Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିକ୍ସେଲ ସ୍ପେସ୍ ଇଣ୍ଡିଆ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କଲା କୃଷି ମନ୍ତ୍ରଣାଳୟ
ଆଜିର ଖବର

ପିକ୍ସେଲ ସ୍ପେସ୍ ଇଣ୍ଡିଆ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କଲା କୃଷି ମନ୍ତ୍ରଣାଳୟ

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ପିକ୍ସେଲ ସ୍ପେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଡିଆଣ୍ଡଏଫଡବ୍ଲ୍ୟୁ ସଚିବ ମନୋଜ ଅହୁଜା, ଡିଆଣ୍ଡଏଫଡବ୍ଲ୍ୟୁ ଉପସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି।

ଏମଏନସିଏଫସି ନିର୍ଦ୍ଦେଶକ ସିଏସ୍ ମୁର୍ତ୍ତୀ ଭାରତ ସରକାରଙ୍କ ତରଫରୁ ଏବଂ ପିକ୍ସେଲ ସ୍ପେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପ୍ରମୁଖ ଅଧିକାରୀ ଅଭିଷେକ କୃଷ୍ଣନ୍ ଏମଓୟୁ ସ୍ୱାକ୍ଷର କରିଥିଲେ। ଏହାର ଲକ୍ଷ୍ୟ ହେଉଛି ପିକ୍ସେଲର ହାଇପରସ୍ପେକ୍ଟ୍ରାଲ୍ ଡାଟା ସେଟର ବ୍ୟବହାର କରି ଭାରତୀୟ କୃଷି ଇକୋସିଷ୍ଟମ୍ ତନ୍ତ୍ର ପାଇଁ ବିନା ମୂଲ୍ୟରେ ବିଭିନ୍ନ ଭୌଗୋଳିକ ସମାଧାନର ବିକାଶ କରିବା। ଏହି ପ୍ରକଳ୍ପ ଫସଲର ମ୍ୟାପିଂ କରିବା, ମୂଲ୍ୟ ନିର୍ଦ୍ଧାରଣ, ବିଭିନ୍ନ ପର୍ଯ୍ୟାୟ ଫସଲ ମଧ୍ୟରେ ବ୍ୟବଧାନ, ଫସଲ ସ୍ୱାସ୍ଥ୍ୟ ନୀରିକ୍ଷଣ ଏବଂ ମୃତ୍ତିକାରେ ଜୈଜ ଅଙ୍ଗାରକାମ୍ଳ ଆକଳନ ଉପରେ ଧ୍ୟାନ ରଖି ବିଶ୍ଲେଷଣାତ୍ମକ ମଡେଲ ଗୁଡିକ ବିକଶିତ କରିବା ପାଇଁ ପିକ୍ସେଲର ପଥ ଖୋଜୁଥିବା ଉପଗ୍ରହରୁ ପ୍ରାପ୍ତ ହାଇପରସ୍ପେକ୍ଟ୍ରାଲ୍ ଡାଟା ନମୁନାର ଲାଭ ଉଠାଇବା ଉପରେ କେନ୍ଦ୍ରୀତ। ସରକାରଙ୍କୁ ପିକ୍ସେଲ ଦ୍ବାରା ଉବଲବ୍ଧ ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ବ୍ୟବହାର ପଦ୍ଧତି ବିକାଶିତ କରିବାରେ ସକ୍ଷମ କରିବ। ଡିଆଣ୍ଡଏଫଡବ୍ଲ୍ୟୁ ତରଫରୁ ଏମଏନସିଏଫସି ଉପଯୁକ୍ତ ପଦ୍ଧତିର ବିକଶିତ କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ପିକ୍ସେଲ ଟିମ୍ ସହିତ ସହଯୋଗ କରିବ।

ହାଇପରସ୍ପେକ୍ଟ୍ରାଲ୍ ରିମୋଟ ସେନ୍ସିଂ କୌଶଳରେ ଉପଗ୍ରହ ଦ୍ବାରା ସଂକୀର୍ଣ୍ଣ ତରଙ୍ଗ ଦୈର୍ଘ୍ୟ ବ୍ୟାଣ୍ଡର ସ୍ପେକ୍ଟ୍ରାଲ୍ ମାପ ଅନ୍ତର୍ଭୁକ୍ତ ଏବଂ ଏହି ମାପ ଫସଲ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଏବଂ ଆକଳନ କରିବା ପାଇଁ କିଛି ଅନନ୍ୟ ସୂଚକାଙ୍କ ପ୍ରଦାନ କରିଥାଏ। ଏହା ହେଉଛି କୃଷି ଉପରେ ଦୃଷ୍ଟି ରଖିବା ପାଇଁ ଅନନ୍ୟ ସାମର୍ଥ୍ୟ ସହିତ ଏକ ବିକଶିତ ପ୍ରଯୁକ୍ତିବିଦ୍ୟା। ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ବ୍ୟବହାର କରି କ୍ଲୋରୋଫିଲ୍ ଏବଂ ଫସଲର ଆର୍ଦ୍ରତା ସ୍ଥିତିରେ ପରିବର୍ତ୍ତନ ଚିହ୍ନଟ କରି ଫସଲ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଓ ଫସଲର ସଂକଟ ପରିଚାଳନା ସମାଧାନ ଖୋଜିବାରେ କୃଷକମାନଙ୍କ ପାଇଁ ଲାଭଦାୟକ ହେବ।

ମୃତ୍ତିକାର ଜୈବ ମୂଲ୍ୟାଙ୍କନ ସହିତ ମୃତ୍ତିକାର ପୋଷକ ତତ୍ତ୍ବ ମ୍ୟାପିଂ, ହାଇପରସ୍ପେକ୍ଟ୍ରାଲ୍ ଟେକ୍ନୋଲୋଜିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ। ସେନ୍ସର ଦ୍ୱାରା ମାପ କରାଯାଇଥିବା ମୃତ୍ତିକାର ପ୍ରତିଫଳନ, ମୃତ୍ତିକାର ଜୈବ ଅଙ୍ଗାରକାମ୍ଳର ଆକଳନ ପାଇଁ ଅଧିକ ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ ତଥ୍ୟ ପ୍ରଦାନ କରିଥାଏ। ଏହା ହାଇପରସ୍ପେକ୍ଟ୍ରାଲ୍ ବ୍ୟବହାର କରି ଫସଲ ଉପରେ ପଡୁଥିବା ଚାପର ଶୀଘ୍ର ଚିହ୍ନଟ କରିବାରେ, କୀଟନାଶକ/ରୋଗ କିମ୍ବା ଜଳ କାରଣରୁ ଫସଲ ସଂକଟର ସଠିକ୍ ନିରାକରଣରେ ସାହାଯ୍ୟ କରିବ। ଲକ୍ଷ ଲକ୍ଷ ଚାଷୀଙ୍କୁ ଉପକୃତ କରୁଥିବା ସରକାରଙ୍କ ବର୍ତ୍ତମାନର ପରାମର୍ଶ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ହାଇପରସ୍ପେକ୍ଟ୍ରାଲ୍ ତଥ୍ୟ ଅନେକ ସୁଯୋଗ ପ୍ରଦାନ କରିଥାଏ।

ଡିଆଣ୍ଡଏଫଡବ୍ଲ୍ୟୁର ସଚିବ, କହିଛନ୍ତି ଯେ ଯୁବ ଷ୍ଟାର୍ଟଅପ୍ କମ୍ପାନୀ ସହିତ ଏହିପରି ସହଯୋଗ ଓ ସମନ୍ବୟ ଦ୍ବାରା ଉନ୍ନତ ଉପଗ୍ରହ ଇମେଜିଙ୍ଗ ଟେକ୍ନୋଲୋଜିର ବ୍ୟବହାର କରି ଏକ ଅଭିନବ ଗୌଗୋଳିକ ସମାଧାନର ବିକଶିତ କରିବା​‌​‌ରେ ବହୁତ ସହାୟତା ମିଳିବ। ଏହି ନୂତନ ପ୍ରଯୁକ୍ତି ବିଦ୍ୟା ମାନୁଆଲ ସର୍ବେକ୍ଷଣ ଏବଂ ମାପ ଉପରେ ନିର୍ଭରଶୀଳତା ହ୍ରାସ କରିବ, ଯାହା ସମୟ ସାପେକ୍ଷ ଏବଂ ଏଥିରେ ତ୍ରୁଟି ରହିବାର ସମ୍ଭାବନା ବହୁତ କମ୍ ଥାଏ।

କୃଷି ମନ୍ତ୍ରଣାଳୟ ବୁଝାମଣା ପତ୍ର ସ୍ୱାକ୍ଷରିତ
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026
Latest News

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.