ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ପିଠି ଓ ଗୋଡରେ ଲାଗିଛି ଆଘାତ

Published: Jun 27, 2023, 7:30 pm IST

କଲିକତା: ଖରାପ ପାଗ ହେତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ସିଲିଗୁଡି ନିକଟ ସେଭୋକ ଏୟାରବେସରେ ଅବତରଣ କରାଯାଇଥିଲା। ଏହି ସମୟରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଗୋଡ ଓ ପିଠିରେ ଆଘାତ ଲାଗିଛି।

ଗଣମାଧ୍ୟମ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏସଏସକେ ହସ୍ପିଟାଲକୁ ନିଆଯାଇଛି, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସେ ଚାଲିବାରେ ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ସେ ଚକ ଚେୟାର ନେବାକୁ ମନା କରିଦେଇଛନ୍ତି।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜଲପାଇଗୁଡିରେ ହେବାକୁ ଥିବା ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ପରେ ମମତା ବାନାର୍ଜୀ ବାଗଡୋଗ୍ରା ବିମାନବନ୍ଦରକୁ ଯାଉଥିଲେ। ତା’ପରେ ବୈକୁଣ୍ଠପୁରର ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ତାଙ୍କ ହେଲିକପ୍ଟର ଖରାପ ପାଣିପାଗ ଅଞ୍ଚଳରେ ପହଞ୍ଚିଥିଲା। ଏହା ପରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା।

ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ହେତୁ ପାଇଲଟ୍ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ବାନାର୍ଜୀ ଅନେକ ଅଞ୍ଚଳ ଗସ୍ତ କରୁଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ।

Related posts