Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ
ଆଜିର ଖବର

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

June 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି।

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି। ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି।

ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍‌ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି।

ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍‌ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍‌ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍‌ଏ ର ୟୁନିଭର୍ସିଟି ଅଫ୍ ୱାଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି।

ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି। ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି। ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍‌ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି।

ଶିକ୍ଷା ଓ ଅନୁସନ୍ଧାନ ଶ୍ରେଷ୍ଠ ବୈଜ୍ଞାନିକ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026
Latest News

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.