ଡବ୍ଲ୍ୟୁଟିସି ଫାଇନାଲ: ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା, ଭାଙ୍ଗିଲେ ସବୁ ରେକର୍ଡ

Published: Jun 10, 2023, 12:10 pm IST

ନୂଆଦିଲ୍ଲୀ: ଡବ୍ଲ୍ୟୁଟିସି ଫାଇନାଲରେ ରବିନ୍ଦ୍ର ଜାଡେଜା ଚମତ୍କାର କରିଛନ୍ତି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଜାଡେଜା ଏପର୍ଯ୍ୟନ୍ତ ୨ ଟି ୱିକେଟ୍ ନେଇଛନ୍ତି। ଜାଡେଜା ୨ଟି ୱିକେଟ୍ ନେବା ମାତ୍ରେ ଟେଷ୍ଟ କ୍ରିକେଟ୍ ରେ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା ଜାଡେଜା ବର୍ତ୍ତମାନ ପ୍ରଥମ ବାମହାତୀ ଭାରତୀୟ ସ୍ପିନର ହୋଇଛନ୍ତି। ଏହା ଦ୍ଵାରା ଜାଡେଜା ବିଶନ ସିଂ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ବାମହାତୀ ସ୍ପିନର ଭାବରେ ଭାରତ ପାଇଁ ଟେଷ୍ଟରେ ବିଶନ ସିଂ ବେଦୀ ୨୬୬ ୱିକେଟ୍ ନେଇଥିଲେ। ବର୍ତ୍ତମାନ ଜାଡେଜା ୨୬୭ ୱିକେଟ୍ ପାଇଛନ୍ତି। ଏଥି ସହିତ ଶ୍ରୀଲଙ୍କାର ରଙ୍ଗାନା ହେରାଥ ଟେଷ୍ଟରେ ବାମହାତୀ ସ୍ପିନର ଭାବରେ ସର୍ବାଧିକ ୱିକେଟ୍ ନେଇ ରେକର୍ଡ ରଖିଛନ୍ତି। ଟେଷ୍ଟରେ ହେରାଥ ୪୩୩ ୱିକେଟ୍ ନେଇଛନ୍ତି। ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଡାନିଏଲ ଭେଟୋରି ଟେଷ୍ଟରେ ୩୬୨ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।

ଏହା ବ୍ୟତୀତ ଇଂରାଜୀ ବୋଲର ଡେରେକ ଅଣ୍ଡରଉଡ୍ ଟେଷ୍ଟରେ ୨୯୭ ୱିକେଟ୍ ନେବାରେ ସଫଳତା ହାସଲ କରିଥିଲେ। ଏହା ପରେ ଜାଡେଜାଙ୍କ ନମ୍ବର ଆସିଛି। ଜାଡେଜା ଏପର୍ଯ୍ୟନ୍ତ ୬୫ ଟି ଟେଷ୍ଟ ମ୍ୟାଚରେ ୨୬୭ ୱିକେଟ୍ ନେଇଛନ୍ତି।

Related posts