Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରୁ ଆରମ୍ଭ ହେବ ବିଶ୍ୱକପ, ଅହମ୍ମଦାବାଦରେ ଖେଳାଯିବ ଫାଇନାଲ
ଆଜିର ଖବର

ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରୁ ଆରମ୍ଭ ହେବ ବିଶ୍ୱକପ, ଅହମ୍ମଦାବାଦରେ ଖେଳାଯିବ ଫାଇନାଲ

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବରରେ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଦିନିକିଆ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇଛି। ଅପରାହ୍ନ ୧୨ ଟାରେ ଆଇସିସି ଏବଂ ବିସିସିଆଇ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍ ଭାରତର ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ। ସେମିଫାଇନାଲ ମୁମ୍ବାଇ ଏବଂ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଫାଇନାଲ ଅହମ୍ମଦାବାଦରେ ଖେଳାଯିବ।

ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ ଗ୍ରାଉଣ୍ଡରେ ଖେଳାଯିବ। ଶେଷ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ।

ଏକଦିବସୀୟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ସେମିଫାଇନାଲ ମ୍ୟାଚ୍ ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ। ଯଦି ଭାରତ ସେମିଫାଇନାଲରେ ପ୍ରବେଶ କରେ, ତେବେ ସେହି ମ୍ୟାଚ୍ କେବଳ ମୁମ୍ବାଇରେ ଖେଳାଯିବ। ତେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୬ ତାରିଖରେ ଖେଳାଯିବ। ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ।

ଅକ୍ଟୋବର ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ତେବେ ଅହମ୍ମଦାବାଦରେ ପାକିସ୍ତାନ ଏହି ମ୍ୟାଚ୍ ଖେଳିବାକୁ ଚାହୁଁନଥିଲା। କୋଲକାତାରେ ଏହି ମ୍ୟାଚ୍ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ବିସିସିଆଇ ଏବଂ ଆଇସିସି ଏହି ଦାବି ଗ୍ରହଣ କରିନଥିଲେ। ତେବେ ପାକିସ୍ତାନର ଏହି ଚାହିଦା ଯୋଗୁଁ କାର୍ଯ୍ୟସୂଚୀ ଘୋଷଣା କରିବାରେ ବିଳମ୍ବ ହୋଇଥିଲା।

Image

ଏହା ବ୍ୟତୀତ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ର ସ୍ଥାନ ସମ୍ପର୍କରେ ପାକିସ୍ତାନ ମଧ୍ୟ ଅଭିଯୋଗ କରିଥିଲା। କିନ୍ତୁ ଆଇସିସି ପାକିସ୍ତାନକୁ ଝଟକା ଦେଇଛି। ଆଇସିସି ସ୍ପଷ୍ଟ କରିଛି ଯେ, ପାକିସ୍ତାନର ମ୍ୟାଚ୍ ଖେଳାଯିବ ଯେଉଁଠାରେ ଏହା ସ୍ଥିର ହୋଇସାରିଛି। କୌଣସି ବୋର୍ଡର ହସ୍ତକ୍ଷେପ ହେତୁ ମ୍ୟାଚ୍ ସ୍ଥାନ ବିଷୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ୧୦୦ ଦିନ ବାକି ଅଛି। ଏହି ବିଶ୍ୱକପରେ ୧୦ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଆଠଟି ଦଳର ନାମ ଚୂଡ଼ାନ୍ତ ହୋଇସାରିଛି। ଦୁଇ ଦଳ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ବିଶ୍ୱକପ ଟିକେଟ୍ ପାଇବେ। ତେବେ ଦୁଇଥର ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଭାଗ ନେବାକୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ପର୍ଯ୍ୟାୟରେ ବହୁତ ଖରାପ ସ୍ଥିତିରେ ଅଛି।

ଅହମ୍ମଦାବାଦ ଆଇସିସି ବିଶ୍ୱକପ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026
Latest News

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.