Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଜାତୀୟ ରାଜପଥରେ ପାର୍ସଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ପାର୍ସଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ

June 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ନୂଆଗଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଗୋଟିଏ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ପାର୍ସଲ ଭ୍ୟାନ (କାର୍ଗୋ ଟ୍ରକ ) ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପାର୍ସଲ ଭ୍ୟାନର କ୍ୟାବିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭ୍ୟାନ ଚାଳକ କ୍ୟାବିନ ମଧ୍ୟରେ ଚାପି ହୋଇଯାଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗାଡ଼ି ଚାଳକଙ୍କ ପରିଚୟ ଅଦ୍ୟାବଧି ମିଳିପାରିନଥିବା ବେଳେ ପୋଲିସ ଶବ ଓ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।

ଡ୍ରାଇଭର ମୃତ ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! କ୍ରସର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ଖଣି ବିବାଦକୁ ନେଇ ବଢ଼ିଲା ସନ୍ଦେହ

October 13, 2026

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026
Latest News

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! କ୍ରସର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ଖଣି ବିବାଦକୁ ନେଇ ବଢ଼ିଲା ସନ୍ଦେହ

October 13, 2026

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.