Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

July 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ।

ଅପରାହ୍ଣ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶେହଡୋଲ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ଏଠାରେ ସେ ଜାତୀୟ ସିକଲ୍‌ ସେଲ ଏନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ସେ ମଧ୍ୟ ହିତାଧିକାରୀମାନଙ୍କୁ ସିକଲ ସେଲ୍‌ ଜେନଟିକ୍‌ ଷ୍ଟାଟସ୍‌ କାର୍ଡ ବିତରଣ କରିବେ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍‌ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା। ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍‌ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହାକୁ ଦେଶର ୧୭ଟି ଉଚ୍ଚ କେନ୍ଦ୍ରିତ ରାଜ୍ୟ – ଓଡ଼ିଶା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, କେରଳ ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟପ୍ରଦେଶରେ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବିତରଣର ଶୁଭାରମ୍ଭ କରିବେ। ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ସହରାଞ୍ଚଳ ପ୍ରଶାସନିକ କ୍ଷେତ୍ର, ଗ୍ରାମ ପଞ୍ଚାୟତ ଓ ରାଜ୍ୟବ୍ୟାପୀ ଥିବା ବିକାଶ ବ୍ଲକରେ ଆୟୋଜନ କରାଯାଉଛି। ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ବିକାଶମୂଳକ ଯୋଜନାଗୁଡ଼ିକୁ ଶତପ୍ରତିଶତ ସମ୍ପୂର୍ଣ୍ଣ କରିବା ସୁନିଶ୍ଚିତ କରିବା ଲାଗି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏକ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ, ଗୋଣ୍ଡୱାନାର ସାହସୀ ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ଯିଏକି ଷୋଡ଼ଶ ଶତାବ୍ଦୀରେ ଏଠାରେ ରାଜୁତି କରୁଥିଲେ। ଜଣେ ସାହସୀ, ନିର୍ଭୀକ ଓ ସମ୍ମାନିତ ଯୋଦ୍ଧା ଭାବେ ତାଙ୍କୁ ସ୍ମରଣ କରାଯାଏ ଯିଏକି ମୋଗଲ ମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ କରିଥିଲେ।

ଏକ ଅଭିନବ ପ୍ରୟାସ କ୍ରମେ, ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୫ଟା ସମୟରେ ଶେହଡୋଲ ଜିଲ୍ଲାରେ ଥିବା ପକାରିଆ ଗ୍ରାମକୁ ଗସ୍ତ କରିବେ ଏବଂ ଜନଜାତି ନେତୃବର୍ଗ, ସ୍ୱୟଂ ସହାୟକ ଗୋଷ୍ଠୀ, ପେସା [ପଞ୍ଚାୟତ (ଅନୁସୂଚିତ କ୍ଷେତ୍ରର ସମ୍ପ୍ରସାରଣ) ଆଇନ, ୧୯୯୬] କମିଟି ନେତା ଏବଂ ଗାଁ ଫୁଟବଲ୍‌ କ୍ଲବର ଅଧିନାୟକମାନଙ୍କ ସହିତ ମତ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026
Latest News

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.