ଅମୋଲ ମିଟକାରିଙ୍କ ଦାବି: ବିଜେପି ଛାଡି ଏନସିପିରେ ଯୋଗ ଦେଇପାରନ୍ତି ପଙ୍କଜା ମୁଣ୍ଡେ

Published: Jun 26, 2023, 11:09 am IST

ମୁମ୍ବାଇ: ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବରିଷ୍ଠ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେଙ୍କୁ ବାରମ୍ବାର ଅବହେଳିତ କରାଯାଉଛି। ଏହି ସମୟରେ, ମହାରାଷ୍ଟ୍ର ଉପରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବିଆରଏସ (ଭାରତ ରାଷ୍ଟ୍ର ସମିତି) ପଙ୍କଜା ମୁଣ୍ଡେଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଖୋଲା ପ୍ରସ୍ତାବ ଦେଇଛି। ସେପଟେ ଏନସିପି ମୁଖପାତ୍ର ଅମୋଲ ମିଟକରୀ ଏକ ବଡ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ପଙ୍କଜା ମୁଣ୍ଡେ ଖୁବ୍ ଶୀଘ୍ର ଏନସିପିରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ ଏହା ଜାଣିଛନ୍ତି ବୋଲି ମିଟକରୀ କହିଛନ୍ତି। ଟିଭି-୯ ମରାଠୀ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ସେ ଏହା କହିଛନ୍ତି।

ଯେତେବେଳେ ପଙ୍କଜା ମୁଣ୍ଡେଙ୍କ ଅସନ୍ତୋଷ ଏବଂ ବିଆରଏସର ଅଫର ବିଷୟରେ ପଚରାଗଲା, ଅମୋଲ ମିଟକରୀ କହିଛନ୍ତି ଯେ, ‘ଏକନାଥ ଖାଡସେ ପଙ୍କଜା ମୁଣ୍ଡେଙ୍କୁ ଭେଟିଥିଲେ। ସେହି ଦିନଠାରୁ ଯଦି ଆମେ ଘଟଣାକ୍ରମକୁ ଦେଖିବା, ତେବେ ପଙ୍କଜା ମୁଣ୍ଡେଙ୍କୁ ବହୁ ପରିମାଣରେ ବିଜେପି ଦ୍ୱାରା ଅପମାନିତ ହେବାକୁ ପଡିଛି। ସେଥିପାଇଁ ଆମେ ବିଶ୍ବାସ କରୁ, ପଙ୍କଜା ମୁଣ୍ଡେ ଏନସିପିରେ ଯୋଗ ଦେଇ ପାରିବେ। ପଙ୍କଜା ମୁଣ୍ଡେ ଗୋପୀନାଥ ମୁଣ୍ଡେଙ୍କ ଝିଅ। ସେଥିପାଇଁ ସମସ୍ତେ ଭାବୁଥିଲେ ଯେ, ସେ ଆମ ପାର୍ଟିରେ ରହିବା ଉଚିତ୍।”

Related posts