Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ

July 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି।

ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଆଞ୍ଚଳିକ ସହଯୋଗ ବଢିବ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ବିିଭିନ୍ନ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଜାତୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ଓ ଉପଲବ୍ଧି ଉତ୍ସାହଜନକ ରହୁଛି। ଖେଳକୁଦକୁ ସ୍ୱଚ୍ଛ ଓ ନିଶା କାରବାର ତଥା ମାଦବ ଦ୍ରବ୍ୟରୁ ମୁକ୍ତ ରଖିବାକୁ ଭାରତ ଅଙ୍ଗୀକୃତ ହୋଇ ଏ କ୍ଷେତ୍ରରେ କାମ କରୁଛି। ଆଣ୍ଟି ଡୋପିଙ୍ଗ କ୍ଷେତ୍ରରେ ଭାରତ ଅବଦାନ ବେଶ୍ ପ୍ରଂଶସନୀୟ।

ସେ ଆହୁରି କହିଛନ୍ତି ଯେ ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରଣିତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ ଅଙ୍ଗୀକୃତ। ଭାରତୀୟ କ୍ରୀଡାବିତ୍ମାନଙ୍କର ପ୍ରଦର୍ଶନ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବଢାଇବା ପାଇଁ ମନ୍ତ୍ରଣାଳୟ ଅବିରତ ଭାବେ କାର୍ଯ୍ୟ କରୁଛି। “ଆମେ ଉଚ୍ଚମାନର ତାଲିମ, ଉତ୍ତମ କ୍ରୀଡା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଆମ କ୍ରୀଡାବିତ୍ମାନଙ୍କୁ ଯୋଗାଇ ଆସୁଛୁ। ସବୁପ୍ରକାର ଖେଳକୁଦର ବିକାଶ ପାଇଁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି। ପ୍ରତିଭା ବିକାଶ ନିମନ୍ତେ ଖେଳକୁଦରେ ଅଧିକରୁ ଅଧିକ ପ୍ରତିଯୋଗିତାମାନ କରାଯାଉଛି। ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍ଙ୍କୁ ସମାନ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖେଳକୁଦକୁ ସ୍ୱଚ୍ଛ ଓ ନିଶାମୁକ୍ତ କରିବା ପାଇଁ ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି” ବୋଲି ସେ କହିଛନ୍ତି।

କ୍ରୀଡା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତରର ଧନାଢ୍ୟ ବିକଶିତ ଦେଶ ଏବଂ ଦକ୍ଷିଣର ଦରିଦ୍ର ଅନଗ୍ରସର ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ହ୍ରାସ କରିବାକୁ ଭାରତ ଆଞ୍ଚଳିକ ସ୍ତରରେ କାମ କରୁଛି। ଏଥିପାଇଁ ଭାରତ ଏସୀୟ ମିତ୍ର ରାଷ୍ଟ୍ରମାନଙ୍କ ନିମନ୍ତେ ଅର୍ଥନୀତିକ ଓ ସାମାଜିକ ଅଭିବୃଦ୍ଧି ନିମନ୍ତେ କାମ କରୁଛି। ସେ ଆହୁରି କହିଛନ୍ତି ଯେ ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଓ କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାର ନିରୋଧୀ ଆନ୍ତର୍ଜାତିକ ୟୁନୋସ୍କୋ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଓ କାର୍ଯ୍ୟ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଓ ସୁଦୃଢ କରିବାକୁ ଉଦ୍ଦିଷ୍ଟ। ଭାରତର କାର୍ଯ୍ୟ ଏ କ୍ଷେତ୍ରରେ ସ୍ପଷ୍ଟ ଏବଂ କ୍ରୀଡାକୁ ନିର୍ମଳ ଓ ନିଶାମୁକ୍ତ କରିବାକୁ ଏହା ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛି।

ସେ କହିଛନ୍ତି ଯେ ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି। ଏହି ସଂଗଠନ ମାଧ୍ୟମରେ ଭାରତ ଏସିଆ ଅଞ୍ଚଳର ସମସ୍ୟାବଳୀକୁ ଅଗ୍ରାଧିକାର ଦେଇ ଏହାର ସମାଧାନ ପାଇଁ ବିଶ୍ୱ ମଂଚରେ ସ୍ୱର ଉଠାଉଛି। କ୍ରୀଡା ସହିତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବିକାଶମୂଳକ ସହଯୋଗ ବଢାଇବାକୁ ଭାରତ ପ୍ରସ୍ତାବ ଦେଇଛି। ‘ନାଡା’ ଇଣ୍ଡିଆଓ ‘ସାରାଡୋ’ ମଧ୍ୟରେ ନିଶା ଔଷଧ ବ୍ୟବହାରକୁ ରୋକିବା ପାଇଁ ହୋଇଥିବା ଏହି ଚୁକ୍ତିକୁ ସେ ସ୍ୱାଗତ କରିବା ସହିତ ଉଭୟ ସଂସ୍ଥାଙ୍କ ଅଭିନନ୍ଦନ ଜଣାଇଛନ୍ତି। ଏ ପ୍ରକାର ବୁଝାମଣା ପ୍ରଥମ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଜାତୀୟ, ଆଞ୍ଚଳିକ ଓ ବିଶ୍ୱସ୍ତରରେ ଖେଳକୁଦ ଆହୁରି ସ୍ୱଚ୍ଛ ଏବଂ ନିଶାମୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି।

ଏହି ବୁଝାମଣାପତ୍ରରେ ‘ନାଡା’ ଇଣ୍ଡିଆର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଋତୁ ସରିନ ଏବଂ ‘ସାରାଡୋ’ର ମହା ନିର୍ଦ୍ଦେଶକ ମହମ୍ମଦ ମହିଦ ଶରିଫ ସ୍ୱାକ୍ଷର କରିଥିଲେ। ଉଭସେୟ ପକ୍ଷ ଦକ୍ଷିଣ ଏସିଆର ଆଣ୍ଟି ଡୋପିଙ୍ଗ ଶିକ୍ଷା, ତାଲିମ, ଦକ୍ଷତା ବିକାଶ, ସେମିନାର କର୍ମଶାଳା, ଆୟୋଜନ ଏବଂ ଗବେଷଣା, ବିଭିନ୍ନ ବିନିମୟ କାର୍ଯ୍ୟକ୍ରମ ଓ ଆଦି ପ୍ରମୁଖ ଛ’ଟି କ୍ଷେତ୍ରରେ କାମ କରିବେ।

ଏହି ଅବସରରେ ଭାରତର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚତୁର୍ବେଦୀ, ୱାଡାର ମହାନିର୍ଦ୍ଦେଶକ ସୁଶୀ ଋତୁ ସରିନ୍, ୱାଡାର ଏସିଆ-ଓସେନିଆ ନିର୍ଦ୍ଦେଶକ କାଜୁହିରୋ ହାୟାସୀ ଏବଂ ସାରାଡୋର ମହା ନିର୍ଦ୍ଦେଶକ ମହମ୍ମଦ ମହିନ ଶରିଫ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସାରୋଡାର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ନିଜ ନିଜ ଦେଶର ଚାଲିଥିବା ଆଣ୍ଟି ଡୋପିଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଅନୁରାଗ ସିଂହ ଠାକୁର ନାଡା ବୁଝାମଣାପତ୍ର ସ୍ୱାକ୍ଷରିତ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Latest News

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.