Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ ପରିସର ରହିଛି । ଏହା ୪୯ ହଜାର କୋଟି ଟଙ୍କା ବ୍ୟୟରେ ବିକଶିତ ହେବ। ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍‌ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି। ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସେ ମଧ୍ୟ ସନ୍ଥ ରବିଦାସଜୀଙ୍କ ସ୍ମାରକୀସ୍ଥଳର ଶିଳାନ୍ୟାସ ପାଇଁ ଆସିଥିବାର ସ୍ମୃତିଚାରଣ କରିଥିଲେ।

ଆଜିର ପ୍ରକଳ୍ପଗୁଡିକ ସେ ଅଞ୍ଚଳର ବିକାଶକୁ ନୂତନ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାର ଏସବୁ ପ୍ରକଳ୍ପ ନିମନ୍ତେ ୫୦ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି ଯାହା କି ଦେଶର କେତେକ ରାଜ୍ୟର ବଜେଟର ପରିମାଣଠାରୁ ମଧ୍ୟ ଅଧିକ ବୋଲି କହିଥିଲେ। “ଏହା ଆମର ମଧ୍ୟପ୍ରଦେଶ ପ୍ରତି ଥିବା ସଂକଳ୍ପର ନିଦର୍ଶନ” ବୋଲି ସେ କହିଥିଲେ।

ସ୍ୱାଧୀନତାର ଅମୃତକାଳରେ ଦେଶର ପ୍ରତ୍ୟେକ ନାଗରିକ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ସଂକଳ୍ପ ନେଇଥିôବା ପ୍ରଧାନମନ୍ତ୍ରୀ କହିଥିଲେ। ଆତ୍ମନିର୍ଭର ଭାରତର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପେଟ୍ରୋଲ, ଡିଜେଲ ଓ ପେଟ୍ରୋଲ ରସାୟନ ଦ୍ରବ୍ୟ ପାଇଁ ବିଦେଶ ଉପରେ ନିର୍ଭର କରୁଛି।

ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପ୍ରକଳ୍ପ ଆତ୍ମ ନିର୍ଭରତା କ୍ଷେତ୍ରରେ ଏକ ସାର୍ଥକ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ ସାମଗ୍ରୀ ଯଥା ପାଇପ୍‌, ଟ୍ୟାପ, ଆସବାବାପତ୍ର, ରଙ୍ଗ, କାର ଯନ୍ତ୍ରାଂଶ, ମେଡିକାଲ ଉପକରଣ, ପ୍ୟାକେଜ ସାମଗ୍ରୀ ଓ କୃଷି ଉପକରଣର ଉଦାହରଣ ଦେଇ ଏହି ସବୁ ଉତ୍ପାଦନରେ ପେଟ୍ରୋ ରସାୟନର ଏକ ମୁଖ୍ୟ ଭୂମିକା ଥିବା କହିଥିଲେ। “ମୁଁ ଗ୍ୟାରେଣ୍ଟି ଦେଉଛି ଯେ ବୀନା ତୈଳ ବିଶୋଧନାଗାରରେ ପେଟ୍ରୋଲ ରସାୟନ ପରିସରରେ ସମଗ୍ର ଅଞ୍ଚଳର ଅଭିବୃଦ୍ଧିରେ ସହାୟକ ହେବା ସହ ବିକାଶକୁ ଏକ ନୂତନ ଶିଖରରେ ପହଞ୍ଚାଇବ। ଏହା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏହା କେବଳ ନୂତନ ଶିଳ୍ପ ଗଢି ଉଠିବାରେ ସହଯୋଗ କରିବ ନାହିଁ, ବରଂ କ୍ଷୁଦ୍ରଚାଷୀ ଓ ଉଦ୍ୟୋଗପତି ମାନଙ୍କୁ ସୁବିଧା ଯୋଗାଇବା ସହ ଯୁବକଯୁବତୀମାନଙ୍କ ନିମନ୍ତେ ହଜାର ହଜାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ନିର୍ମାଣ କ୍ଷେତ୍ରକୁ ନେଇ ସେ କହିଥିଲେ ଯେ ଦଶଟି ନୂତନ ଶିଳ୍ପ କ୍ଷେତ୍ରରେ ଆଜିଠାରୁ କାମ ଆରମ୍ଭ ହେବାକୁ ଯାଉଛି। ନର୍ମଦାପୁରମ, ଇନ୍ଦୋର ଓ ରୀତଲାମରେ ପ୍ରକଳ୍ପଗୁଡିକ ମଧ୍ୟପ୍ରଦେଶର ଶିଳ୍ପ କ୍ଷମତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସୁବିଧା ହେବ।

ଶାସନର ସ୍ୱଚ୍ଛତା ସହ ଦୁର୍ନୀତିର ମୂଳପୋଛ ଯେକୌଣସି ଦେଶ ଓ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏକଦା ମଧ୍ୟପ୍ରଦେଶକୁ କିପରି ଭଙ୍ଗୁର ଓ ଦୁର୍ବଳ ରାଜ୍ୟ କୁହାଯାଉଥିଲା ସେ ତା’ର ସ୍ମୃତିଚାରଣ କରିଥିଲେ। “ଯେଉଁମାନେ ଯୁଗ ଯୁଗ ଧରି ମଧ୍ୟପ୍ରଦେଶ ଶାସନରେ ଥିଲେ ସେମାନେ ରାଜ୍ୟକୁ ଅପରାଧ ଓ ଦୁର୍ନୀତି ବ୍ୟତୀତ ଆଉ କିଛି ଦେଇ ନ ଥିଲେ ବୋଲି କହିଥିଲେ। ରାଜ୍ୟରେ ଅପରାଧୀମାନଙ୍କ ଅବାଧ ବିଚରଣ ଓ ଜନସାଧାରଣଙ୍କ ଆଇନ ଶୃଙ୍ଖଳା ଉପରେ ଆସ୍ଥା ନ ଥିବାରୁ ଅନେକ କଳ କାରଖାନା ମାଲିକ ରାଜ୍ୟରୁ ଅନ୍ୟତ୍ର ପଳାଇଗଲେ ବୋଲି ସେ କହିଥିଲେ।

ବର୍ତ୍ତମାନର ସରକାର ମଧ୍ୟପ୍ରଦେଶର ପରିସ୍ଥିତି ବଦଳାଇବାରେ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଇନ ଶୃଙ୍ଖଳାର ପୁନରୁଦ୍ଧାର କରି ଜନସାଧାରଣଙ୍କ ମନରୁ ଭୟ ଦୂର କରିବା, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ ଶକ୍ତି, ଯୋଗାଣର ଉଦାହରଣ ଦେଇଥିଲେ। ସଂଯୋଗୀକରଣର ଉନ୍ନତି ଯୋଗୁଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ଓ ବଡ ବଡ ଶିଳ୍ପମାନେ ସେମାନଙ୍କ କାରଖାନା ବସାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ।

ଦାସତ୍ୱ ମାନସିକତାଠାରୁ ଦୂରେଇ ଯାଇ ସବ୍‌କା ପ୍ରୟାସ ବଳରେ ଆଗଉଥିବାରୁ ଆଜିର ନବଭାରତର ଦୃଢ ଅବସ୍ଥାନ୍ତର ହେଉଛି ବୋଲି ସେ କହିଥିଲେ। “ଭାରତ ଦାସତ୍ୱ ମାନସିକତାକୁ ପଛରେ ଛାଡି ବର୍ତ୍ତମାନ ସ୍ୱାଧୀନ ହେବାର ବିଶ୍ୱାସର ସହ ଚାଲିଛି” ବୋଲି ସେ କହିଥିଲେ। ଏହା ନିକଟରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରତିଫଳିତ ହୋଇଛି ଓ ଏହା ସମସ୍ତଙ୍କର ଲକ୍ଷ୍ୟ ହେବା ସହ ସମସ୍ତେ ଦେଶର ଏହି ସଫଳତାରେ ଗର୍ବିତ। ପ୍ରଧାନମନ୍ତ୍ରୀ ଜି-୨୦ ସଫଳତାର ଶ୍ରେୟ ଦେଶବାସୀଙ୍କୁ ଦେଇଥିଲେ। “ଏହା ୧୪୦ କୋଟି ଭାରତବାସୀଙ୍କ ସଫଳତା” ବୋଲି ସେ କହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବା ଦେଶର ବିବିଧତା ଓ ସାମର୍ଥ୍ୟର ପରିଚାୟକ ଓ ପ୍ରତିନିଧିଗଣ ଏଥିପାଇଁ ଖୁବ୍ ଖୁସି ଥିଲେ। ଜି-୨୦ର ପ୍ରଭାବ ଖଜୁରାହୋ, ଇନ୍ଦୋର ଓ ଭୋପାଳ ଉପରେ ପଡିଥିବାରୁ ବିଶ୍ୱର ନଜରର ମଧ୍ୟପ୍ରଦେଶ ଛବି ଉନ୍ନତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପଟରେ ନବଭାରତ ଏହାର ଦକ୍ଷତା ବଳରେ ବିଶ୍ୱକୁ ଏକାଠି କରି ବିଶ୍ୱାମିତ୍ର ସାଜୁଥିବା ବେଳେ , ଅନ୍ୟପଟରେ କେତେ ସଂଗଠନ ଦେଶ ଓ ସମାଜକୁ ଭାଗ ଭାଗ କରିବାକୁ ବଦ୍ଧ ପରିକର।

ନିକଟରେ ଗଢି ଉଠିଥିବା ମେଣ୍ଟ ସମ୍ପର୍କରେ ଶ୍ରୀ ମୋଦି କହିଥିଲେ ଯେ ଦେଶର ମୂଲ୍ୟବୋଧ ପ୍ରତି ଆକ୍ରମଣ କରି ହଜାର ହଜାର ବର୍ଷ ପୁରୁଣା ଆଦର୍ଶ, ନୀତି ଓ ପରମ୍ପରା ଧ୍ୱଂସ କରିବା ନେଇ ସେମାନଙ୍କ ନୀତି ସୀମିତ। ନୂତନଭାବେ ଗଠିତ ମେଣ୍ଟ ସନାତମ ଧର୍ମର ବିନାଶ ଚାହାଁନ୍ତି। ଦେଶ ଅହଲ୍ୟାବାଈ ହୋଲକାର ତାଙ୍କର ସମାଜ ସେବା ଦ୍ୱାରା ଦେଶର ବିଶ୍ୱାସର ସୁରକ୍ଷା କରିଥିଲେ। ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କୁ ଆହ୍ୱାନ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଅସୃଶ୍ୟତାର ଆନ୍ଦୋଳନ ପଛରେ ଭଗବନା ରାମ ଓ ସ୍ମାମୀ ବିବେକାନନ୍ଦଙ୍କ ପ୍ରେରଣା ଥିଲା। ସେମାନେ ସମାଜର ବିଭିନ୍ନ ମନ୍ଦ କାର୍ଯ୍ୟ ନେଇ ଜନସାଧାରଣଙ୍କୁ ସତର୍କ କରାଉଥିବାବେଳେ, ଲୋକମାନ୍ୟ ତିଳକ ଦେଶ ମାତୃକାର ରକ୍ଷା ପାଇଁ ପଦକ୍ଷେପ ନେବା ସହ ସ୍ୱାଧୀନତାର ସଂଗ୍ରାମକୁ ଗଣେଶ ପୂଜା ସହ ଯୋଡିଥିଲେ।

ପ୍ରଧାନମନ୍ତ୍ରୀ ସନାନତୀ ଶକ୍ତି ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କୁ ଅନୁପ୍ରାଣୀତ କରିଥିଲେ ବୋଲି କହିବା ସହ ଏହା ସନ୍ଥ ରବି ଦାସ, ମାତା ସାବ୍ରୀ ଓ ମହର୍ଷି ବାଲ୍ମିକୀଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା ବୋଲି କହିଥିଲେ। ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନୀକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ଏଭଳି ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ସେ କହିଥିଲେ।

ସରକାର ଦେଶଭକ୍ତ ଓ ଲୋକସେବା ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ । ଅବହେଳିତ ବ୍ୟକ୍ତି ବିଶେଷଙ୍କ ପ୍ରତି ଅଗ୍ରାଧିକାର ସରକାରଙ୍କ ମୌଳିକ ମନ୍ତ୍ର ଓ ଏଥିପ୍ରତି ସମ୍ବେଦନଶୀଳ । ପ୍ରଧାନମନ୍ତ୍ରୀ ମଧ୍ୟ ବୈଶ୍ୱିକ ମହାମାରୀ କାଳରେ ଅଶୀ କୋଟି ଲୋଙ୍କୁ ରାସନ ଯୋଗାଇବା ସହ ଜନ କଲ୍ୟାଣ ପଦକ୍ଷେପ ନେଇ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମଧ୍ୟପ୍ରଦେଶ ଯେପରି ସଫଳତାର ଶିଖର ଛୁଇଁବ ତାହା ଆମର ନିରବଚ୍ଛିନ୍ନ ଉଦ୍ୟମ, ମଧ୍ୟପ୍ରଦେଶର ପ୍ରତ୍ୟେକ ପରିବାର ଜବୀନ ସୁଖପଦ ହେବା ସହ ପ୍ରତ୍ୟେକ ଘରକୁ ସମୃଦ୍ଧି ଆସୁ । ମୋଦୀଙ୍କ ଟ୍ରାକ ରେକର୍ଡ ଆପଣମାନଙ୍କ ଆଗରେ ରହିଛି । ରାଜ୍ୟରେ ଗରିବଙ୍କ ନିମନ୍ତେ ୪୦ଲକ୍ଷ ପକ୍କା ଘର, ଶୌଚାଳୟର ଗ୍ୟାରେଣ୍ଟି, ମାଗଣା ଚିକିତ୍ସା ସୁବିଧା, ବ୍ୟାଙ୍କ ଖାତା ଓ ଧୂମହୀନ ରୋଷେଇ ଘର ଉପଲବ୍ଧ । ରକ୍ଷା ବନ୍ଧନ ଅବସରରେ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିବା ବିଷୟ ମଧ୍ୟ ସେ କହିଥିଲେ । “ଏଥିପାଇଁ ଉଜ୍ଜ୍ୱଳା ହିତାଧିକାରୀ ଭଉଣୀମାନେ ଏବେ ୪୦୦ଟଙ୍କା ଶସ୍ତାରେ ସିଲିଣ୍ଡର ପାଉଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ସେଥିପାଇଁ କେନ୍ଦ୍ର ସରକାର ଗତକାଲି ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ୭୫ଲକ୍ଷ ଅଧିକ ଭଉଣୀ ଏବେ ମାଗଣା ଗ୍ୟାସ ସଂଯୋଗ ପାଇବେ । ଯେପରି କୌଣସି ଭଉଣୀ ଗ୍ୟାସ ସଂଯୋଗରୁ ବାଦ୍ ନ ପଡନ୍ତି, ତାହା ଆମର ଲକ୍ଷ୍ୟ” ବୋଲି ଶ୍ରୀ ମୋଦୀ କହିଥିଲେ ।

ସେ କହିଥିଲେ ଯେ ସରକାର ତାଙ୍କର ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମଧ୍ୟସ୍ଥିଙ୍କୁ ହଟାଇବା ଦ୍ୱାରା ହିତାଧିକାରୀ କୃଷକ ପୁରା ଫାଇଦା ପାଉଛନ୍ତି ଓ ସେ ଏ ବାବଦ ପିଏମ୍ କିଶାନ ସମାନନିଧିର ଉଦାହରଣ ଦେଇଥିଲେ । ଏହା ଦ୍ୱାରା ହିତାଧିକାରୀ ଚାଷୀର ସିଧାସଳଖ ବ୍ୟାଙ୍କ ଖାତାରେ ୨୮,୦୦୦ ଟଙ୍କା ଜମା ହେଉଛି । ଏହି ଯୋଜନା ବାବଦ ସରକାର ୨, ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଗତ ନଅବର୍ଷ ମଧ୍ୟରେ କେନ୍ଦ୍ର ସରକାର ଚାଷୀଙ୍କ ଖର୍ଚ୍ଚ ହ୍ରାସ ଦିଗରେ ଉଦ୍ୟମ କରି ସେମାନଙ୍କୁ ଶସ୍ତା ଦରରେ ସାର ଯୋଗାଉଛନ୍ତି ଓ ଗତ ନଅବର୍ଷରେ ଏ ବାବଦ ୧୦ଲକ୍ଷ କୋଟିଟଙ୍କା ଖର୍ଚ୍ଚ କରିଛନ୍ତି । ଆମେରିକା ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ ୩ହଜାର ଟଙ୍କାରେ କିଣୁଥିବାବେଳେ ଭାରତୀୟ ଚାଷୀଙ୍କୁ ୩ଶହ ଟଙ୍କାକୁ କମ୍ ଦେବାକୁ ପଡୁଛିୁ । ଅତୀତରେ ୟୁରିଆ କ୍ର୍ରୟ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ହେରଫେର ଉଦାହରଣ ଦେଇ ବର୍ତ୍ତମାନ ସବୁ ଆଡେ ଏହା ସହଜରେ ଉପଲବ୍ଧ ହେଉଛି ବୋଲି କହିଥିଲେ ।

“ଜଳସେଚନର ମହତ୍ୱ ବୁନ୍ଦେଲଖଣ୍ଡ ବ୍ୟତୀତ ଅଧିକ ଆଉ କିଏ ଜାଣିଛି” ବୋଲି କହି ଡବଲ ଇଞ୍ଜିନ ସରକାର ବୁନ୍ଦେଲଖଣ୍ଡର ଜଳସେଚନ ଉପରେ କରିଥିବା କାର୍ଯ୍ୟ ନେଇ ଆଲୋକପାତ କରିଥିଲେ । କେନ୍‌-ବେଟୱା ଲିଙ୍କ କେନାଲ ବୁନ୍ଦେଲଖଣ୍ଡ ସମେତ ଅଞ୍ଚଳର ଅନେକ ଜିଲ୍ଲାର କୃଷକଙ୍କୁ ସାହାଯ୍ୟ କରିବ । ଦେଶରେ ଚାରିବର୍ଷ ମଧ୍ୟରେ ୧୦କୋଟି ନୂତନ ପରିବାରଙ୍କୁ ପାଇପ ପାଣି ଯୋଗାଉଥିବାବେଳେ ଏଥିରେ ମଧ୍ୟପ୍ରଦେଶର ୬୫ ଲକ୍ଷ ପରିବାର ଅଛନ୍ତି ।” ଅଟଳ ଭୂତଳ ଜଳଯୋଜନାରେ ବୁନ୍ଦେଲଖଣ୍ଡର ଜଳଉତ୍ସ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ । ସରକାର ଅଞ୍ଚଳର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କରିବା ସହ ଅକ୍ଟୋବର ୫, ୨୦୨୩ରେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଧୁମଧାମରେ ପାଳିତ ହେବ ବୋଲି କହିଥିଲେ ।

ଉଦ୍‌ବୋଧନର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ତାଙ୍କ ସରକାର କାଳରେ ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀ ସବୁଠାରୁ ଅଧିକ ସୁବିଧା ପାଇଥିବା ପ୍ରକାଶ କରିଥିଲେ । ଅବହେଳିତଙ୍କୁ ଅଗ୍ରାଧିକାର ଦେବାର ମଡେଲ ଯୋଗୁଁ ସବ୍‌କା ସାଥ୍‌, ସବ୍‌କା ବିକାଶ ଆଦି ବିଶ୍ୱକୁ ରାସ୍ତା ଦେଖାଉଛି ବୋଲି କହି ସରକାର ବିଶ୍ୱର ତୃତୀୟ ବୃହତମ ଅର୍ଥ ବ୍ୟବସ୍ଥା ହେବା ପାଇଁ ଉଦ୍ୟମ ଅବ୍ୟାହତ ରଖି୍‌ଥିବା ପ୍ରକାଶ କରିଥିଲେ । ଭାରତକୁ ତିନି ନମ୍ବରରେ ରଖିବା ଦିଗରେ ମଧ୍ୟପ୍ରଦେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ପାଂଚବର୍ଷ ମଧ୍ୟପ୍ରଦେଶକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବ ବୋଲି କହି ଶ୍ରୀ ମୋଦୀ ତାଙ୍କର ଉଦ୍‌ବୋଧନ ଶେଷ କରିଥିଲେ ।

ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି- ରାଜ୍ୟରେ ଶିଳ୍ପ ବିକାଶକୁ ଗତି ଦେବାକୁ ଥିବା ବୀନା ତୈଳବିଶୋଧନାଗାରରେ ପ୍ରଧାନମନ୍ତ୍ରୀ ପେଟ୍ରେ ରସାୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିପିସିଏଲର ଏହି ବିଶୋଧନାଗାରରେ ପ୍ରକଳ୍ପି ପାଇଁ ପ୍ରାୟ ୪୯ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ବାର୍ଷିକ କେଟିପିଏ ଇଥାଲନ ଓ ପ୍ରପିଲନ୍ ଉତ୍ପାଦନ କରିବ । କର୍ପାଶ, ପ୍ୟାକେଜିଂ, ଫାର୍ମା ଇତ୍ୟାଦି ପାଇଁ ଏହା ହେଉଛି ମୁଖ୍ୟ ଉତ୍ପାଦନ । ଏହା ଦେଶର ଆମଦାନୀ ହ୍ରାସ କରିବା ସହ ଦେଶକୁ ପେଟ୍ରୋଲିୟମ କ୍ଷେତ୍ରହରେ ଆତ୍ମ ନିର୍ଭର କରିବ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଶକ୍ତି ଓ ଅକ୍ଷୟ ଶକ୍ତି ପ୍ରସ୍ତୁତ ଜୋନର ଶିଳାନ୍ୟାସ ନର୍ମଦାପୁରମ୍ ଜିଲ୍ଲାରେ କରିଥିଲେ । ଇନ୍ଦୋରରେ ଦୁଇଟି ଆଇଟି ଓ ରତଲାମରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ସମତେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ଭଳି ମୋଟ ଦଶଟି ଶିଳ୍ପାଞ୍ଚଳ ଶିଳାନ୍ୟାସ କରିଥିଲେ ।

ନିର୍ମଦାପୁରମ୍ର ଶକ୍ତି ଓ ଅକ୍ଷୟ ଶକ୍ତି ଅଞ୍ଚଳ ୪୬୦କୋଟି ଟଙ୍କାର ବିକଶିତ ହେଉଥିବାବେଳେ ଇନ୍ଦୋର ଆଇଟି ପାର୍କ ୩ ଓ ୪କୋଟି ପାଇଁ ୫୫୦କୋଟି ବ୍ୟୟ ହୋଇ ଆଇଟି କ୍ଷେତ୍ରରେ ବିକାଶ ଘଟାଇବ ।

ରତଲାମର ବୃହତ ଶିଳ୍ପ ଉଦ୍ୟାନ ୪୬୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବା ସହ ଏହା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ ସହ ସଂଯୋଗ ହେବ ।

ସନ୍ତୁଳିତ ଆଞ୍ଚଳିକ ବିଶାକ ସମାନ ନିଯୁକ୍ତି ରାଜ୍ୟରେ ଦେବା ପାଇଁ ୬ଟି ଶିଳ୍ପାଞ୍ଚଳ ସାଜାପୁର, ଗୁନା, ମାଉଗଞ୍ଜ, ଅଗର ମାଲୱା, ନର୍ମଦାପୁରମ୍ ଓ ମକ୍ସିଠାରେ ୩୧୦କୋଟି ବ୍ୟୟରେ ବିକଶିତ ହେବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ। ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ। ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ – ବିଦିଶା – ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୧୨ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୩ ରେ ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ। ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ। ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ – ବିଦିଶା – ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

Categories
ଆଜିର ଖବର ଜାତୀୟ ଖବର

ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ।

ଅପରାହ୍ଣ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶେହଡୋଲ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ଏଠାରେ ସେ ଜାତୀୟ ସିକଲ୍‌ ସେଲ ଏନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ସେ ମଧ୍ୟ ହିତାଧିକାରୀମାନଙ୍କୁ ସିକଲ ସେଲ୍‌ ଜେନଟିକ୍‌ ଷ୍ଟାଟସ୍‌ କାର୍ଡ ବିତରଣ କରିବେ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍‌ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା। ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍‌ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହାକୁ ଦେଶର ୧୭ଟି ଉଚ୍ଚ କେନ୍ଦ୍ରିତ ରାଜ୍ୟ – ଓଡ଼ିଶା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, କେରଳ ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟପ୍ରଦେଶରେ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବିତରଣର ଶୁଭାରମ୍ଭ କରିବେ। ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ସହରାଞ୍ଚଳ ପ୍ରଶାସନିକ କ୍ଷେତ୍ର, ଗ୍ରାମ ପଞ୍ଚାୟତ ଓ ରାଜ୍ୟବ୍ୟାପୀ ଥିବା ବିକାଶ ବ୍ଲକରେ ଆୟୋଜନ କରାଯାଉଛି। ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ବିକାଶମୂଳକ ଯୋଜନାଗୁଡ଼ିକୁ ଶତପ୍ରତିଶତ ସମ୍ପୂର୍ଣ୍ଣ କରିବା ସୁନିଶ୍ଚିତ କରିବା ଲାଗି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏକ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ, ଗୋଣ୍ଡୱାନାର ସାହସୀ ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ଯିଏକି ଷୋଡ଼ଶ ଶତାବ୍ଦୀରେ ଏଠାରେ ରାଜୁତି କରୁଥିଲେ। ଜଣେ ସାହସୀ, ନିର୍ଭୀକ ଓ ସମ୍ମାନିତ ଯୋଦ୍ଧା ଭାବେ ତାଙ୍କୁ ସ୍ମରଣ କରାଯାଏ ଯିଏକି ମୋଗଲ ମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ କରିଥିଲେ।

ଏକ ଅଭିନବ ପ୍ରୟାସ କ୍ରମେ, ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୫ଟା ସମୟରେ ଶେହଡୋଲ ଜିଲ୍ଲାରେ ଥିବା ପକାରିଆ ଗ୍ରାମକୁ ଗସ୍ତ କରିବେ ଏବଂ ଜନଜାତି ନେତୃବର୍ଗ, ସ୍ୱୟଂ ସହାୟକ ଗୋଷ୍ଠୀ, ପେସା [ପଞ୍ଚାୟତ (ଅନୁସୂଚିତ କ୍ଷେତ୍ରର ସମ୍ପ୍ରସାରଣ) ଆଇନ, ୧୯୯୬] କମିଟି ନେତା ଏବଂ ଗାଁ ଫୁଟବଲ୍‌ କ୍ଲବର ଅଧିନାୟକମାନଙ୍କ ସହିତ ମତ ବିନିମୟ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ।

ପୂର୍ବାହ୍ନ ସାଢେ ୧୦ଟାରେ ବେଳେ ପ୍ରଧାନମନ୍ତ୍ରୀ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ। ଏହି ପାଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର, ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ।

ଭୋପାଳ(ରାଣୀ କମଳାପତି) -ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟପ୍ରଦେଶର ଦୁଇ ନଗରୀ ମଧ୍ୟରେ ସହଜ ଓ ଦୃତ ଯାତ୍ରାର  ସୁବିଧା କରିବା ସହ ସେ ଅଞ୍ଚଳରେ ସାଂସ୍କୃତିକ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ ସହ ସଂଯୋଗୀକରଣ ବୃଦ୍ଧି କରିବ ।

ଭୋପାଳ-(ରାଣୀ କମଳାପତି) ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ମହାକୋଶଳ ଅଞ୍ଚଳ (ଜବଲପୁର)ରୁ କେନ୍ଦ୍ରାଞ୍ଚଳ ଭୋପାଳକୁ ସଂଯୋଗ କରିବ । ସଂଯୋଗକରଣର ଉନ୍ନତି ସହ ସେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟ ସୁବିଧା ପାଇବେ ।

ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ  । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ ।

ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବିଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ  । ଏହା ପର୍ଯ୍ୟଟକ, ଛାତ୍ରଛାତ୍ରୀ, ଶିଳ୍ପପତିମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଗୋଆ(ମାଡଗାଓଁ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୋଆ ନିମନ୍ତେ ହେବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଗୋଆ ମାଡଗାଓଁ  ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଗୋଆର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

Categories
ବିଶେଷ ଖବର

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଚିତା ପ୍ରକଳ୍ପ ଅଧୀନରେ ନାମ୍ବିଆରୁ ଭାରତ ଆସିବ ଚିତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ। ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ।

କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି। ଏହା ବିଶ୍ୱର ପ୍ରଥମ ଆନ୍ତଃ ମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ।

ଚିତା ଛଡାଯିବା ଦ୍ୱାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ। ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ। ବନ୍ୟାପ୍ରାଣୀ ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ଓ ଜୀବିକାର୍ଜନ ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ଏସଏଚଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ସେଓପୁର, କରହଲଠାରେ ଆୟୋଜିତ ହେଉଥିବା ଏସଏଚଜି ସମ୍ମେଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବ। ଏଥିରେ ସହସ୍ରାଧିକ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଗୋଷ୍ଠୀ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏହି ସମ୍ମେଳନୀରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏସଏଚଜି ସଦସ୍ୟ ଯୋଗଦାନ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ କୌଶଳ କେନ୍ଦ୍ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଉଦଘାଟନ କରିବେ।

ଡିଏୱାଇ-ଏନଆରଏଲଏମ ଗ୍ରାମୀଣ ଗରୀବ ପରିବାରଗୁଡିକ ଏସଏଚଜି ପର୍ଯ୍ୟାୟକ୍ରମେ ନେଇ ସେମାନଙ୍କ ଜୀବିକାର ବିକେନ୍ଦ୍ରୀକରଣ ଦ୍ୱାରା ସେମାନଙ୍କ ଆୟ ଓ ଜୀବନଧାରଣ ମାନ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହି ଅଭିଯାନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ସଶକ୍ତ ହୋଇଥାନ୍ତି। ଘରୋଇ ହିଂସା, ମହିଳା ଶିକ୍ଷା ଓ ଅନ୍ୟାନ୍ୟ ଲିଙ୍ଗଗତ ବୈଷମ୍ୟ, ପୌଷ୍ଟିକତା, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଓ ବ୍ୟାବହାରିକ ପ୍ରୟୋଗ ଦ୍ୱାରା ଏହି  ସଶକ୍ତିକରଣ ସମ୍ଭବ ହୋଇଥାଏ।