Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ
ଆଜିର ଖବର

ଆଜିଠାରୁ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଭୂମିପୂଜନ ଯଜ୍ଞ ଆଜି ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ବିଭିନ୍ନ ସାମାଜିକ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଶୁଭ ସମାରୋହର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି।

ଉକ୍ତ ଉତ୍ସବର ଭିତ୍ତିପ୍ରସ୍ତର ସ୍ଥାପନ ଜୁନ ୨୮ ତାରିଖ ସକାଳ ସମୟରେ ଅନୁଷ୍ଠିତ ହେବା ନେଇ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହି ମହୋତ୍ସବ ଭୁବନେଶ୍ୱରର ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସୂଚିତ କରିବା ସହ ବିଶ୍ୱବାସୀଙ୍କୁ ଏହାର ଐତିହାସିକ ମହତ୍ତ୍ୱ ସଂପର୍କରେ ଅବଗତ କରାଇବ।

ଏହି ତିନିଦିନିଆ ଉତ୍ସବରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ଐତିହ୍ୟ ଓ ପରମ୍ପରାରେ ନିମଜ୍ଜିତ ହେବେ। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଓ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ। ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ଏକ ଶାନ୍ତ ତଥା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଏହି ଉତ୍ସବର ପବିତ୍ରତା ବୃଦ୍ଧି ପାଇବ। ଏହା ସହିତ ତିନିଦିନ ଧରି ନିକଟସ୍ଥ ବିଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ୍‌, ଆଲୋକ ଓ ଶବ୍ଦ ପ୍ରଦର୍ଶନ ଏବଂ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି।

ଏକ ପ୍ରୋଜେକଫ ମଡେଲ ଏବଂ ସୂଚନା ପ୍ରଦର୍ଶନୀ ଆୟୋଜନ କରାଯାଇ ଏକାମ୍ର କ୍ଷେତ୍ରର ଉନ୍ନତି ନିମନ୍ତେ ଜାରି ଉଲ୍ଲେଖନୀୟ ପ୍ରୟାସ ସଂପର୍କରେ ପର୍ଯ୍ୟଟକମାନଙ୍କୁ ସୂଚନା ପ୍ରଦାନ କରାଯିବ। ଜୁନ୍‌ ୨୭ ଓ ୨୮ ତାରିଖ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ହରିହରନ୍‌, ଅନନ୍ତ ସୁବ୍ରମଣି, ଅଭିଲିପ୍‌ସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାର ଏବଂ ଅନ୍ୟ ସ୍ୱନାମଧନ୍ୟ କଳାକାରମାନଙ୍କ ମନଛୁଆଁ ସଂଗୀତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବ।

୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକାମ୍ର କ୍ଷେତ୍ରର ସୁବିଧା ଓ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ନିମନ୍ତେ ‘ଏକାମ୍ର ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଏବଂ ଅନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଐତିହ୍ୟର ପ୍ରଚାରପ୍ରସାର ନିମନ୍ତେ ଚତୁଃପାଶ୍ୱର୍ର ଆବଣ୍ଟିତ ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରନିତତ୍ତ୍ୱ ଏବଂ ପ୍ରନିତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ। ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ। ଏଥି ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାଶ୍ୱର୍ରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି ଏବଂ ଉନ୍ନୟନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଭୁବନେଶ୍ୱରର ଗୌରବମୟ ଅତୀତ ଓ ଐତିହ୍ୟର ପୁନରୁଦ୍ଧାର ପ୍ର୍ରକ୍ରିୟାରେ ସାମିଲ ହୋଇ ଏହାକୁ ସଫଳ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରୁଛୁ।
ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଡିିସିପି ପ୍ରତୀକ୍‌ ସିଂ, ଓଡ଼ିଶା ସେତୁ ନିର୍ମାଣ ନିଗମର ଜେ.କେ. ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏକାମ୍ର ପ୍ରକଳ୍ପ ମୁକ୍ତେଶ୍ୱର ମନ୍ଦିର ଲିଙ୍ଗରାଜ ମନ୍ଦିର ସଂପୂର୍ଣ୍ଣ କାର୍ଯ୍ୟସୂଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.