ଜୀ-ସାର୍ଥକରେ ସିଧା ପ୍ରସାରଣ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

Published: Jun 19, 2023, 7:50 am IST

ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ୍ ୨୦ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। କେବଳ ରଥଯାତ୍ରା ନୁହେଁ ବରଂ ୨୮ ତାରିଖରେ ବାହୁଡା ଯାତ୍ରା ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ, ୨୯ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ନୀଳାଦ୍ରୀ ବିଜେ ରାତି ୧୦:୩୦ ରୁ ମଧ୍ୟ ସିଧା ପ୍ରାସାରଣ ହେବ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

ଏଥର ଉପସ୍ଥାପିକା ଭାବରେ ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ନୈନା ଦାସ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ମନ୍ମଥ ମିଶ୍ର, ସୁବାସ ଦାସ, ଶରତ ନାୟକ, ଦିପ୍ତୀରେଖା ପାଢୀ, ଅସୀମା ପଣ୍ଡା, ବିଷ୍ଣୁମୋହନ କବି, କୁଲଦୀପ ପଟ୍ଟନାୟକ ଓ ବସନ୍ତ ପାତ୍ର। ପ୍ରବଚକ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଗୁରୁପ୍ରସାଦ ମହାପତ୍ର, ସୁର୍ଯ୍ୟ ନାରାୟଣ ରଥଶର୍ମା, ଶାଶ୍ଵତୀ ସୌମ୍ୟା ମିଶ୍ର ଓ ପାର୍ଥସାରଥୀ ମହାନ୍ତି।

ଏହି କାର୍ଯକ୍ରମ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଆମେ ଆମ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ସହିତ ଉଚ୍ଚକୋଟିର ଧାରାବିବରଣୀ ଓ ଭଜନର ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ।

Related posts