Categories
ଆଜିର ଖବର ରାଜ୍ୟ ଖବର

ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ରାଜ୍ୟ ଯୁବ ସଂସଦ ଉତ୍ସବ ଆୟୋଜିତ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫେବୃୟାରୀ ୨୫, ୨୦୨୪ ଦିନ ରାଜ୍ୟସ୍ତରୀୟ ଯୁବ ସଂସଦ ଉତ୍ସବ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତଟ ରେଳବାଇର ମୁଖ୍ୟ ଯାତ୍ରୀ ପରିବହନ ପରିଚାଳକ ଜ୍ୟୋତି ପ୍ରକାଶ ମିଶ୍ର ଓଡିଶାର ୬୦ଜଣ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହନ ଦେଇଥିଲେ। ନେହେରୁ ଯୁବ କେନ୍ଦ୍ର୍ର ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶିକା ହନି ସିହ୍ନା, କେନ୍ଦ୍ର ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଉତ୍ସବରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍ ବ୍ୟୁରୋ, କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସ୍ମୃତିରଞ୍ଜନ ଦାଶ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଶା ଭାଷା ଓ ସାହିତ୍ୟ ସ୍ନାତକୋତ୍ତର  ବିଭାଗ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ହିନ୍ଦି ବିଭାଗ ମୁଖ୍ୟ ଡକ୍ଟର ସ୍ନେହଲତା ଦାସ ଓ ଭୁବବେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ମଧୁସ୍ମିତା ଦାସ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ୱର ଏନଏସଏସ୍ ଯୁବ ଅଧିକାରୀ ଅଜିତ କୁମାର, କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ଜେନା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲ। ଜିଲ୍ଲା ସ୍ତରୀୟ ଯୁବ ସଂସଦ ପକ୍ଷରୁ ଆୟୋଜିତ ଯୁବ ସାଂସଦ ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମୋଟ ୬୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲାର କୁମାରୀ ସୁଶ୍ରୀ ସଂଗୀତା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ବରଗଡ ଜିଲ୍ଲାର କୁମାରୀ ଅର୍ଚ୍ଚିତା ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ନୂଆପଡା  ଜିଲ୍ଲାର ଅନ୍ୱେଷ ପାଢୀ ତୃତୀୟ ସ୍ଥାନ ‌ଅଧିକାର କରିଥିଲେ। ଏହି ତିନିଜଣ ବିଜେତା ମାର୍ଚ୍ଚ ୪ ଓ ୫, ୨୦୨୪ ଦିନ ନୂଆଦିଲ୍ଲୀ ସଂସଦ ଭବନଠାରେ ଆୟୋଜିତ ହେବାକୁ  ଥିବା ୨୦୨୩-୨୪ ଜାତୀୟ ଯୁବ ସଂସଦ ଉତ୍ସବରେ ଓଡିଶାର ପ୍ରତିନିଧିତ୍ୱ କରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷିତ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି  ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷଣା କରାଯାଇଛି। ଜାନୁଆରୀ ୦୯, ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

କ୍ରୀଡ଼ା ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଆଖିଦୃଶିଆ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା (ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର), କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ସଂଗଠନ ମାନଙ୍କୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ପ୍ରଦାନ କରାଯାଏ ।

ଏଥି ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆହ୍ୱାନ କରାଯାଇଥିଲା ଏବଂ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା ଗୁଡ଼ିକୁ ଏକ ଉତ୍ସର୍ଗୀକୃତ ଅନଲାଇନ୍ ପୋର୍ଟାଲ୍ ଜରିଆରେ ସ୍ୱୟଂ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ୨୦୨୩ ମସିହାରେ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟକ ଆବେଦନ / ନାମାଙ୍କନ ମିଳିଥିଲା, ଯାହାକୁ ଭାରତ ସରକାରଙ୍କ ସଚିବ (କ୍ରୀଡ଼ା) ଶ୍ରୀମତୀ ସୁଜାତା ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ନିକଟରେ ଉପସ୍ଥାପିତ କରାଯାଇଥିଲା ଏବଂ ଏଥିରେ ପୂର୍ବ ପୁରସ୍କାରପ୍ରାପ୍ତ, ଶିଳ୍ପ ସଂଘ, କ୍ରୀଡ଼ା ସାମ୍ବାଦିକ / ବିଶେଷଜ୍ଞ /ଭାଷ୍ୟକାର, ରାଜ୍ୟ ସରକାରଙ୍କ ସଚିବ (କ୍ରୀଡ଼ା), ଭାରତୀୟ ଅଲିମ୍ପିକ୍ ସଂଘ ଏବଂ କ୍ରୀଡ଼ାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକର ସଦସ୍ୟମାନେ ସାମିଲ ହୋଇଥିଲେ ।

ଭାରତର ଜାତୀୟ କ୍ରୀଡ଼ା ପୁରସ୍କାରର ୬ଟି ମୁଖ୍ୟ ପୁରସ୍କାର ହେଉଛି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ବା କେବଳ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ମେଜର ଧ୍ୟାନଚାନ୍ଦ ପୁରସ୍କାର, ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି, ଯାହାକୁ ମାକା ଟ୍ରଫି ମଧ୍ୟ କୁହାଯାଏ ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ।

କମିଟିର ସୁପାରିସ ଆଧାରରେ ଏବଂ ଉପଯୁକ୍ତ ଯାଞ୍ଚ ପରେ ସରକାର ନିମ୍ନଲିଖିତ ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି:

ପୁରସ୍କାରର ନାମ: ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩

କ୍ର. ସଂ :

 

ଶ୍ରେଣୀ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩ ପାଇଁ ଘୋଷିତ ବିଜେତା
୧. ଉଦୀୟମାନ / ଯୁବ ପ୍ରତିଭାଙ୍କୁ ପରିଚିତ କରାଇବା ଏବଂ ପୃଷ୍ଠପୋଷକତା ଜୈନ ଡିମ୍ଡ  ଟୁ ବି ୟୁନିଭରସିଟି, ବେଙ୍ଗାଲୁରୁ

 

୨.

 

କର୍ପୋରେଟ୍ ସାମାଜିକ ଉତ୍ତର ଦାୟିତ୍ୱ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହନ ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍‌

 

ଜାନୁଆରୀ ୦୯ , ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସରେ ଭାଗ ନେବା ପାଇଁ ୬୩୪ କ୍ରୀଡ଼ାବିତଙ୍କ ଅଂଶଗ୍ରହଣକୁ ସ୍ବୀକୃତି ପ୍ରଦାନ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍) ଆଗାମୀ ଏସିଆନ୍ ଗେମ ରେ ୩୮ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୬୩୪ ଜଣ ଖେଳାଳୀଙ୍କୁ ସ୍ବୀକୃତି ପ୍ରଦାନ କରିଛି, ଯାହା ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଦ୍ବାରା ଅନୁମୋଦିତ ୮୫୦ ଖେଳାଳିଙ୍କ ବିପକ୍ଷରେ ନିର୍ଦ୍ଧାରିତ ଚୟନ ମାନଦଣ୍ଡକୁ ପୂରଣ କରୁଛି।

ଏସିଆନ୍ ଗେମ୍ ର ଗତ ସଂସ୍କରଣ ୨୦୧୮ ରେ ମୋଟ୍ ୫୭୨ ଆଥଲେଟ୍ ଭାଗ ନେଇଥିଲେ। ଏହି ଖେଳରେ ଭାରତ ୧୬ ଟି ସ୍ବର୍ଣ୍ଣ ସହିତ ମୋଟ୍ ୭୦ ଟି ପଦକ ହାସଲ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ତେନାଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରୁଛି କ୍ରୀଡା ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତେନଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ (ନାସନାଲ ଏଡଭେଞ୍ଚର ଆୱାର୍ଡ୍ସ) ପାଇଁ ନାମାଙ୍କନ ପତ୍ର ଆମନ୍ତ୍ରଣ କରୁଛି। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର ସାହସିକ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ଉପଲବ୍ଧିଗୁଡ଼ିକୁ ଚିହ୍ନିବା ଏବଂ ଯୁବଗୋଷ୍ଠୀଙ୍କୁ ସହଜଶକ୍ତି, ରିସ୍କ ନେବା, ସହଯୋଗାମତ୍ମକ ଦଳ କାର୍ଯ୍ୟର ଭାବନାକୁ ବିକଶିତ କରିବା ଏବଂ ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡ଼ିକରେ ତ୍ୱରିତ, ପ୍ରସ୍ତୁତ ଏବଂ ପ୍ରଭାବୀ ପ୍ରତିକ୍ରିୟା ପାଇଁ ପ୍ରୋତ୍ସାହିତ କରିବା ପାଇଁ ‘ତେନଜିଂଗ ନର୍ଗେ ଜାତୀୟ ସାହସିକ ପୁରସ୍କାର’ (ଟିଏନଏନଏଏ) ନାମକ ଜାତୀୟ ସାହସିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ଟିଏନଏନଏଏ ୨୦୨୨ ପାଇଁ ନାମାଙ୍କନ ପତ୍ର ଜୁନ ୧୫ ଜୁନ, ୨୦୨୩ରୁ ୧୪ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପୋର୍ଟାଲ  https://awards.gov.in ମାଧ୍ୟମରେ ଆମନ୍ତ୍ରଣ କରାଯାଉଛି। ପୁରସ୍କାର ପାଇଁ ଦିଶା ନିର୍ଦେଶାଳୟ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ୱେବସାଇଟରେ ନିମ୍ନଲିଖିତ URL https://yas.nic.in/youth-affairs/inviting-nonations-tenzing-norgay-national-adventure-award-2022-15th-june-2023-14thରେ ଉପଲବ୍ଧ ଅଛି। କୌଣସି ମଧ୍ୟ ବ୍ୟକ୍ତି ଯିଏ ଉକୃଷ୍ଟ ପ୍ରଦର୍ଶନ କରୁଛି ଏବଂ ଯେଉଁମାନଙ୍କ ମଧ୍ୟରେ ନେତୃତ୍ୱର ଉକୃଷ୍ଟ ଗୁଣ ଅଛି, ସାହସିକତା ଅନୁସାରେ ଭାବନା ଅଛି ଏବଂ ସାହସିକ କାର୍ଯ୍ୟରେ ଏକ ବିଶେଷ କ୍ଷେତ୍ର ଯେମିତି ଭୂମି, ବାୟୁ କିମ୍ବା ଜଳ (ସମୁଦ୍ର)ରେ କ୍ରମାଗତ ଭାବରେ ଉପଲବ୍ଧି ହାସଲ କରିଛି, ଉପରୋକ୍ତ ପୋର୍ଟାଲ ମାଧ୍ୟମରେ ଅନ୍ତିମ ତାରିଖ ଅର୍ଥାତ ୧୪ ଜୁଲାଇ, ୨୦୨୩ ପୂର୍ବରୁ ପୁରସ୍କାର ପାଇଁ ଆବେଦନ କରିପାରିବେ।

ପୁରସ୍କାର ସ୍ୱରୂପ ଗୋଟିଏ କାଂସ୍ୟ ପ୍ରତିମ, ଏକ ପ୍ରମାଣପତ୍ର, ଏକ ରେଶମୀ ଟାଇ/ ଏକ ସାଢ଼ୀ ସହିତ ଏକ ବ୍ଲେଜର ଏବଂ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସାମିଲ ଅଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର ସହିତ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ।

ବିଶେଷ ଭାବରେ, ଏହି ପୁରସ୍କରା ଲେଡି ଏଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ବାୟୁ ଏଡଭେଞ୍ଚର ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ନାମକ ୪ଟି ଶ୍ରେଣୀରେ ପ୍ରଦାନ କରାଯାଇଥାଏ। ଗତ ୩ ବର୍ଷର ଉପଲବ୍ଧିଗୁଡ଼ିକ ତିନୋଟି ଶ୍ରେଣୀ ଅର୍ଥାତ ଲେଡି ଆଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ଏୟାର ଏଡଭେଞ୍ଚର ପାଇଁ ଜଣାଯାଇଥାଏ ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ପୁରସ୍କାର ପାଇଁ ପୁରା କ୍ୟାରିଅର ଉପଲବ୍ଧି ଉପରେ ବିଚାର କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର

‘ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରଣାଳୟ ପଠାଯାଉ’, ମଣିପୁର ହିଂସା ଉପରେ ସୁବ୍ରମଣ୍ୟମ ସ୍ଵାମୀଙ୍କ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ: ମଣିପୁରର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସ୍ଵାମୀ ଆଜି ଟ୍ୱିଟ୍ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି।

ସୁବ୍ରମଣ୍ୟମ ସ୍ଵାମୀ ଟ୍ୱିଟ କରି କହିଛନ୍ତି ଯେ, ବିଜେପିର ମଣିପୁର ସରକାରକୁ ବରଖାସ୍ତ କରିବା ଏବଂ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାର ସମୟ ଆସିଛି। ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରଣାଳୟକୁ ପଠାଯିବା ଉଚିତ୍।

Categories
ବିଶେଷ ଖବର

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ର ଲୋଗୋ ଏବଂ ଜର୍ସି 

ଲକ୍ଷ୍ନୌ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲକ୍ଷ୍ନୌ ଠାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଖେଲୋ ଇଣ୍ଡିଆ ବିଶ୍ୱବ୍ୟିାଳୟ କ୍ରୀଡା ଉତ୍ତରପ୍ରଦେଶ ୨୦୨୨ ର ଅଫିସିଆଲ୍ ଲୋଗୋ, ମାସ୍କଟ୍‌, ମଶାଲ, ସଙ୍ଗୀତ ଏବଂ ଜର୍ସି ଉନ୍ମୋଚନ କରିଛନ୍ତି।

ଏହି ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଛନ୍ତି, ଆଜି ମୋତେ ବହୁତ ଖୁସି ଲାଗୁଛି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଖେଲୋ ଇଣ୍ଡିଆ ଆନ୍ଦୋଳନ ଆଜି ଏକ ବିପ୍ଳବରେ ପରିଣତ ହୋଇଛି ଏବଂ ଆଜି ଏହି ବିପ୍ଳବ ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛି। ଏହି ଖେଳଗୁଡିକରେ ଅଂଶଗ୍ରହଣ କରୁଥିବା ବିଶ୍ୱବିଦ୍ୟାଳୟ ଆଥଲେଟ୍ ମାନେ ଜାଣିବେ ଯେ ଜୀବନର କଠିନ ଶିକ୍ଷା ଗ୍ରହଣ ପାଇଁ କ୍ରୀଡା ଏକ ଉତ୍ତମ ପଥ ଅଟେ। ଖେଲୋ ଇଣ୍ଡିଆ ପ୍ଲାଟଫର୍ମ କ୍ରୀଡ଼ାରେ ଉତ୍କର୍ଷତା ସୃଷ୍ଟି କରିବା ଏବଂ ଦେଶର ସେବାରେ ଶୃଙ୍ଖଳିତ, ଉତ୍ସର୍ଗୀକୃତ ତଥା ଭରସାଯୋଗ୍ୟ ଯୁବକ ଗଠନ କରିବ।  ଯୋଗୀ ଜୀଙ୍କ ବଳିଷ୍ଠ ନେତୃତ୍ୱରେ ମୁଁ ନିଶ୍ଚିତ ଯେ ଉତ୍ତରପ୍ରଦେଶ ସର୍ବଶ୍ରେଷ୍ଠ ଖେଲୋ ଇଣ୍ଡିଆ କ୍ରୀଡା ଆୟୋଜନ ହେବାକୁ ଯାଉଛି।

ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ଉତ୍ତରପ୍ରଦେଶର ପରିବେଶ ତଥା ପରିକଳ୍ପନା ଏକ ବ୍ୟାପକ ରୂପାନ୍ତରିତ ହୋଇଛି ଯେଉଁଥିରେ ଶାନ୍ତି ଏବଂ ଆଇନର ଶାସନ ପ୍ରଚଳିତ ରହିଛି ଯେଉଁଥିପାଇଁ ଏଠାରେ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍ମାନେ ଉନ୍ନତି କରୁଛନ୍ତି। ମୁଁ ସମସ୍ତ ଅଂଶଗ୍ରହଣକାରୀ ଆଥଲେଟ୍‌, କୋଚଙ୍କୁ ସ୍ୱାଗତ କରୁଛି। ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉତ୍ତରପ୍ରଦେଶ ୨୦୨୨ ର ଅଧିକାରୀ ଏବଂ ସହାୟକ କର୍ମଚାରୀମାନଙ୍କୁ ରାଜ୍ୟରେ ସୁଖଦ ବସବାସ କାମନା କରୁଛି। ମୁଁ ନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଆମ ଦଳ ସର୍ବୋତ୍ତମ ବ୍ୟବସ୍ଥା, ଖେଳ ସୁବିଧା ଏବଂ ଭିତ୍ତିଭୂମି ନିଶ୍ଚିତ କରିବ। ଖେଲେଗା ଇଣ୍ଡିଆ, ବଢେଗା ଇଣ୍ଡିଆ।

ଦେଶର କ୍ରୀଡ଼ା ଇକୋସିଷ୍ଟମ ପାଇଁ ଖେଲୋ ଇଣ୍ଡିଆ ପଦକ୍ଷେପ ମଧ୍ୟ ଅତୁଳନୀୟ ରହିଛି। କିଛି ସପ୍ତାହ ପୂର୍ବରୁ, ଆମେ ଖେଲୋ ଇଣ୍ଡିଆର ୫ ବର୍ଷ ପୂର୍ତ୍ତି ପାଳନ କରିଥିଲୁ। ଗତ ୫ବର୍ଷ ଭାରତୀୟ କ୍ରୀଡ଼ାର ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେଠାରେ ଅନେକ ଖେଲୋ ଇଣ୍ଡିଆ ଆଥଲେଟ୍ ଅଛନ୍ତି, ଯେଉଁମାନେ ସେମାନଙ୍କ ପ୍ରଦର୍ଶନକୁ ଆଧାର କରି ବର୍ଷ ବର୍ଷ ଧରି ପ୍ରତିଷ୍ଠିତ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ଆଜି ଏକାଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶକୁ ଗର୍ବିତ କରୁଛନ୍ତି। ଏହି ପ୍ରତିଯୋଗିତା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ସୃଷ୍ଟି ହୋଇଥିବା କ୍ରୀଡା ଇକୋସିଷ୍ଟମର ମନ୍ତ୍ର ପ୍ରକୃତରେ ଆମ ଆଥଲେଟମାନଙ୍କୁ ପ୍ରତିଯୋଗିତାର ଏକ ସ୍ତରରୁ ଅନ୍ୟ ସ୍ତରକୁ ସହଜରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି।

କୌଶଳ, ନୀତି ଏବଂ ଧୈର୍ଯ୍ୟର ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଖେଳଗୁଡିକ ଆନୁଷ୍ଠାନିକ ଭାବରେ ୨୫ ମଇରୁ ୩ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଆରମ୍ଭ ହେବ। ଭବ୍ୟ ଉଦଘାଟନୀ ଅଭୂତପୂର୍ବ ଏବଂ ୩ଡି ଡିସପ୍ଲେ ସହିତ ଆନାମୋରଫିକ୍ ଭିଜୁଆଲ୍ ଡିସପ୍ଲେରେ ପରିପୂର୍ଣ୍ଣ, ଏକ ଚମତ୍କାର ଉଦଘାଟନୀ ସମାରୋହ, ସୁନ୍ଦର ଉଦଘାଟନୀ, ଜ୍ଞାନକୌଶଳର ଚମତ୍କାର ଯାହା କିଛି ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ସହିତ ପ୍ରଭାବିତ ହୋଇଛି। ଏହି ଉନ୍ମୋଚନରେ ଜ୍ଞାନକୌଶଳର ଏକ ଅତ୍ୟାଧୁନିକ ଭିଜୁଆଲ ପ୍ରଦର୍ଶିତ ହେବ ଯାହା ସର୍ବାଧିକ ମନୋରଞ୍ଜନ ଉପରେ ଆଧାରିତ ହେବ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଚାରୋଟି ମଶାଲ ଯାତ୍ରାର ଉନ୍ମୋଚନ କରିଛନ୍ତି ଯାହା ଆସନ୍ତା ୨୦ ଦିନ ମଧ୍ୟରେ ଭାରତର ବୃହତ୍ତମ ରାଜ୍ୟର ପଶ୍ଚିମ, ପୂର୍ବ, କେନ୍ଦ୍ରୀୟ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳକୁ ଅତିକ୍ରମ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ସହ ଦୁଇ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶର କ୍ରୀଡା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ, ପରିବହନ ମନ୍ତ୍ରୀ (ସ୍ୱାଧୀନ) ଦୟା ଶଙ୍କର ସିଂହ, ଉତ୍ତରପ୍ରଦେଶ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନବନୀତ ସେହଗାଲ, ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜେନେରାଲ୍ ଏକତା ବିଷ୍ଣୋୟୀ, ଏଆଇୟୁର ମହାସଚିବ ଡକ୍ଟର ପଙ୍କଜ ମିତ୍ତଲ, ସାଇର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ସଞ୍ଜୟ ସାରସ୍ୱତ ପ୍ରମୁଖ ଉପସ୍ଥିତ ଥିଲେ।

ଗିରିଶ ଚନ୍ଦ୍ର ଯାଦବ କହିଥିଲେ ଉତ୍ତରପ୍ରଦେଶ ଏକ କ୍ରୀଡା ରାଜ୍ୟ ଭାବରେ କ୍ରମାଗତ ଭାବେ ଆଗକୁ ବଢୁଛି ଏବଂ ଖୁବ୍ ଶୀଘ୍ର ଦେଶର “ସ୍ପୋର୍ଟସ୍ ହବ୍‌” ଭାବରେ ପରିଚିତ ହେବ। ଆମେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ ଆୟୋଜନ କରିବାକୁ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶନାରେ ରାଜ୍ୟର କ୍ରୀଡା ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡିବାକୁ ଅପେକ୍ଷା କରିଛୁ। ମୁଁ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଉଦଘାଟନୀ ସମାରୋହ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ଦେଇଥିଲା ଏବଂ ଉତ୍ତରପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଭାଷଣ ଦେବା ସହିତ କ୍ରୀଡାର ଲୋଗୋ ଉନ୍ମୋଚନ କରିଥିଲେ। ଏହା ପରେ ଅନୁରାଗ ଠାକୁର ପ୍ରଖ୍ୟାତ ଗାୟକ ପାଲାଶ ସେନଙ୍କ ଦ୍ୱାରା ରଚିତ ଏବଂ ଗାଇଥିବା “ଖେଲୋ ଇଣ୍ଡିଆ – ହର ଦିଲ ମେଁ ଦେଶ’ ଶୀର୍ଷକ କ୍ରୀଡା ସଙ୍ଗୀତର ଉନ୍ମୋଚନ କରିଥିଲେ।

ଏହା ପରେ ସେ ଅଫିସିଆଲ୍ କ୍ରୀଡା ଜର୍ସି ଉନ୍ମୋଚନ କରିଥିଲେ ଯାହାକି ଲଲିତ ଉପାଧ୍ୟାୟ, ସୁଧା ସିଂ ଏବଂ ଦିବ୍ୟା କକରନଙ୍କ ପରି ଉତ୍ତରପ୍ରଦେଶର ବିଶିଷ୍ଟ କ୍ରୀଡ଼ାବିତ୍ମାନେ ଏହାକୁ ପିନ୍ଧିବା ସହିତ ମଞ୍ଚରେ ଆତ୍ମବିଶ୍ୱାସର ସହିତ ପ୍ରଦର୍ଶନ କରିଥିଲେ।

ଏହି ଖେଳର ମାସ୍କଟ ଜିତୁ ବାରାସିଂହା, ଆକର୍ଷକ ଜୀବନ୍ତ ରାଜ୍ୟ ପ୍ରାଣୀ ଅଟେ ଯିଏ “ଗର୍ବ ସେ ଗୌରବ’ର ପ୍ରତୀକ ଅଟେ, ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ଅନ୍ତିମ ଉନ୍ମୋଚନ ହେଉଛି ଖେଳ ମଶାଲ ଯାହା ପରେ ଉତ୍ତରପଦେଶ ପ୍ରସିଦ୍ଧ କ୍ରୀଡାବିତ୍‍ ଲଲିତ ଉପାଧ୍ୟାୟ, ବନ୍ଦନା କଟାରିଆ, ସୁଧା ସିଂ, ବିଜୟ ଯାଦବ, ଡାନିସ ମୁଜତାବାଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ମଞ୍ଚକୁ ଅଣାଯାଇଥିଲା। କ୍ରୀଡ଼ାବିତ୍‍ ମାନଙ୍‍କ ଦ୍ୱାରା ମଶାଲକୁ ହସ୍ତାନ୍ତର କରାଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଆନାମୋରଫିକ୍ ପରଦାରେ ମଶାଳରେ ଅଗ୍ନି ସଂଯୋଗ କରିଥିଲେ ଏବଂ ପରେ ପାର୍କିଂ କ୍ଷେତ୍ରକୁ ଯାଇ ଚାରିଟି ମଶାଲ ରିଲେକୁ ପତାକା ଦେଖାଇ ଚାରିଟି ଦିଗକୁ ଶୁଭାରମ୍ଭ କରିଥିଲେ।

ଲୋଗୋ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ ଉତ୍ତରପ୍ରଦେଶର ଅଫିସିଆଲ୍ ଲୋଗୋ ଉତ୍ତରପ୍ରଦେଶର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦିତ କରେ । ଏହି ଲୋଗୋ ହେଉଛି ରାଜ୍ୟର ସମୃଦ୍ଧ ପାରମ୍ପାରିକ ତଥା ଐତିହାସିକ ଉତ୍ତରାଧିକାରର ଏକ ପ୍ରତିନିଧିତ୍ୱ ଯାହା ଶିକ୍ଷା, ଭିତ୍ତିଭୂମି ଏବଂକ୍ରୀଡା ଭଳି ସବୁ ଦିଗରେ ଏହାର ବିକାଶର ମୂଳଦୁଆ ପାଲଟିଛି।

ମାସ୍କଟ୍

ଜିତୁ, ମାସ୍କଟ୍ ବାରସିଂହାକୁ ପ୍ରତିପାଦିତ କରେ, ଏକ ଅବିଶ୍ୱାସନୀୟ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ଏକ ଶକ୍ତିଶାଳୀ ର୍ନିମାଣ ଏବଂ ଉଲ୍ଲେଖନୀୟ ବେଗରେ ଗତି କରେ, କୌଶଳ, ନୀତି ଏବଂ ଧୈର୍ଯ୍ୟକୁ ଏହା ମୂଳତଃ ପ୍ରଦର୍ଶନ କରେ ଏବଂ ଏହା ହେଉଛି ଅନୁଗ୍ରହ ଏବଂ ସୂକ୍ଷ୍ମତାର ପରିଚୟ ଯାହା ପ୍ରକୃତରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉତ୍ତରପ୍ରଦେଶର ଆବେଗକୁ ପ୍ରତିପାଦିତ କରେ ଏବଂ ଉତ୍ତରପ୍ରଦେଶର ସାଂସ୍କୃତିକ ଐତିହ୍ୟର ଶକ୍ତି ଏବଂ ପ୍ରଚୁରତା ପ୍ରଦର୍ଶନ କରିଥାଏ।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପାଇଁ ଅଫିସିଆଲ୍ ମାସ୍କଟ୍ ଭାବରେ ଜିତୁ ଉତ୍ସାହର ଉତ୍ସ ଭାବରେ କାର୍ଯ୍ୟ କରିବ, ପ୍ରଶଂସକଙ୍କ ଯୋଗଦାନକୁ ଉତ୍ସାହିତ କରିବ ଏବଂ ପ୍ରତିଯୋଗିତାରେ ଦଳ ପାଇଁ ଉତ୍ସାହ ସୃଷ୍ଟି କରିବ। ଉତ୍ତରପ୍ରଦେଶର ପ୍ରଶଂସକମାନେ ଜିତୁକୁ ସମଗ୍ର ରାଜ୍ୟରେ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି, କାରଣ ସେ ନୂଆ ପ୍ରଶଂସକଙ୍କୁ ଆକର୍ଷିତ କରିବ ଏବଂ ଅଧିକ ଲୋକଙ୍କୁ କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ବ୍ୟବହାର କରାଯିବ। ମାସ୍କଟ୍ ମଧ୍ୟ ଦଳର ପ୍ରାୟୋଜକ, ବାଣିଜ୍ୟ ଏବଂ ଅନ୍ୟାନ୍ୟ ମାର୍କେଟିଂ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ, ଯାହା ତାକୁ କାର୍ଯ୍ୟକ୍ରମର ସଫଳତାର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ପରିଣତ କରିବ।

ପୂର୍ବ ଖେଲୋ ଇଣ୍ଡିଆ କ୍ରୀଡାର ମାସ୍କଟ ଜୟ ଏବଂ ବିଜୟ ଜିତୁଙ୍କୁ ମଞ୍ଚରେ ସ୍ୱାଗତ କରିଥିଲେ।

ମଶାଲ

ଉତ୍ତରପ୍ରଦେଶର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଅଫିସିଆଲ୍ ମଶାଲ “ଶକ୍ତି” କେବଳ ଏହାର ଐତିହ୍ୟ ଏବଂ ଆବେଗର ପ୍ରତୀକ ନୁହେଁ ବରଂ ଶକ୍ତି ସହିତ ଉଜ୍ଜ୍ୱଳ ଜୀବନ୍ତ ସଂସ୍ଥାରର ପ୍ରତୀକ ଅଟେ। ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କର ମୂଳ ଲକ୍ଷ୍ୟ ଆଡ଼କୁ ଆଗକୁ ବଢାଇବା ପାଇଁ ଗଙ୍ଗା ନଦୀ ଉପରେ ଉପରମୁହାଁ ର୍ନିମିତ ହୋଇଛି ଏବଂ ଭବିଷ୍ୟତ ଆଡକୁ ଥିବା ତୀର ଉତ୍ତରପ୍ରଦେଶର ଗୌରବମୟ ଅତୀତ ଏବଂ ଭବିଷ୍ୟତକୁ ପ୍ରଦର୍ଶିତ କରିଥାଏ। ଶକ୍ତି ଆଲୋକର ଉତ୍ପତ୍ତିରେ ମୟୂର ପୁଚ୍ଛ ଏବଂ ପଦ୍ମ ପାଖୁଡା ସହିତ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହାର ଶାନ୍ତ ଶକ୍ତି ଯାହା ପର୍ବତ ଦିଗକୁ ଗତି କରିପାରିବ ଏବଂ ପ୍ରେରଣା ଏବଂ ଉତ୍ସାହ ପାଇଁ ଏକ ଶକ୍ତିଶାଳୀ ଉତ୍ସ ଅଟେ।

ଖେଳଗୁଡିକ

୧୨ ଦିନି ବ୍ୟାପି କେଆଇୟୁଜି ୨୦୨୨ ସୁଟିଂ ପ୍ରତିଯୋଗିତା ଆୟୋଜନ ହେଉଥିବା ଦିଲ୍ଲୀର ଡକ୍ଟର କର୍ନି ସିଂ ଶୁଟିଂ ରେଞ୍ଜ ସହିତ ବାରଣାସୀ, ନୋଏଡା ଏବଂ ଗୋରଖପୁର ସହରରେ ଅନୁଷ୍ଠିତ ହେବ। କବାଡି ପ୍ରତିଯୋଗିତା ନୋଏଡା ଠାରେ ୨୩ ମଇ ୨୦୨୩ ରେ ଆରମ୍ଭ ହେଉଥିବାବେଳେ ଅନ୍ୟ କେତେକ ଖେଳ ମେ ୨୪, ୨୦୨୩ ରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେବ।

୨୦୦ ଟି ଭାରତୀୟ ବିଶ୍ୱବିଦ୍ୟାଳୟର ୪୦୦୦ ରୁ ଅଧିକ ଆଥଲେଟ୍ ଏହି ଖେଳଗୁଡିକରେ ୨୧ ଟି କ୍ରୀଡା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଯାହା ଆନୁଷ୍ଠାନିକ ଭାବରେ ମେ ୨୫ ରୁ ଜୁନ୍ ୦୩, ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ଉଦଘାଟନୀ ସମାରୋହ ମଇ ୨୫ରୁ ଜୁନ୍‍ ୩, ୨୦୨୩ରେ ଲକ୍ଷ୍ନୌ ଠାରେ ଧାର୍ଯ୍ୟ କରାଯାଇଛି। ଏହି ଖେଳଗୁଡିକ ସର୍ବୋତ୍ତମ କ୍ରୀଡା ଆବେଗର ଉଦାହରଣ ହେବ, ଉତ୍କର୍ଷର ମାନ ବଢାଇବ ଏବଂ ଏହି ପ୍ରତିଦ୍ୱନ୍ଦ୍ୱିତା ଖେଳିବା ଏବଂ ଜିତିବାର ସମ୍ମାନ ପାଇଁ ପ୍ରକୃତ କ୍ରୀଡ଼ାବିତ୍‍ଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ କରିବ।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

ଆମ ସହିତ କ୍ରୀଡା ମନ୍ତ୍ରଣାଳୟ ଖେଳ ଖେଳୁଛି: ଧର୍ମଘଟରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କର ବଡ ଅଭିଯୋଗ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କର ଜନ୍ତର ମନ୍ତ୍ରରରେ ଧର୍ମଘଟ ଜାରି ରହିଛି। ଏହି ଦ୍ୱିତୀୟ ପ୍ରତିବାଦରେ ବିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ସାମିଲ ହୋଇଛନ୍ତି। ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ଅନୁସନ୍ଧାନ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି।

ଏହି ସମୟରେ ଜନ୍ତର ମନ୍ତ୍ରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିନେଶ ଫୋଗାଟ କ୍ରୀଡ଼ା ମନ୍ତ୍ରଣାଳୟ ଉପରେ ଏକ ବଡ ଅଭିଯୋଗ ଆଣି କହିଛନ୍ତି ଯେ, କମିଟି କେବଳ ନାମ ପାଇଁ, ସବୁକିଛି ବ୍ରିଜ ଭୂଷଣଙ୍କ ଦ୍ୱାରା କରାଯାଉଛି। ଫୋଗାଟ କହିଛନ୍ତି ଯେ, କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ରାଜନୀତି ଚାଲିଛି। ମନ୍ତ୍ରଣାଳୟ ଯାହା କହିଲା ଆମେ ତାହା କରିଥିଲୁ। ମୁଁ ନାମ ନେବି ନାହିଁ କିନ୍ତୁ ଯାହାକୁ ଆମେ ବିଶ୍ଵାସ କରିଥିଲୁ ସେ ହିଁ ଆମ ସହିତ ଖେଳିଲେ।

ଅନ୍ୟପକ୍ଷରେ ସାକ୍ସି ମଲିକ କହିଛନ୍ତି ଯେ, “ନିଜକୁ ରକ୍ଷା କରିବା ପାଇଁ ମୋତେ ଯୌନ ନିର୍ଯ୍ୟାତନା କମିଟିର ଏକ ଅଂଶ କରାଯାଇଥିଲା। ନା ମୁଁ କେବେ ଏହାର ଅଂଶ ହୋଇଥିଲି, ନା ମୋତେ କେବେ ପଚରାଯାଇ ସେଥିରେ ସାମିଲ କରାଯାଇଥିଲା, ନା ମୁଁ କେବେ କୌଣସି ଦଲିଲରେ ଦସ୍ତଖତ କରିଥିଲି। କାଗଜ ସ୍ୱାକ୍ଷରିତ ହୋଇଛି। ” ଏହା ବ୍ୟତୀତ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟି ବିଷୟରେ ସାକ୍ସି ମଲିକ କହିଛନ୍ତି ଯେ, “ସେତେବେଳେ ଆମେ ନିଶ୍ଚିତ ଥିଲୁ ଯେ କମିଟି ନ୍ୟାୟ ଦେବ କିନ୍ତୁ କିଛି ଘଟିଲା ନାହିଁ। ତିନି ଦିନ ପୂର୍ବରୁ ଅଭିଯୋଗ ଦିଆଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ଏଫଆଇଆର ପପଞ୍ଜୀକୃତ ହୋଇନାହିଁ। ”

ଏଥି ସହିତ ଜନ୍ତର ମନ୍ତ୍ରରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ, ବର୍ତ୍ତମାନ ଯିଏ ସେମାନଙ୍କ ସମର୍ଥନରେ ଆସନ୍ତି ତାଙ୍କୁ ସ୍ୱାଗତ କରାଯିବ ସେ କୌଣସି ରାଜନୈତିକ ଦଳ ହେଉ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୁଅନ୍ତୁ। ପ୍ରକାଶ ଜେ, ଶେଷ ଥର ପାଇଁ ଯେତେବେଳେ ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂ ଏହି ଖେଳାଳିଙ୍କ ସମର୍ଥନରେ ଜନ୍ତର ମନ୍ତ୍ରରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ମଞ୍ଚରୁ ଓହ୍ଲାଇ ଭିଡ଼ରେ ବସିବାକୁ କହିଥିଲେ। କୁସ୍ତିମାନଙ୍କ ବ୍ୟତୀତ ମଞ୍ଚରେ କାହାକୁ ସ୍ଥାନ ଦିଆଯାଇ ନଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫରୁ ଯୁବ ଉତ୍ସବ ପାଳନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆଜି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସଭା ଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପଟାୟତ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବକ ମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ।

ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ରେଜିଷ୍ଟାର ପିତାମ୍ବର ଭୋଇ, ଅତିଥି ଭାବରେ ମେଜର ଜୟଦେବ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବିଶିଷ୍ଟ ଲେଖିକା ତଥା ଓଡ଼ିଆ ବିଭାଗ ମୁଖ୍ୟ ପଲିଶ୍ରୀ ପଟ୍ଟନାୟକ, କ୍ଷେତ୍ର ପ୍ରଚାର ଅଧିକାରୀ ବିଷ୍ଣୁ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ।

ନେହେରୁ ଯୁବକେନ୍ଦ୍ର ସଂଗଠନର ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ପଦ୍ମଶ୍ରୀ ପଟାୟତ ସାହୁଙ୍କୁ ମାନପତ୍ର, ଉପ ଢୌକନ ଦେଇ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇ ଥିଲା।

ଏହି ଉତ୍ସବରେ ୫ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଲା ଏବଂ ବିଜେତା ମାନେ ରାଜ୍ୟସ୍ତର ଓ ରାଜ୍ୟରେ ବିଜେତା ମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଯୁବ ଅଧିକାରୀ ସମସ୍ତଙ୍କୁ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗ ଯଥା ପୋଏଟ୍ରି ରେ ମାନସ୍ବିନୀ ଛତ୍ରିଆ, ପେଣ୍ଟିଙ୍ଗରେ ରୁକ୍ତା ମାଝୀ, ଫୋଟୋ ଗ୍ରାଫିରେ ସୌମ୍ୟ ରଞ୍ଜନ ସରଙ୍ଗୀ, ଦୀକ୍ଲାମେଶନରେ ଶୁଭଲଷ୍ମୀ ଦାସ ପ୍ରମୁଖ ବିଜେତା ହୋଇଥିଲେ।

ଏହି ପ୍ରତିଯୋଗିତା ରେ ୩ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫ ସହରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଯୋଗଦାନ ଦେଇଥିଲେ। ସେହିମାନଙ୍କୁ ଆର୍ଥିକ ପୁରସ୍କାର, ସାର୍ଟିଫିକେଟ ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ।

ପରେ ଦ୍ୱିତୀୟ ଅଧିବେଶନରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏଥିରେ ଅତିଥି ଭାବରେ ୬୪ ବାଟାଲିୟନ କମାଣ୍ଡେଣ୍ଟ ସି. ଆର.ପି. ଏଫ ପଙ୍କଜ ଚୌଧୁରୀ ଯୋଗଦେଇ ସାଂସ୍କୃତିକ ଦଳମାନଙ୍କୁ ଉତ୍ସାହିତ କରିଥିଲେ।

ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ୧୩ ଟି ବ୍ଲକରୁ ୧୧ ଟି ସଂସ୍କୃତିକ ଦଳ ଯୋଗଦେଇଥିଲେ। ଶେଷରେ ଲେଖାପାଳ ଦୂତିଆ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଟି ବିକାଶ ତାଲିମ ଶିବିର ଉଦଯାପିତ ହୋଇ ଯାଇଛି। ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ସୁଶାନ୍ତ କୁମାର ପଟେଲ, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଅତିଥି ଭାବରେ ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଅମୁଲ୍ୟ କୁମାର ପଣ୍ଡା, ଇଂରାଜୀ ଅଧ୍ୟାପକ ସରକାରୀ ପଲିଟେକନିକ କଲେଜ ହିରେନ୍ଦ୍ର କୁମ୍ଭାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ପ୍ରଶିକ୍ଷଣରେ ଭାଗ ନେଇଥିବା ସମସ୍ତ ଯୁବକ ଯୁବତୀ ମାନେ ଯାହା ଶିଖିଛନ୍ତି ସେହି ସବୁ କୁ ଗାଁ କୁ ଯାଇ ସମସ୍ତଙ୍କୁ ବୁଝେଇବା ସହ ତାହା କାର୍ଯ୍ୟ ରେ ଦେଖେଇବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ।  ୩ ଦିନ ଧରି ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେଇଛନ୍ତି। ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସା ର୍ଟିଫିକେଟ ପ୍ରଦାନ କରାଗଲା।

ଆଜିର ଏହି ଉଦଯାପନୀ ଉତ୍ସବରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ରୁଦ୍ର ମହାରଣା, ନବୀନ ସାହୁ, ବିଳାସ ନାଏକ, ଦୁର୍ମାନୀ ଶବର, ଗଜପତି ଚାଲାଣ, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଅଶୋକ କୁମାର ପଟ୍ଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଭିଭାଷଣ ରଖିଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ଆଜିର ପ୍ରତ୍ୟେକ ଯୁବକଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି। ସେହି ଗୁଣ ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱକୁ ନିର୍ବାହ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ୩ ଦିନ ପ୍ରଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ 

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ। ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ।

ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ। ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ ବବି ଜର୍ଜ କହିଛନ୍ତି, “ମୁଁ ଭୁବନେଶ୍ୱରର ଏମଓସିରେ ଭାଗ ନେବାକୁ ଉତ୍ସୁକ। ଏମଓସି ସଦସ୍ୟ ଭାବେ ଆମେ କ୍ରୀଡାବିତମାନଙ୍କ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ସେମାନଙ୍କ ଅଂଶଗ୍ରହଣକୁ ଅନୁମୋଦନ ଦେଇଥାଉ। ଯଦିଓ ପ୍ରଥମ ଥର ପାଇଁ ଏମଓସି ସଦସ୍ୟ ଭାବେ ଆମେ ସମସ୍ତେ ଖେଳାଳିମାନଙ୍କୁ ପଡିଆରେ ଖେଳୁଥିବା ଦେଖିବୁ। ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନ ନିକଟରୁ ପରଖିବା ସହ ସେମାନଙ୍କ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ମିଳିବ।”

ସାଧାରଣତଃ ସାରା ଭାରତରୁ ଏମଓସି ସଦସ୍ୟମାନେ ‘ଟପ୍ସ’ ସମ୍ବନ୍ଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥାନ୍ତି। କୋଭିଡ-19 ପ୍ରଭାବ ଅଧିକ ଥିବା ବେଳେ କ୍ରୀଡାବିତମାନଙ୍କ ବିଳମ୍ବ ନକରାଇବା ପାଇଁ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା। ଲକଡାଉନ ପରେ ଏହି ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମାସର ଗୋଟିଏ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ବୈଠକ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଜାତୀୟ କ୍ରୀଡ଼ା ପୁରସ୍କାର 2022 ପାଇଁ ଆବେଦନ ତାରିଖ ବୃଦ୍ଧି

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ବର୍ଷ 2022 ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର – ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନ ଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର (ଆରକେପିପି) ଏବଂ ମୌଲାନା ଅବଦୁଲ୍ କାଲାମ୍ ଆଜାଦ (ଏମଏକେଏ) ଟ୍ରଫିର ଆବେଦନ 27 ଅଗଷ୍ଟ 2022 ସୁଦ୍ଧା ଆମନ୍ତ୍ରିତ କରିଥିଲେ। ଏହାର ସୂଚନା ମନ୍ତ୍ରଣାଳର ୱେବସାଇଟ୍ www.yas.nic.in. ରେ ଅପଲୋଡ୍ କରାଯାଇଥିଲା।

ଆବେଦନ ଗ୍ରହଣ କରିବାର ଅନ୍ତିମ ତାରିଖ 27 ସେପ୍ଟେମ୍ବର 2022 ରୁ ବଢ଼ାଇ ଏବେ 1 ଅକ୍ଟୋବର 2022 (ଶନିବାର) କରାଯାଇଛି। ଯୋଗ୍ୟ କ୍ରୀଡ଼ାବିତ୍/ କୋଚ୍/ ସଂସ୍ଥା/ ବିଶ୍ବବିଦ୍ୟାଳୟ ମାନଙ୍କ ଠାରୁ ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରାଯାଉଛି। ସେମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏକ ସମର୍ପିତ ପୋର୍ଟାଲ୍‌ dbtyas-sports.gov.in. ରେ ନିଜେ ଅନଲାଇନ୍ ଆବେଦନ କରନ୍ତୁ। ଭାରତୀୟ ଅଲମ୍ପିକ୍ ସଂଘ/ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ/ ମାନ୍ୟତାପ୍ରାପ୍ତ ରାଷ୍ଟ୍ରୀୟ କ୍ରୀଡ଼ା ସଂଘ/ କ୍ରୀଡ଼ା ପ୍ରସାର ବୋର୍ଡ଼/ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ଏହି ବିଷୟରେ ସୂଚୀତ କରାଯାଇଛି। 1 ଅକ୍ଟୋବର, 2022 (ଶନିବାର) ପରେ ଗ୍ରହଣ କରାଯାଇଥିବା ନାମାଙ୍କନ ଉପରେ ବିଚାର କରାଯିବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାଷ୍ଟ୍ରୀୟ ପୁରସ୍କାର 2022 ର ଅନ୍ତିମ ତାରିଖ ବୃଦ୍ଧି କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ 27 ଅଗଷ୍ଟ 2022 ରେ ବର୍ଷ 2022 ପାଇଁ ରାଷ୍ଟ୍ରୀୟ ଖେଳ ପୁରସ୍କାର ଅର୍ଥାତ୍ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ  ପୁରସ୍କାର (ଆରକେପିପି) ଏବଂ ମୌଲାନା ଅବୁଲ୍ କଲାମ ଆଜାଦ୍ (ମାକା) ଟ୍ରଫି ପାଇଁ ଆବେଦନ ଆମନ୍ତ୍ରଣ କରିଥିଲେ। ଏହି ସମ୍ବନ୍ଧିତ ଅଧିସୂଚନା ମନ୍ତ୍ରଣାଳୟର ୱେବସାଇଟ୍ www.yas.nic.in ରେ ଅପଲୋଡ୍ କରାଯାଇଥିଲା।

ଏବେ ଆବେଦନ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି 20 ସେପ୍ଟେମ୍ବର 2022 ରୁ ବଢ଼ାଇ 27 ସେପ୍ଟେମ୍ବର 2022 (ମଙ୍ଗଳବାର) ପର୍ଯ୍ୟନ୍ତ କରି ଦିଆଯାଇଛି। ଏହି ପୁରସ୍କାର ପାଇଁ ସମସ୍ତ ଯୋଗ୍ୟ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା/ ବିଶ୍ବବିଦ୍ୟାଳୟ ମାନଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଉଛି। ସେମାନଙ୍କୁ ସମର୍ପିତ ପୋର୍ଟାଲ୍ dbtyas-sports.gov.in ରେ ନିଜେ ଅନଲାଇନ୍ ଆବେଦନ କରିବାକୁ ହେବ। ଭାରତୀୟ ଅଲମ୍ପିକ ସଂଘ/ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ/ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରୀୟ ଖେଳ ସଂଘ/ କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ଼/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ର ସରକାର ଆଦିଙ୍କୁ ଏହି ଅନୁସାରେ ସୂଚୀତ କରାଯାଉଛି। 27 ସେପ୍ଟେମ୍ବର 2022 ପରେ ଗ୍ରହଣ କରାଯାଇଥିବା ନାମାଙ୍କନ ଉପରେ ବିଚାର କରାଯିବ ନାହିଁ।