Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

June 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନ ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କ ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ। ମୋଟ ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ। ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବ ତଥା ଏହି ପ୍ଲାଣ୍ଟ୍ ନଡା, ବଳକା ଓ ଖରାପ ହୋଇଯାଇଥିବା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ। ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ।  ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ୍ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ତଥା ବିକଳ୍ପ ଉର୍ଜା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଇଥାନଲ, ଅକ୍ଷୟ ଉର୍ଜା କିମ୍ବା ହାଇଡ୍ରୋଜେନ ; ସବୁ ପ୍ରକାର ସ୍ଥାୟୀ ଉର୍ଜା ଭାରତର ଉପଲବ୍ଧ ପ୍ରାକୃତିକ ସମ୍ପଦରୁ ଆସୁ, ଏହା ଉପରେ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରଥମ ୨ଜି ଓ ୧ଜି ଇଥାନଲ ପ୍ଲାଣ୍ଟ୍ ବରଗଡରେ ହୋଇଛି। ଏହି ପ୍ଲାଣ୍ଟର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସମାଜ ପାଇଁ ସବୁଠୁ ବଡ଼ ଯୋଗଦାନ ଏହି ଅଞ୍ଚଳ ପାଇଁ ମୋଦି ସରକାରଙ୍କର ଅଛି। ଖୁବ ଶୀଘ୍ର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

କେବଳ ବଗରଡ ନୁହେଁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହ ସୋନପୁରରେ ନୂଆ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କନ୍ଦ୍ରମନ୍ତ୍ରୀ। ଏହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ଆଞ୍ଚଳିକ ସରକାରୀ ଆଇଟିଆଇ ଅନୁଷ୍ଠାନରେ ଟେକ୍ନୋଲୋଜି ଆଧାରାତି ନୂଆ ଦକ୍ଷତା ପାଠ୍ୟକ୍ରମ ଓ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ ଏକ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ । ଧାନ ଓ ଚାଉଳ ଏ ଜିଲ୍ଲାର ଅର୍ଥନୀତି ମୂଳ ଆଧାର। ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହୋଇ ପେଟ୍ରୋଲ ଓ ଡିଜେଲରେ ମିଶାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଚାଷୀ ମାନଙ୍କ ପାଇଁ ଅର୍ଥନୀତିଙ୍କ ସବଳ କରିବ। ଏହାକୁ ଧ୍ୟାନରେ ରଖି ଗତ ୯ ବର୍ଷରେ ଚିନି ଶିଳ୍ପର ପୁନଉଦ୍ଧାର ପାଇଁ ଆଖୁଛେଦାରୁ ଇଥାନଲ ବାହାର କରି ପେଟ୍ରୋଲିୟମ ପ୍ରଡକ୍ଟର ୧୦ ପ୍ରତିଶତର ଲକ୍ଷ୍ୟ ବହୁତ ପୂର୍ବରୁ ପୂରଣ ହୋଇଛି। ଏବେ ଏହାକୁ ୨୦ ପ୍ରତିଶତ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ନୂଆ ଅଧ୍ୟାୟ ସହ ଯୋଡି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବର ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିମ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କର ଦାୟିତ୍ୱରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା।

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ପୂର୍ବୋଦୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.