ମନ୍ଦିର ଯାଉଛନ୍ତି କି? ଜାଣନ୍ତୁ କେଉଁ ମନ୍ଦିରରେ କେତେଥର କରାଯାଏ ପରିକ୍ରମା

Published: Jun 5, 2023, 6:55 am IST

ନୂଆଦିଲ୍ଲୀ: ଆମର ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି।

କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ:

ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର ୭ ଥର, ଶ୍ରୀ ଗଣେଶଙ୍କ ୪ ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ ୪ ଥର , ଦେବୀ ଦୁର୍ଗାଙ୍କର ଥରେ, ହନୁମାନଜୀଙ୍କ ୩ ଥର, ଶିବଙ୍କ ଅର୍ଦ୍ଧ ପରିକ୍ରମା କରିବାର ନିୟମ ରହିଛି।

ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବାର କାରଣ ରହିଛି। ତାହା ହେଲା, ମା ପାର୍ବତୀଙ୍କ ସମ୍ମୁଖରେ ଶିବଙ୍କ ପାଦୁକା କୁଣ୍ଡ ରହିଥାଏ। ଏକ ନାଳ ଦ୍ବାରା ଏହି ପାଦୁକା କୁଣ୍ଡ ସଂଯୋଗ କରାଯାଇଥାଏ। ସେଥିପାଇଁ ଏହି ପାଦୁକା ନାଳ ବା କୁଣ୍ଡକୁ ଡେଇଁ ଯିବା ଉଚିତ ନୁହେଁ।

ଆପଣ ଶିବ ମନ୍ଦିର ଯିବା ବେଳେ ମୁଖ୍ୟ ଦ୍ବାରା ପାର ନ ହୋଇ ପରିକ୍ରମା କରିବା ଉଚିତ। ଫଳରେ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବେ। ଏହାପରେ କାର୍ତ୍ତିକ ଦେବ ଏବଂ ପରେ ମା ପାର୍ବତୀଙ୍କୁ ଦର୍ଶନ କରିବେ। ଦେବୀ ପାର୍ବତୀଙ୍କ ପାଖରେ ପହଁଚିବା ପରେ ସେଠାରେ ଦର୍ଶନ କରି ସେହିଠାରୁ ହିଁ ଫେରି ଆସିବା ଉଚିତ। ମାଙ୍କ ନିକଟରେ ପହଁଚି ଗଲେ ତାହା ଶିବ ମନ୍ଦିରର ପୂର୍ଣ୍ଣ ପରିକ୍ରମା ବୋଲି ଧରାଯାଇଥାଏ।

Related posts