ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇପାରେ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍

Published: Jun 30, 2023, 10:25 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିବା ପରଠାରୁ ୟୁନିଫର୍ମ ସିଭିଲ କୋଡକୁ ନେଇ ବିତର୍କ ଚାଲିଛି। ଏସବୁ ମଧ୍ୟରେ ମୋଦୀ ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ପ୍ରସ୍ତାବ ଦେଇପାରନ୍ତି ବୋଲି ସୂତ୍ରରୁ ଉଦ୍ଧୃତ ସୂଚନା ସାମ୍ନାକୁ ଆସିଛି। ଜୁଲାଇରେ ମୌସୁମୀ ଅଧିବେଶନ ଡକାଯିବ ଏବଂ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟୁନିଫର୍ମ ସିଭିଲ କୋଡର ବିଲ୍ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇପାରେ। ଯାହା ଉପରେ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡିବ। ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଯୋଗୁଁ ସଂସଦରେ ରାଜନୈତିକ ଉଷ୍ମତା ଲାଗିରହିବା ସମ୍ଭାବନା। ପିଏମ ମୋଦୀ ୟୁସିସି ବିଷୟରେ ଉଲ୍ଲେଖ କରିବା ଦିନଠାରୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ କ୍ରମାଗତ ଭାବରେ ବିଜେପି ଉପରେ ଆକ୍ରମଣ କରିଆସୁଛନ୍ତି।

Related posts