ଆହୁରି ୨ ଦିନ ଯାଏଁ ଲାଗିରହିବ ତାତି, କରିବ କଲବଲ

Published: Jun 12, 2023, 8:14 am IST

ଭୁବନେଶ୍ବର: ଲଗାତର ରାଜ୍ୟରେ ତାପମାତ୍ର ବୃଦ୍ଧି ସହିତ ଅସହ୍ୟ ଗୁଳୁଗୁଳିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି। ସକାଳୁ ସକାଳୁ ମଧ୍ୟ ଘରୁ ବାହାରିବା ଆସମ୍ଭବ ହୋଇପଡିଛି। ଦିନ ଦଶଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇପଡିଛି।  ତେବେ ଏହିପରି ପାଗ ଆହୁରି ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।  ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ବୋଲି କୁହାଯାଇଛି।

Related posts