ବେପାରୀଙ୍କ ଠାରୁ ରୂପା ଅଳଙ୍କାର ଲୁଟ ମାମଲା: ଦୁଇ ଲୁଟେରା ଗିରଫ, ଚୋରୀ ଜିନିଷ ଜବତ

Published: Jun 17, 2023, 7:32 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ନନ୍ଦନ ହୋଟେଲ ନିକଟରୁ ୩ କିଲୋ ରୁପା ଅଳଙ୍କାର ଲୁଟ୍ ହୋଇଥିବାକୁ ଭିତ୍ତି କରି ଅନୁସନ୍ଧାନ ଜାରି ରହିଥିଲା। ଶେଷରେ ଦୁଇ ଜଣ ଯୁବକକୁ ଟାଉନ ଥାନା ପୋଲିସ ଗିରଫ କରିଛି ଓ ତାଙ୍କ ନିକଟରେ ଥିବା ୨ କିଲୋ ୮୦୦ ଗ୍ରାମ ରୁପା ଅଳଙ୍କାର ଜବତ କରିଛି।

ପ୍ରକାଶ ଥାଉକି ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇ ପେଣ୍ଠ ସାହିର ସୁରେନ୍ଦ୍ର ମହାପାତ୍ର ଗାଁ ଗାଁ ବୁଲି ରୁପା ଅଳଙ୍କାର ବିକ୍ରି କରି ଫେରୁଥିବା ବେଳେ ରାସ୍ତାରେ ନନ୍ଦନ ହୋଟେଲ ସାମନାରେ ଗାଡ଼ି ରଖି କିଛି ଖାଦ୍ୟ ପଦାର୍ଥ କିଣିବାକୁ ଯାଇଥିଲେ। ଠିକ ସେତିକି ବେଳେ ଗାଡ଼ିରେ ଲାଗିଥିବା ରୁପା ଅଳଙ୍କାର ବ୍ୟାଗ୍ ଟିକୁ ଉକ୍ତ ଦୁଇ ଯୁବକ କାଳଷଣ୍ଢପୁର ଗ୍ରାମର ଡି ଗାନ୍ଧୀ ଓ ସୋରଡ଼ା ଅଞ୍ଚଳର ଏମ୍ ଦିଲୀପ ଝାମ୍ପି ଚମ୍ପଟ ମାରିଥିଲେ।

ଏହି ବିଷୟରେ ସୁରେନ୍ଦ୍ର ମହାପାତ୍ର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାସ୍ଥଳ ନିକଟରେ ଥିବା ସି ସି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇ ଲୁଟେରା ମାନେ ବ୍ୟବହାର କରୁଥିବା ପଲସର ମୋଟରସାଇକେଲ ନଂ କୁ ଟ୍ରାକିଂ କରି ଦୁଇ ଯୁବକ କୁ ଧରିବାରେ ସଫଳ ହୋଇଛନ୍ତି।

Related posts