Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଚ୍ଛିନ୍ନାଞ୍ଚଳକୁ ଗଲା ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା
ଆଜିର ଖବର

ବିଚ୍ଛିନ୍ନାଞ୍ଚଳକୁ ଗଲା ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା

June 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଚ୍ଛିନ୍ନାଞ୍ଚଳକୁ ଗଲା ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ (ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା) ବିତରଣ ନିମନ୍ତେ ଛତିଶଗଡ଼, ଝାରଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ପ୍ରେରଣ କରାଯାଇଛି।

ଆଜି ପୂର୍ବାହ୍ନରେ ଉତ୍କଳ ପ୍ରସଙ୍ଗ ନେଇ ଯାଉଥିବା ଏକ ଗାଡ଼ିକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ଏବଂ ଆତ୍ମୀୟତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସରକାରଙ୍କର ସେମାନଙ୍କ ପ୍ରତି ଥିବା ଭଲପାଇବାକୁ ବଳବତ୍ତର ରଖିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଉତ୍କଳ ପ୍ରସଙ୍ଗ (ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା) ନେଇ ଯାଉଥିବା ଏହି ଗାଡ଼ିଟି ପ୍ରଥମଥର ପାଇଁ ଛତିଶଗଡ଼ର ରାୟଗଡ଼ ଯାଇ ପୁସ୍ତକ ବିତରଣ କରିବ। ସେଠାରୁ ଝାରଖଣ୍ଡ ଯାଇ ଚାଇଁବସା, ଚକ୍ରଧରପୁର, ସରେଇକଳା ଏବଂ ଖରସୁଆଁ ଆଦି ବିଚ୍ଛିନ୍ନାଞ୍ଚଳରେ ପୁସ୍ତକ ବିତରଣ କରିବ। ସେଠାରୁ ଫେରିଲା ପରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍‌, ମଞ୍ଜୁଷା, ଟିକାଲି ଏବଂ ବିଶାଖାପାଟଣା ଯାଇ ଏହି ସ୍ୱତନ୍ତ୍ର ସଂଖ୍ୟାକୁ ଓଡ଼ିଆ ଭାଷାଭାଷୀମାନଙ୍କ ମଧ୍ୟରେ ବଣ୍ଟନ କରିବ।

ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଯାତ୍ରାର ସଫଳତା କାମନା କରିଥିଲେ।

ଉତ୍କଳ ପ୍ରସଂଗ ଉତ୍କଳ ପ୍ରସଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Latest News

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.