Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତେନାଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରୁଛି କ୍ରୀଡା ମନ୍ତ୍ରଣାଳୟ 
ଆଜିର ଖବର

ତେନାଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରୁଛି କ୍ରୀଡା ମନ୍ତ୍ରଣାଳୟ 

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତେନଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ (ନାସନାଲ ଏଡଭେଞ୍ଚର ଆୱାର୍ଡ୍ସ) ପାଇଁ ନାମାଙ୍କନ ପତ୍ର ଆମନ୍ତ୍ରଣ କରୁଛି। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର ସାହସିକ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ଉପଲବ୍ଧିଗୁଡ଼ିକୁ ଚିହ୍ନିବା ଏବଂ ଯୁବଗୋଷ୍ଠୀଙ୍କୁ ସହଜଶକ୍ତି, ରିସ୍କ ନେବା, ସହଯୋଗାମତ୍ମକ ଦଳ କାର୍ଯ୍ୟର ଭାବନାକୁ ବିକଶିତ କରିବା ଏବଂ ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡ଼ିକରେ ତ୍ୱରିତ, ପ୍ରସ୍ତୁତ ଏବଂ ପ୍ରଭାବୀ ପ୍ରତିକ୍ରିୟା ପାଇଁ ପ୍ରୋତ୍ସାହିତ କରିବା ପାଇଁ ‘ତେନଜିଂଗ ନର୍ଗେ ଜାତୀୟ ସାହସିକ ପୁରସ୍କାର’ (ଟିଏନଏନଏଏ) ନାମକ ଜାତୀୟ ସାହସିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ଟିଏନଏନଏଏ ୨୦୨୨ ପାଇଁ ନାମାଙ୍କନ ପତ୍ର ଜୁନ ୧୫ ଜୁନ, ୨୦୨୩ରୁ ୧୪ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପୋର୍ଟାଲ  https://awards.gov.in ମାଧ୍ୟମରେ ଆମନ୍ତ୍ରଣ କରାଯାଉଛି। ପୁରସ୍କାର ପାଇଁ ଦିଶା ନିର୍ଦେଶାଳୟ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ୱେବସାଇଟରେ ନିମ୍ନଲିଖିତ URL https://yas.nic.in/youth-affairs/inviting-nonations-tenzing-norgay-national-adventure-award-2022-15th-june-2023-14thରେ ଉପଲବ୍ଧ ଅଛି। କୌଣସି ମଧ୍ୟ ବ୍ୟକ୍ତି ଯିଏ ଉକୃଷ୍ଟ ପ୍ରଦର୍ଶନ କରୁଛି ଏବଂ ଯେଉଁମାନଙ୍କ ମଧ୍ୟରେ ନେତୃତ୍ୱର ଉକୃଷ୍ଟ ଗୁଣ ଅଛି, ସାହସିକତା ଅନୁସାରେ ଭାବନା ଅଛି ଏବଂ ସାହସିକ କାର୍ଯ୍ୟରେ ଏକ ବିଶେଷ କ୍ଷେତ୍ର ଯେମିତି ଭୂମି, ବାୟୁ କିମ୍ବା ଜଳ (ସମୁଦ୍ର)ରେ କ୍ରମାଗତ ଭାବରେ ଉପଲବ୍ଧି ହାସଲ କରିଛି, ଉପରୋକ୍ତ ପୋର୍ଟାଲ ମାଧ୍ୟମରେ ଅନ୍ତିମ ତାରିଖ ଅର୍ଥାତ ୧୪ ଜୁଲାଇ, ୨୦୨୩ ପୂର୍ବରୁ ପୁରସ୍କାର ପାଇଁ ଆବେଦନ କରିପାରିବେ।

ପୁରସ୍କାର ସ୍ୱରୂପ ଗୋଟିଏ କାଂସ୍ୟ ପ୍ରତିମ, ଏକ ପ୍ରମାଣପତ୍ର, ଏକ ରେଶମୀ ଟାଇ/ ଏକ ସାଢ଼ୀ ସହିତ ଏକ ବ୍ଲେଜର ଏବଂ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସାମିଲ ଅଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର ସହିତ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ।

ବିଶେଷ ଭାବରେ, ଏହି ପୁରସ୍କରା ଲେଡି ଏଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ବାୟୁ ଏଡଭେଞ୍ଚର ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ନାମକ ୪ଟି ଶ୍ରେଣୀରେ ପ୍ରଦାନ କରାଯାଇଥାଏ। ଗତ ୩ ବର୍ଷର ଉପଲବ୍ଧିଗୁଡ଼ିକ ତିନୋଟି ଶ୍ରେଣୀ ଅର୍ଥାତ ଲେଡି ଆଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ଏୟାର ଏଡଭେଞ୍ଚର ପାଇଁ ଜଣାଯାଇଥାଏ ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ପୁରସ୍କାର ପାଇଁ ପୁରା କ୍ୟାରିଅର ଉପଲବ୍ଧି ଉପରେ ବିଚାର କରାଯାଇଥାଏ।

କ୍ରୀଡ଼ା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026
Latest News

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.