Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ସେ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଉପଲବ୍ଧିକୁ ମଧ୍ୟ ସ୍ୱୀକାର କରିଛନ୍ତି।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ଅବସରରେ ଶୁଭେଚ୍ଛା। ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଉପଲବ୍ଧିକୁ ପାଳନ କରିବା ପାଇଁ ଏହା ଏକ ଦିନ। ଆମର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ବିଶ୍ୱ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ସମର୍ପଣ ପ୍ରଶଂସନୀୟ। ସେମାନେ ସମଗ୍ର ବିଶ୍ୱରେ ଭାରତର ଭାବନାକୁ ପ୍ରତିଫଳିତ କରନ୍ତି, ଏକତା ଏବଂ ବିବିଧତାର ଭାବନାକୁ ପ୍ରୋତ୍ସାହିତ କରନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍‌ସିସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍‌ସିସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅବଦେଲ ଫତେହ ଅଲ୍‌ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଇଜିପ୍ଟ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଆପଣଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସୁକ ଅଛି।’

Categories
ଆଜିର ଖବର ଜାତୀୟ ଖବର

ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’

Categories
ଆଜିର ଖବର ଜାତୀୟ ଖବର

କନ୍ନଡ଼ ରାଜ୍ୟୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ଆମେ କର୍ଣ୍ଣାଟକର ଭାବନାର ଉତ୍ସବ ପାଳନ କରୁଛୁ, ଯାହା କି ପ୍ରାଚୀନ ଉଦ୍ଭାବନ ଏବଂ ଆଧୁନିକ ଉଦ୍ୟୋଗର ଏକ ସ୍ଥଳ। ଏଠାକାର ଲୋକ ହୃଦୟବାନ ଏବଂ ଜ୍ଞାନୀ, ସେମାନେ ରାଜ୍ୟର ନିରନ୍ତର ଯାତ୍ରାକୁ ଗତି ଦେଇଥା’ନ୍ତି। କର୍ଣ୍ଣାଟକ ଏପରି ନିରନ୍ତର ପ୍ରଗତି କରୁ, ଉଦ୍ଭାବନ ସହ ପ୍ରେରଣାଦାୟୀ ହେଉ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ ପାରା ଗେମ୍ସରେ ଭାଗ ନେଉଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଏସୀୟ ପାରା ଗେମ୍ସରେ ଭାଗ ନେଉଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ଏସୀୟ ପାରା ଗେମ୍ସ ଆରମ୍ଭ ହେଉଥିବାବେଳେ ମୁଁ ଅତୁଳନୀୟ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି। ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ ଆଥଲେଟଙ୍କ ଜୀବନ ଯାତ୍ରା ପ୍ରେରଣାଦାୟକ। ସେମାନେ ଭାରତୀୟ ଖେଳ ଭାବନାର ପ୍ରକୃତ ମହତ୍ତ୍ୱର ଝଲକ ଦେଖାଇବେ ବୋଲି ଆଶା।’

Categories
ଆଜିର ଖବର ଜାତୀୟ ଖବର

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ୧୦୦ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ତାଙ୍କ୧୦୦ତମ ଜନ୍ମଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଦଶନ୍ଧି ଧରି କେରଳବାସୀଙ୍କ ସେବା କରିଥିବାରୁ ଅଚ୍ୟୁତାନନ୍ଦନଙ୍କୁସେ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନାକରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ତାଙ୍କ୧୦୦ତମ ଜନ୍ମଦିନରେ ଶୁଭେଚ୍ଛା। ସେ ଦଶନ୍ଧି ଧରି କେରଳଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ହୋଇଥିବାକଥାବାର୍ତ୍ତା ମୁଁ ମନେ ରଖିଛି, ବିଶେଷକରି ଯେତେବେଳେ ଆମେଦୁହେଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲୁ। ସେ ଏକ ଦୀର୍ଘ ଏବଂସୁସ୍ଥ ଜୀବନ ବଞ୍ଚନ୍ତୁ।’

Categories
ଆଜିର ଖବର ଜାତୀୟ ଖବର

ବାୟୁସେନା ଦିବସରେ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ବାୟୁସେନା ଦିବସରେ ସମସ୍ତ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା। ଭାରତୀୟ ବାୟୁସେନାର ବୀରତ୍ୱ, ପ୍ରତିବଦ୍ଧତା ଏବଂ ସମର୍ପଣ ପାଇଁ ଭାରତ ଗର୍ବିତ। ସେମାନଙ୍କ ସେବା ଏବଂ ବଳିଦାନ ଆମ ଆକାଶର ସୁରକ୍ଷାକୁ ସୁନିଶ୍ଚିତ କରେ।’

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ‘ମଡେଲ’ ବର୍ଗରେ ଜମ୍ମୁ-କଶ୍ମୀର ୟୁଟିର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିବା ପାଇଁ ଜମ୍ମୁ-କଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରଶଂସନୀୟ ପ୍ରୟାସ, ଏଥିପାଇଁ ମୁଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏକ ସ୍ୱଚ୍ଛ ତଥା ସୁସ୍ଥ ଭାରତ ଆଡ଼କୁ ଆମର ଯାତ୍ରା ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।’

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ଶ୍ରୀ ଗୁରୁ ଗ୍ରନ୍ଥ ସାହିବ କାଳାତୀତ ଜ୍ଞାନ ଏବଂ ଅସୀମ କରୁଣାର ପ୍ରତୀକ। ଏହାର କଥା ଦିବ୍ୟତା ସହ ଓତପ୍ରୋତ, ସମୟ ଏବଂ ସୀମାତୀତ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେମ, ଏକତା ଏବଂ ଶାନ୍ତିର ମାର୍ଗଦର୍ଶନ କରେ। ଏହା ଆମକୁ ମାନବିକତା ଗ୍ରହଣ କରିବା, ନିଃସ୍ୱାର୍ଥପର ସେବାକୁ ସମ୍ମାନ ଦେବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଦ୍‌ଭାବ ଲାଗି ପ୍ରେରିତ କରିଥାଏ । ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବରେ ମୋର ଶୁଭକାମନା।’

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ମୋର ସମସ୍ତ ପରିବାରଜନଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ହିନ୍ଦୀ ଭାଷା ରାଷ୍ଟ୍ରୀୟ ଏକତା ଏବଂ ସଦ୍‌ଭାବନାର ସୂତ୍ରକୁ ଆହୁରି ମଜଭୁତ କରୁ ବୋଲି ମୋର କାମନା।’

Categories
ଆଜିର ଖବର ଜାତୀୟ ଖବର

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବନାକୁ ଆହୁରି ଗଭୀର କରୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମୋର ସମସ୍ତ ପରିବାରଜନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା। ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଏବଂ ଅଗାଧ ପ୍ରେମର ଶୁଭପର୍ବ ହେଉଛି ରକ୍ଷାବନ୍ଧନ। ଆମ ସଂସ୍କୃିତର ଏହା ପବିତ୍ର ପ୍ରତିବିମ୍ବ। ଏହି ପର୍ବ ସମସ୍ତଙ୍କ ଜୀବନରେ ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବକୁ ଆହୁରି ଗଭୀର କରୁ ବୋଲି ମୋର କାମନା।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଶ୍ରେଥା ଥାଭିସିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରେଥା ଥାଭିସିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଥାଭିସିନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଥାଇଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଉଚ୍ଚସ୍ତରକୁ ନେବା ଲାଗି ମୁଁ ଆପଣଙ୍କ ସହ ମିଶି କାମ କରିବା ପାଇଁ ଉତ୍ସୁକ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଆଥଲେଟିକ ରେ ୨୭ ପଦକ ଜିତିଥିବାରୁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ। ଆମ ଆଥଲେଟମାନେ ୨୭ଟି ପଦକ ଜିତିଛନ୍ତି ଯାହା କି ଚାମ୍ପିୟନଶିପର ଏକ ସଂସ୍କରଣରେ ବିଦେଶ ମାଟିରେ ସର୍ବାଧିକ। ଏହି ସଫଳତା ପାଇଁ ଆମ ଆଥଲେଟମାନଙ୍କୁ ଅଭିନନ୍ଦନ। ଏହା ଆମକୁ ଗୌରବାନ୍ୱିତ କରେ।’

Categories
ଆଜିର ଖବର ଜାତୀୟ ଖବର

ସାଫ ଚାମ୍ପିଅନସିପ ୨୦୨୩ର ବିଜେତା ଭାରତୀୟ ଫୁଟବଲ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଫ ଚାମ୍ପିଅନସିପ ୨୦୨୩ର ବିଜେତା ଭାରତୀୟ ଫୁଟବଲ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଭାରତ ପୁଣି ଥରେ ଚାମ୍ପିଅନ ହୋଇଛି ! ବ୍ଲୁ ଟାଇଗର୍ସ ସାଫ ଚାମ୍ପିଅନସିପ ୨୦୨୩ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ଆମ ଖେଳାଳିଙ୍କୁ ଶୁଭେଚ୍ଛା। ଦୃଢ ସଂକଳ୍ପ ଓ ଲଢୁଆ ମନୋଭାବ ସମ୍ପନ୍ନ ଖେଳାଳିମାନଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳର ଉଲ୍ଲେଖନୀୟ ଯାତ୍ରା ଭବିଷ୍ୟତର କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ।”

Categories
ଆଜିର ଖବର ଜାତୀୟ ଖବର

ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁର ନୂତନ ଘର ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁରେ ପ୍ରଥମ  ପ୍ରକଳ୍ପ ଅଧୀନ ନୂତନ ଘର ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରକଳ୍ପରେ ୩,୦୦୦ରୁ ଅଧିକ ପରିବାର ସେମାନଙ୍କ ସ୍ୱପ୍ନର ଘର ପାଇପାରିଛନ୍ତି।

ବେଙ୍ଗାଲୁରୁ ସାଉଥ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଯେଉଁମାନେ ସେମାନଙ୍କ ଘର ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ବିଜେତା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣପଦକ ବିଜେତା ସଦସ୍ୟ ଦୀପିକା ପଲ୍ଲିକଲ ଓ ସାନ୍ଧୁ ହରିନ୍ଦର ଏବଂ କାଂସ୍ୟ ପଦକ ବିଜେତା ଅନହତ ସିଂହ ଓ ଅଭୟ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ। କାରଣ, ଆମ ଟିମ ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସରେ ଦୀପିକା ପଲ୍ଲିକଲ ଓ ସାନ୍ଧୁ ହରିନ୍ଦର ସ୍ୱର୍ଣ୍ଣ ପଦକ ଓ ଅନହତ ସିଂହ ଓ ଅଭୟ ସିଂହ କାଂସ୍ୟ ପଦକ ଜିତିଛନ୍ତି। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ ଖେଳାଳିମାନଙ୍କୁ ଅଭିନନ୍ଦନ। ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଲୁସାନେ ଡାଇମଣ୍ଡ ଲିଗରେ ଚମକଦାର ପ୍ରଦର୍ଶନ କରିଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା। ନିଜ ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ସେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ। ତାଙ୍କ ପ୍ରତିଭା, ନିଷ୍ଠା ଓ ଉତ୍କର୍ଷତା ପାଇଁ ନିରନ୍ତର ଉଦ୍ୟମ ପ୍ରଶଂସନୀୟ।”

Categories
ଆଜିର ଖବର ଜାତୀୟ ଖବର

ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟରେ କହିଛନ୍ତି ଯେ, “ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ମୋର ଶୁଭେଚ୍ଛା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆମେ ଗର୍ବିତ। କ୍ରୀଡ଼ା ଭାବନା, ନିଷ୍ଠା ଓ ଲଢୁଆ ମନୋଭାବ ଦ୍ୱାରା ସେମାନେ ଭଲ ପ୍ରଦର୍ଶନ କରନ୍ତୁ।”

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏନଏବିଏଚ ମାନ୍ୟତା ମିଳିଥିବା ଏମ୍ସ, ନାଗପୁର ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର ସମସ୍ତ ଏମ୍ସ ମଧ୍ୟରେ ଏମ୍ସ, ନାଗପୁର ଏନଏବିଏଚ ମାନ୍ୟତା ପାଇବାରେ ପ୍ରଥମ ହୋଇଥିବାରୁ ଏମ୍ସ, ନାଗପୁର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଏମ୍ସ ନାଗପୁରର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହି ସଫଳତା ପାଇଁ @AIIMSNagpur ଟିମକୁ ଶୁଭେଚ୍ଛା। ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହା ଏକ ମାନକ ସ୍ଥାପିତ କରିପାରିଛି।”

Categories
ଆଜିର ଖବର ଜାତୀୟ ଖବର

ଗୋଆ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଗୋଆ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା! ଗୋଆ ଶାନ୍ତି ଏବଂ ଉଲ୍ଲାସର ଏକ ଉତ୍କୃଷ୍ଟ ମିଶ୍ରଣ, ଯାହା କି ଅନନ୍ୟ ସଂସ୍କୃତି ଏବଂ ଅଦ୍ଭୁତପୂର୍ବ ବିଚାରଧାରାରେ ପ୍ରେରିତ କରିଥାଏ। ମୁଁ ଗୋଆବାସୀଙ୍କ ଉନ୍ନତି ଏବଂ ସମୃ୍‌ଦ୍ଧି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି କି ସେମାନେ ଭାରତର ବିକାଶପଥକୁ ମଜଭୁତ କରିବା ଜାରି ରଖିବେ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ଯେ, ‘ବର୍ଷର ପ୍ରଥମ ପ୍ରତିଯୋଗିତା ଏବଂ ପ୍ରଥମ ସ୍ଥାନ’!

୮୮.୬୭ ମିଟରର ୱାର୍ଲ୍ଡ ଲିଡ୍ ଥ୍ରୋ ସହ ଦୋହା ଡାଇମଣ୍ଡ୍ ଲିଗ୍‌ରେ ଚମକିଲେ ନୀରଜ ଚୋପ୍ରା, ତାଙ୍କୁ ଶୁଭେଚ୍ଛା! ଆଗାମୀ ପ୍ରୟାସ ପାଇଁ ଶୁଭକାମନା।