
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସଠାରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜନ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହାକୁ ଏକ ବଡ଼ ଆରମ୍ଭ ବୋଲି କହିବା ସହ ଦେଶକୁ ଗୌରବାନ୍ୱିତ କରିବରେ ଜନଜାତି ଖେଳାଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି।
ଅମୃତ ମହୋତ୍ସବର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଆମ ଖେଳ ଦୁନିଆରେ ଏକ ବଡ଼ ଆରମ୍ଭ! ବୈଶ୍ୱିକ ପ୍ରତିଯୋଗିତାରେ ଭାରତକୁ ପରିଚୟ ଦେବାରେ ଜନଜାତି ଖେଳାଳୀମାନଙ୍କ ଏକ ବଡ଼ ଭୂମିକା ରହିଛି। ଏପରି ଉଦ୍ୟମ ଦ୍ୱାରା ଦେଶକୁ ଏହି ସମୁଦାୟରୁ ନୂଆ ପ୍ରତିଭା ମିଳିବ।’