂଆଦିଲ୍ଲୀ: ପୁରୁଷ ଏସିଆ କପ୍-୨୦୨୩ ର ଆୟୋଜନକୁ ନେଇ ଦୀର୍ଘ ଦିନ ଧରି ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ସମୟରେ, ଚଳିତ ମାସ ୧୨ ତାରିଖରୁ ଖେଳାଯିବାକୁ ଥିବା ଏସିଆ ମହିଳା ଏସିଆ କପ୍ ପାଇଁ ବିସିସିଆଇ ୧୪ ସଦସ୍ୟ ବିଶିଷ୍ଟ ଭାରତୀୟ ଏ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆନ୍ ଏ ଦଳ ଜୁନ୍ ୧୩ ତାରିଖରେ ଅଭିଯାନ ଆରମ୍ଭ କରୁଥିବାବେଳେ ଜୁନ୍ ୧୭ ତାରିଖରେ ପାକିସ୍ତାନକୁ ଭେଟିବ।

ଏମର୍ଜିଙ୍ଗ ମହିଳା ଏସିଆ କପ୍-୨୦୨୩ ରେ, ଭାରତୀୟ ଏ ଦଳ ଲିଗ୍ ପର୍ଯ୍ୟାୟରେ ୩ ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବ। ଭାରତୀୟ ଏ ଦଳ ଜୁନ୍ ୧୩ ତାରିଖରେ ଆୟୋଜକ ହଂକଂ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଜୁନ ୧୫ ତାରିଖରେ ଥାଇଲ୍ୟାଣ୍ଡ ଏ ଦଳ ବିପକ୍ଷରେ ଖେଳିବ। ଏହା ପରେ ଇଣ୍ଡିଆ ଏ ଜୁନ୍ ୧୭ ତାରିଖରେ ପାକିସ୍ତାନ ଏ ମହିଳା ଦଳ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ।

ମନୋନୀତ ଭାରତୀୟ ଏ ମହିଳା ଦଳ:

ଶ୍ୱେତା ସେହରାୱତ (ଅଧିନାୟକ), ସୌମ୍ୟା ତିୱାରୀ (ଉପ-ଅଧିନାୟକ), ତ୍ରିଶା ଗୋଙ୍ଗଡି, ମୁସ୍କାନ ମଲିକ, ଶ୍ରେୟଙ୍କା ପାଟିଲ, କନିକା ଅହୁଜା, ଉମା କ୍ଷେତ୍ରି (ୱିକେଟ୍ କିପର), ମମତା ମଦିୱାଲା (ୱିକେଟ୍ କିପର), ତିତାସ ସାନ୍ଧୁ, ଯଯଶ୍ରୀ ଏସ, କାଶଭି ଗୌତମ, ପାର୍ଶଭି ଚୋପ୍ରା, ମନ୍ନତ କାଶ୍ୟପ, ମନ୍ନତ କଶ୍ୟପ, ବି ଅନୁଷା।

Related posts