Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ସଫଳତା: ଏକାଥରକେ ଚାରିଟି ଗଣ୍ଠି ହେଲା ପ୍ରତିରୋପଣ
ଆଜିର ଖବର

ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ସଫଳତା: ଏକାଥରକେ ଚାରିଟି ଗଣ୍ଠି ହେଲା ପ୍ରତିରୋପଣ

June 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱର ଡାକ୍ତରମାନେ ଜଣେ ମହିଳା ରୋଗୀଙ୍କ ଠାରେ ଏକାଥରକେ ଚାରି ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର (କ୍ୱାଡ୍ରୁପଲ୍‌ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ) କରିବାରେ ସଫଳତା ହାସଲ କରିଛନ୍ତି। ଅସ୍ତ୍ରୋପଚାରର ତିନି ମାସ ପରେ ରୋଗୀ ଏବେ ସ୍ୱାଭାବିକ ଭାବେ ଚାଲିପାରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ 37 ବର୍ଷୀୟା ମହିଳାଙ୍କ ଦୁଇ ଆଣ୍ଠୁ ଏବଂ ନିତମ୍ବର ଦୁଇ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏହି ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ମହିଳା ଆଣ୍ଠୁ ଗଣ୍ଠି ବାତ ରୋଗରେ ପୀଡ଼ିତ ଥିଲେ ଏବଂ ଅନେକ ପ୍ରକାର ଚିକିତ୍ସା ସତ୍ତ୍ୱେ ତାଙ୍କର ରୋଗ ଭଲ ହେଉନଥିଲା। ନିତମ୍ବ ଓ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା କାରଣରୁ ସେ ପଙ୍ଗୁପ୍ରାୟ ହୋଇଯାଇଥିଲେ । ସେ କେବଳ ଆଶାବାଡ଼ି ସହାୟତାରେ ଶୌଚାଳୟକୁ ଯାଇପାରୁଥିଲେ, ଏଥିପାଇଁ ମଧ୍ୟ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ତାଙ୍କର ଅଣ୍ଟା ପାଖରୁ ଆଦୌ କାମ କରୁନଥିଲା ଏବଂ ଆଣ୍ଠୁଦ୍ୱୟ ସାମାନ୍ୟ ହଲି ପାରୁଥିଲା। ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଦୁଇ ନିତମ୍ବ ଏବଂ ଦୁଇ ଆଣ୍ଠୁ ଗଣ୍ଠିକୁ ପ୍ରତିରୋପଣ କରିବାର ଆବଶ୍ୟକତା ଦେଖା ଦେଇଥିଲା।

ଡାକ୍ତର ମଣ୍ଟୁ ଜୈନଙ୍କ ଦ୍ୱାରା ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ  ଡାକ୍ତରମାନଙ୍କର ଏକ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଏକାଥରରେ ତାଙ୍କର ଉଭୟ ନିତମ୍ବ ଏବଂ ଆଣ୍ଠୁଗଣ୍ଠିରେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ହେଲା। ଏକ ସଙ୍ଗେ ଚାରିଟି ଗଣ୍ଠି ପ୍ରତିରୋପଣ କରିବା ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ଏକ ଆହ୍ୱାନ ଥିଲା। ଅସ୍ତ୍ରୋପଚାର ସମୟରେ ରକ୍ତର ସବୁ ପରିମାପ ଆଧାରରେ ରୋଗୀ ଉପରେ ରକ୍ତସ୍ରାବ ଏବଂ ଅସ୍ତ୍ରୋପଚାରର ଚାପ କିଭଳି ରହିବ ତାହା ଅନୁଧ୍ୟାନ କରାଯାଇଥିଲା। ଫେବୃଆରୀ 2023ରେ ଡାକ୍ତର ସୁଜିତ ତ୍ରିପାଠୀ (ଅତିରିକ୍ତ ପ୍ରାଧ୍ୟାପକ) ଏବଂ ଡାକ୍ତର ମଣ୍ଟୁ ଜୈନ (ସହାୟକ ପ୍ରାଧ୍ୟାପକ) ଏବଂ ଡାକ୍ତର ଶ୍ରୀତମ ଜେନା (ନିଶ୍ଚେତକ ସହାୟକ ପ୍ରଫେସର)ଙ୍କ ନେଇ ଏକ ଚିକିତ୍ସକ ଦଳ ମହିଳାଙ୍କ ଠାରେ ସଫଳ ଅସ୍ତ୍ରୋପଚାର କରିଥିଲେ ।

ପ୍ରଥମେ ନିତମ୍ବ ପ୍ରତିରୋପଣ କରାଯାଇଥିଲା ଏବଂ ଏହାପରେ ଆଣ୍ଠୁ ପ୍ରତିରୋପଣ ହୋଇଥିଲା। ଅସ୍ତ୍ରୋପଚାର ଶେଷ ହେବାକୁ ତିନି ଘଣ୍ଟା ମଧ୍ୟରେ ହୋଇଥିଲା। ନିଶ୍ଚେତକ ବିଭାଗ ଅତିରିକ୍ତ ପ୍ରଫେସର ଡାକ୍ତର ସ୍ୱାଗତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ରୋଗୀଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା ଏବଂ ତାଙ୍କୁ ଯଥେଷ୍ଟ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଇଥିଲା। ତୃତୀୟ ଦିନ ଠାରୁ ସେ ଚାଲିବା ଆରମ୍ଭ କଲେ ଏବଂ ଚିକିତ୍ସାର ପରିଣାମକୁ ନେଇ ସେ ଖୁସି ଥିଲେ । ବିଏସକେୱାଇ ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ ପ୍ରତିରୋପଣ ଓ ଅସ୍ତ୍ରୋପଚାର ଖର୍ଚ୍ଚ ଯୋଗାଇ ଦିଆଯାଇଥିଲା।

ତିନି ମାସ ଧରି ଚିକିତ୍ସାରେ ରହିବା ପରେ ସମ୍ପୃକ୍ତ ମହିଳା ରୋଗୀ ଜଣଙ୍କ ଏବେ ଯନ୍ତ୍ରଣାମୁକ୍ତ ହୋଇପାରିଛନ୍ତି ଓ ସ୍ୱାଭାବିକ ଭାବେ ଚାଲି ପାରୁଛନ୍ତି । ତାଙ୍କୁ ଏକ ନୂଆ ଜୀବନ ମିଳିଛି । ଭେଷଜ ବିଭାଗ ସହାୟକ ପ୍ରାଧ୍ୟାପିକା ଡାକ୍ତର ଅନୁପମା ତାଙ୍କର ଆଣ୍ଠୁଗଣ୍ଠି ବାତ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଦ୍ୱିତୀୟ ଥର ପାଇଁ ଏପରି ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ଦିଲ୍ଲୀ ଏମ୍ସ ଠାରେ ଆଉ ଜଣେ ଓଡ଼ିଆ ରୋଗୀଙ୍କର ଏକାଥରେ ଚାରିଟି ଗଣ୍ଠିର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡ଼ା ରୋଗୀଙ୍କୁ ଦେଖା କରିବା ସହିତ ତାଙ୍କର ସୁସ୍ଥ ହେବା ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଛନ୍ତି । ଏଭଳି ଜଟିଳ ଅସ୍ତ୍ରୋପଚାର କରିଥିବା ଏବଂ ରୋଗୀଙ୍କୁ ଚାଲିବାକୁ ସକ୍ଷମ କରିଥିବା ଡାକ୍ତରୀ ଦଳକୁ ସେମାନେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଫେସର ବିଶ୍ୱାସ କହିଛନ୍ତି ଯେ, ଏପରି ଅସ୍ତ୍ରୋପଚାର ବିରଳ ଏବଂ ଏହାକୁ ଅତ୍ୟନ୍ତ ସତର୍କତାର ସହିତ ସମ୍ପାଦନ କରିବାକୁ ହୋଇଥାଏ।

ତେବେ ଏଭଳି ପଙ୍ଗୁ ରୋଗୀଙ୍କ ଠାରେ ଏକାଥରକେ ଏକାଧିକ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ସମ୍ପର୍କରେ ବିଚାର କରାଯିବା ଉଚିତ୍‌ କାରଣ ଗୋଟିଏ କିମ୍ବା ଦୁଇଟି ପ୍ରତିରୋପଣ ଦ୍ୱାରା ରୋଗୀ ଚାଲିପାରିବ ନାହିଁ। ବିଶେଷଜ୍ଞ ଡାକ୍ତରଙ୍କ ହାତରେ ଏବଂ ଭଲ ଆନୁସଙ୍ଗିକ ସୁବିଧା ଥିବା ଚିକିତ୍ସାଳୟରେ ଏହା ସମ୍ଭବ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Latest News

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.