ଏଣିକି ଆପାର୍ଟମେଣ୍ଟ କିଣାବିକାର ହୋଇପାରିବ ରେଜିଷ୍ଟ୍ରେସନ, ବାହାରିଲା ବିଜ୍ଞପ୍ତି

Published: Jul 2, 2023, 11:43 am IST
apartment

ଭୁବନେଶ୍ବର: ଦୀର୍ଘ ମାସ ଧରି ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି। ଏଣିକି ଆପାର୍ଟମେଣ୍ଟ କିଣାବିକାର ରେଜିଷ୍ଟ୍ରେସନ ହୋଇପାରିବ। ଏକ ବିବାଦୀୟ ପରିସ୍ଥିତିରେ ଗତ କିଛି ମାସ ଧରି ଲୋକେ ଆପାର୍ଟମେଣ୍ଟ କିଣୁଥିଲେ ମଧ୍ୟ ତାହା ରେଜିଷ୍ଟ୍ରେସନ ହୋଇପାରୁ ନ ଥିଲା। ଉଚ୍ଚ ନ୍ୟାୟାଳୟରେ ଏହି ମାମଲା ଚାଲିଥିବାରୁ ସମସ୍ତ ରେଜିଷ୍ଟ୍ରେସନକୁ ସ୍ଥଗିତ ରଖାଯାଇଥିଲା।

ଏବେ ରାଜ୍ୟ ସରକାର ଅଧ୍ୟାଦେଶ ବଳରେ ଏହି ଆଇନର ପରିବର୍ତ୍ତନ କରି ନୂଆ ଆଇନ ଆଣିଛନ୍ତି। ଗତ ମେ’ ୨୯ ତାରିଖରେ ଏ ନେଇ କ୍ୟାବିନେଟର ଆଇନ ସଂଶୋଧନ ପାଇଁ ଅନୁମୋଦନ ଲାଭ କରିଥିଲା। ହେଲେ ତାହା ବିଧାନସଭାରେ ପାଶ ହୋଇପାରି ନ ଥିଲା। ଫଳରେ ସରକାର ଏହାକୁ ଅଧ୍ୟାଦେଶ ଆଣି ଆଇନର ସଂଶୋଧନ କରିଛନ୍ତି। ଫଳରେ ଏଣିକି ରେଜିଷ୍ଟ୍ରେସନ ଅଫିସରେ ଏହାର କିଣାବିକା କରାଯାଇପାରିବ।

Related posts