ଭୁବନେଶ୍ବରର ବିଜେପି କାର୍ଯ୍ୟାଳୟ ଉପରକୁ ଢେଲା ମାଡ, ବିରଞ୍ଚି ତ୍ରିପାଠୀଙ୍କୁ ଆକ୍ରମଣ

Published: Jun 5, 2023, 11:15 am IST
BJP

ଭୁବନେଶ୍ବର: ଗତକାଲି ବିଲମ୍ବିତ ରାତିରେ ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରକୁ ଟେକା ମାରିଥିବାର ଅଭିଯୋଗ ହୋଇଛି। ଏପରିକି ଅଫିସ ବାହାରେ ଛିଡା ହୋଇଥିବା ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତି ଆଠଟା ବେଳକୁ ଦୁଇଜଣ ଦୁର୍ବୁତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଶି ଗଣ୍ଡୋଗଳ କରିଥିଲେ। ସେମାନଙ୍କୁ ସେଠାରେ ଥିବା କର୍ମିମାନେ କାବୁ କରିଥିଲେ। ସେଠାରେ ଦୁଇ ଦୁର୍ବତ ଭୁଲ ମାଗି ଚାଲିଯାଇଥିଲେ। ହେଲେ ରାତି ପ୍ରାୟ ଏଗାରଟା ବେଳେ ଆଉ କିଛି ଲୋକ ଆସି ଅଫିସକୁ ଟେକାମାଡ କରିଥିଲେ। ଏପରିକି ବାହାରେ ଛିଡା ହୋଇଥିବା ବିଜେପି ନେତା ବିରଞ୍ଚି ତ୍ରିପାଠୀଙ୍କୁ ସେମାନେ ଆକ୍ରମାଣ କରିଥିଲେ। ସେଠାରେ ପୋଲିସ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି।

Related posts