Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୫ ତାରିଖରେ ପୁରୀ ଠାରେ ଆୟୋଜିତ ହେବ ‘‘ନବମନ୍ତ୍ର”
ଆଜିର ଖବର

ଆସନ୍ତା ୫ ତାରିଖରେ ପୁରୀ ଠାରେ ଆୟୋଜିତ ହେବ ‘‘ନବମନ୍ତ୍ର”

June 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
National Productivity
ଆସନ୍ତା ୫ ତାରିଖରେ ପୁରୀ ଠାରେ ଆୟୋଜିତ ହେବ ‘‘ନବମନ୍ତ୍ର"

ଭୁବନେଶ୍ବର: ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆସନ୍ତା ୫ ତାରିଖରେ ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିଭାଗୀମାନେ ଉଚ୍ଚସ୍ତରର ଉତ୍ପାଦକତା, ସବୁଜ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ହାସଲ ନିମନ୍ତେ ନବସୃଜନକୁ ପ୍ରୋତ୍ସାହିତ କରିବା ଲାଗି ‘‘ନବମନ୍ତ୍ର’’ର ପ୍ରଭାବୀ କାର୍ଯ୍ୟକାରିତାକୁ ନେଇ ବିଚାରବିମର୍ଶ କରିବେ।

ଜାପାନର ଟୋକିଓ ସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ ଉଦ୍ୟୋଗ ସହଯୋଗୀ ରହିଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଏବଂ ପ୍ରସିଦ୍ଧ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ବକ୍ତାମାନେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅନୁଭୂତି ବ୍ୟକ୍ତ କରିବେ। ଉତ୍ପାଦକତାର ସାମାଜିକ, ଆର୍ଥିକ ଓ ଶିଳ୍ପଗତ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ନେସନାଲ ସେଣ୍ଟର୍‌ ଫର ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଶ୍ରୀ ଭରତ ଲାଲଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କ ସମୂହ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ଉତ୍ପାଦକତାରେ ପ୍ରଶାସନର ଭୂମିକା ଏବଂ ଆର୍ଥିକ ବିକାଶ ଉପରେ ଆଲୋକପାତ କରିବେ। ଏନପିସିର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ କୁମାର ନାୟକ, ଅବସରପ୍ରାପ୍ତ ଆଇଏଏସ ତଥା ଆଇପିଏଲ୍‌ ସେଣ୍ଟର ଫର୍‌ ଆଉଟ୍‌ରିଚ୍‌ର ନିର୍ଦ୍ଦେଶକ ଡକ୍ଟର ରାଜୀବ ରଞ୍ଜନ ଏଥିରେ ଅଂଶଗ୍ରହଣ କରି ସବୁଜ ଉତ୍ପାଦକତା, ଦୀର୍ଘସ୍ଥାୟିତ୍ୱ ଏବଂ ସବୁଜ ବିକାଶ ଉପରେ ବିଚାର ଆଲୋଚନା କରିବେ।

ସମ୍ମିଳନୀ ଅବସରରେ ‘‘ଦୀର୍ଘସ୍ଥାୟୀ ଅଭ୍ୟାସ’’ ଉପରେ ବୈଷୟିକ ଅଧିବେଶନ ଏବଂ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହେବ। ଦୀର୍ଘସ୍ଥାୟୀ ବିକାଶ ପ୍ରୟାସ, ଆର୍ଥିକ ବିକାଶ ରଣନୀତି, ନିଯୁକ୍ତି ସୃଷ୍ଟି, ସାମାଜିକ ସମାବେଶିତା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯିବ। ଏହାବ୍ୟତୀତ ‘‘ଉଚ୍ଚ ଉତ୍ପାଦକତାର ବାହକ ଏବଂ ବାଧକ’’ ଉପରେ ପାନେଲ ଆଲୋଚନା କରାଯାଇ ସମସ୍ୟା ଦୂର କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ରଣନୀତି ଚୂଡ଼ାନ୍ତ କରାଯିବ।

ଉଦଯାପନୀ ଅଧିବେଶନରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଶିଷ୍ଟ ବକ୍ତମାନେ ଯୋଗ ଦେବେ। ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏହି ସମ୍ମିଳନୀ ପେସାଦାର, ନୀତି ନିର୍ମାତା, ଶିଳ୍ପ ବିଶେଷଜ୍ଞ ଏବଂ ଗୋଷ୍ଠୀ ନେତୃବର୍ଗଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ନେଟୱର୍କିଂ ଏବଂ ସହଭାଗିତା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେବ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ନବମନ୍ତ୍ର ଆଭିମୁଖ୍ୟର ଶୁଭାରମ୍ଭ କରାଯାଇଛି।

ପାଞ୍ଚଟି ବିଷୟବସ୍ତୁ କ୍ଷେତ୍ର ଏବଂ ଚାରିଟି ଭୌଗଳିକ କ୍ଷେତ୍ରକୁ ମିଶାଇ ସ୍ୱାବଲମ୍ବୀ ଭାରତ ପାଇଁ ନଅଟି ଲକ୍ଷ୍ୟ ଆଧାରିତ ଦୃଷ୍ଟିକୋଣକୁ ‘‘ନବମନ୍ତ୍ର’’ କୁହାଯାଉଛି। ବିଷୟବସ୍ତୁ କ୍ଷେତ୍ରଗୁଡ଼ିକ ହେଲା, ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, କୃଷି ଓ ସମବାୟ ଏବଂ ଉଦ୍ୟୋଗ ସହଭାଗିତା। ଦେଶରେ ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ଲାଗି ୨୮ଟି ସ୍ଥାନୀୟ ଉତ୍ପାଦକତା ପରିଷଦ ସହିତ ମିଶି ଏନପିସି ଲକ୍ଷ୍ୟ ଆଧାରିତ କାର୍ଯ୍ୟ ଜାରି ରହିଛି।

ଜାତୀୟ ଉତ୍ପାଦକତା ପରିଷଦ ନବମନ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.