
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଲୁସାନେ ଡାଇମଣ୍ଡ ଲିଗରେ ଚମକଦାର ପ୍ରଦର୍ଶନ କରିଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା। ନିଜ ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ସେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ। ତାଙ୍କ ପ୍ରତିଭା, ନିଷ୍ଠା ଓ ଉତ୍କର୍ଷତା ପାଇଁ ନିରନ୍ତର ଉଦ୍ୟମ ପ୍ରଶଂସନୀୟ।”