
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ନିବେଶକ, ଲେଖକ ତଥା ହେଜ୍ ଫଣ୍ଡ୍, ବ୍ରିଜୱାଟରର ସହପ୍ରତିଷ୍ଠାତା ରାଏ ଦଲିଓଙ୍କୁ ଭେଟିଛନ୍ତି।
ଶ୍ରୀ ଦଲିଓଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଇନ ଅନୁପାଳନ କୋହଳ ଏବଂ ବହୁସଂଖ୍ୟକ ଆଇନଗତ ବ୍ୟବସ୍ଥାରେ ଅପରାଧୀକରଣକୁ ହ୍ରାସ କରିବା ନିମନ୍ତେ ସରକାର ଆଣିଥିବା ସଂସ୍କାର ଉପରେ ଆଲୋକପାତ କରିଥିଲେ। ଏଥିସହ ଭାରତ ଆସିବାକୁ ଶ୍ରୀ ଦଲିଓଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।