Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ
ଆଜିର ଖବର

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

June 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି। ଭୁବନେଶ୍ବର ଶୀତଲ୍‌ ହୋଟେଲ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ, ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ।

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ।  ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାର ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ ଆଶା କରୁଛୁ। ଏହି ନିଷ୍ପତ୍ତିକୁ ଅନୁଭବ ମହାନ୍ତି ଫ୍ୟାନ୍ କ୍ଲବ୍ ଏବଂ ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି। ଓଡିଶାର କଳାକାର ଏବଂ ଲୋକମାନଙ୍କ ସହିତ ଆମର ସଠିକ୍ କାର୍ଯ୍ୟ ସପକ୍ଷରେ କାର୍ଯ୍ୟ କରିବା ଏବଂ ଜାରି ରଖିବା।

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନ ପାଇ ଆମେ ଜାଣି ଆନନ୍ଦିତ ଓ ଏହି ଗୁରୁତର ପରିସ୍ଥିତିକୁ ବୁଝି ନିଆଯାଇଥିବା ଏହି ସଠିକ୍ ପଦକ୍ଷେପରେ ଏହି ଚଳଚ୍ଚିତ୍ରର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକମାନଙ୍କୁ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଦେଉଛୁ ଏବଂ ଚଳଚ୍ଚିତ୍ର ରିଲିଜକୁ ବିଳମ୍ବ କରିବାକୁ ଆମେ ଚିନ୍ତା କରିଛୁ।

ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଷଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।  ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ,” ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି।

ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପୀଡିତ, ସେମାନଙ୍କ ପରିବାର ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ପ୍ରଭାବିତ ସମସ୍ତଙ୍କ ସହିତ ଅଛି। ଏହି କଠିନ ସମୟରେ ଆମେ ସମସ୍ତଙ୍କ ସହ ସହିତ ଏକତା ରେ ଛିଡ଼ା ହୋଇଛୁ ବୋଲି ‘ଲଭ୍ ଇନ୍ ଲଣ୍ଡନ’ର ଟିମ୍ କହିଛି।

ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି ,ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନ୍ ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

‘ଲଭ୍ ଇନ୍ ଲଣ୍ଡନ’ ହୋଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.