WTC ଫାଇନାଲ୍: ଅନେକ ରେକର୍ଡ ସୃଷ୍ଟି କଲେ କିଙ୍ଗ କୋହଲି

Published: Jun 11, 2023, 2:27 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ବିରାଟ କୋହଲି ଲଣ୍ଡନର ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳୁଛନ୍ତି। ମ୍ୟାଚ୍‌ରେ ଭାରତର ପ୍ରଥମ ଇନିଂସରେ ଶୀଘ୍ର ଆଉଟ ପରେ କୋହଲି ଦ୍ୱିତୀୟ ଇନିଂସରେ ଭଲ ଫର୍ମରେ ଦେଖାଯାଉଛନ୍ତି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ସେ ଅନେକ ବଡ଼ ରେକର୍ଡ କରିଛନ୍ତି। ଭାରତୀୟ ଦଳ WTC ଫାଇନାଲର ଚତୁର୍ଥ ଏବଂ ନିଜର ଦ୍ୱିତୀୟ ଇନିଂସ ଖେଳୁଛି।

୪୪୪ ରନ୍ ର ରାଗେଟକୁ ପିଛା କରି ଭାରତୀୟ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ଶେଷ ଦିନରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୨୮୦ ରନ୍ ଆବଶ୍ୟକ। ଚତୁର୍ଥ ଦିନ ଶେଷରେ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ କ୍ରିଜରେ ଅଛନ୍ତି। କୋହଲି ୪୪ ରନ୍ କରିଛନ୍ତି ଏବଂ ରାହାନେ ବ୍ୟକ୍ତିଗତ ସ୍କୋର ୨୦ ରନ୍ କରିଛନ୍ତି। ୪୪ ରନ ସ୍କୋର ସହିତ କୋହଲି ଏହି ରେକର୍ଡଗୁଡ଼ିକୁ ତାଙ୍କ ନାମରେ କରିଛନ୍ତି।

– ଆଇସିସି ନକ୍ଆଉଟ୍ ମ୍ୟାଚ୍ ରେ ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି।

– କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି।

– ଆଇସିସି ଫାଇନାଲରେ ସର୍ବାଧିକ ରନ୍ ସ୍କୋର କରିଥିବା କୋହଲି ଦ୍ୱିତୀୟ ଖେଳାଳି ହୋଇଛନ୍ତି।

– ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାବେଳେ ସେ ୫୦୦୦ ଅନ୍ତର୍ଜାତୀୟ ରନ୍ ମାର୍କ ଅତିକ୍ରମ କରିଛନ୍ତି। ସେ ୫୦୦୩ ରନ୍ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସ୍କୋର କରିଥିବା କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି। ୬୭୦୭ ରନ୍ ସହ ତାଲିକାରେ ସଚିନ୍ ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି।

ଏହା ବ୍ୟତୀତ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବାବେଳେ କୋହଲି ୨୦୦୦ ରନ୍‌ର ଅତିକ୍ରମ କରିଛନ୍ତି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା କୋହଲି ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି। କୋହଲି ଏପର୍ଯ୍ୟନ୍ତ ୨୦୩୭ ରନ୍ ପୂରଣ କରିଛନ୍ତି। ଏବଂ ଚେତେଶ୍ୱର ପୂଜାରା ୨୦୭୪ ରନ୍ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ୩୬୩୦ ରନ୍ ସହ ଏକ ନମ୍ବରରେ ଅଛନ୍ତି।

Related posts